Posted inଖେଳ

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଅନେକ ଯୁବ ଓ ଷ୍ଟାର ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଫଳରେ ଏହି ୭ ଖେଳାଳିଙ୍କ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ପ୍ରଶ୍ନ ଉଠିଛି।

ରିଙ୍କୁ ସିଂହ:
ଏହି ତାଲିକାରେ ପ୍ରଥମ ନାମ ରିଙ୍କୁ ସିଂହଙ୍କର। ଭାରତ ପାଇଁ ଟି-୨୦ରେ ସେ ପ୍ରାୟ ୩୭ ରନ ହାରାହାରିରେ ୭୦୨ ରନ କରିଛନ୍ତି। ତଥାପି ଆଫଗାନିସ୍ତାନ ବିପକ୍ଷ ସିରିଜରେ ତାଙ୍କୁ ସୁଯୋଗ ମିଳିନାହିଁ।

ମୟଙ୍କ ଯାଦବ:
ଦ୍ରୁତ ବୋଲିଂ ପାଇଁ ଚର୍ଚ୍ଚିତ ମୟଙ୍କ ଯାଦବ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି। ସେ ଭାରତ ପାଇଁ ୬ଟି ଟି-୨୦ ମ୍ୟାଚରେ ୯ଟି ଉଇକେଟ୍‌ ନେଇଛନ୍ତି। ତାଙ୍କୁ ଦଳରେ ସ୍ଥାନ ନମିଳିବା ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।

ସୂର୍ଯ୍ୟକୁମାର ଯାଦବ:
ଭାରତୀୟ ଟି-୨୦ ଦଳର ଅନୁଭବୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏହି ସିରିଜରେ ସୁଯୋଗ ମିଳିନାହିଁ। ତାଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ମହମ୍ମଦ ସିରାଜ: ଟି-୨୦ରେ ଭାରତ ପାଇଁ ୧୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ନେଇଥିବା ମହମ୍ମଦ ସିରାଜଙ୍କୁ ମଧ୍ୟ ଏଥର ଦଳରେ ସାମିଲ କରାଯାଇନାହିଁ। ଏହା ତାଙ୍କ ଟି-୨୦ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି।

ଯଶସ୍ବୀ ଜୟସ୍ବାଲ:
ଯୁବ ଓପନର ଯଶସ୍ବୀ ଜୟସ୍ବାଲ ମଧ୍ୟ ଚୟନକର୍ତ୍ତାଙ୍କ ନଜରରୁ ବାହାରେ ରହିଛନ୍ତି। ଟି-୨୦ରେ ଭାରତ ପାଇଁ ପ୍ରାୟ ୩୬ ରନ ହାରାହାରିରେ ସେ ୭୨୩ ରନ କରିଛନ୍ତି। ଏତେ ଭଲ ରେକର୍ଡ ସତ୍ତ୍ୱେ ତାଙ୍କୁ ସୁଯୋଗ ନମିଳିବା ନେଇ ଆଲୋଚନା ହେଉଛି।

ରଜତ ପାଟିଦାର:
ରଜତ ପାଟିଦାରଙ୍କୁ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସ୍ଥାନ ମିଳିନାହିଁ। ଏହା ତାଙ୍କ ଟିମ ଇଣ୍ଡିଆ ଭବିଷ୍ୟତ ପାଇଁ ଆଉ ଏକ ବଡ଼ ଝଟକା ବୋଲି କୁହାଯାଉଛି।

କ୍ରୁଣାଲ ପାଣ୍ଡ୍ୟା:
ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା ମଧ୍ୟ ଚୟନକର୍ତ୍ତାଙ୍କ ତାଲିକାରେ ସ୍ଥାନ ପାଇନାହାନ୍ତି। ଫଳରେ ତାଙ୍କର ମଧ୍ୟ ଭାରତୀୟ ଟି-୨୦ ଦଳକୁ ଫେରିବା ରାସ୍ତା କଷ୍ଟକର ହୋଇପାରେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri