୧୮ ଶ୍ରମିକଙ୍କୁ ପାଉଣା ମିଳୁନାହିଁ

ଯାଜପୁର ଅଫିସ,୨୨।୧: ଯାଜପୁରରୋଡ ବନାଞ୍ଚଳ ଅଧୀନରେ ଚାରାରୋପଣ, ଗାତ ଖୋଳା, ବାଡ଼ ପ୍ରସ୍ତୁତି ଆଦିରେ କାମ କରି ୧୮ ଜଣ ଶ୍ରମିକ ହଟହଟା ହେଉଛନ୍ତି। ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ସେ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି। ଏଣେ ଆସନ୍ତା ୩୧ା୦୧ା୨୦୨୧ ତାରିଖରେ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ଚାକିରିରୁ ଅବସର ନେବେ। ଶ୍ରମିକମାନେ ତାଙ୍କ ପାଉଣା ଆଉ ପାଇବେ କି ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଏନେଇ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ, ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ, ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

ଯାଜପୁର ଜିଲାର ଯାଜପୁରରୋଡ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଶ୍ରମିକମାନେ ୨ଟି କାମ କରିଥିଲେ। ପ୍ରଥମ କାମରେ ଶ୍ରମିକଙ୍କ ମଜୁରି ବାବଦ ୨ଲକ୍ଷ ୨୯ ହଜାର ୩୦୦ ଟଙ୍କା ଓ ଦ୍ୱିତୀୟ କାମରେ ୧ ଲକ୍ଷ ୭୩ ହଜାର ୯୦୦ଟଙ୍କା ହୋଇଥିବାବେଳେ କେବଳ ଖାଇବା ଖର୍ଚ୍ଚ ବାବଦକୁ ୧୦ହଜାର ଟଙ୍କା ଦେଇଥିଲେ। ତେଣୁ ଏହି ୨ଟି କାମରେ ସେମାନଙ୍କ ଆଉ ୩ ଲକ୍ଷ ୯୩ ହଜାର ୨୦୦ ଟଙ୍କା ବାକି ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ୫୦ରୁ ଊର୍ଦ୍ଧ୍ୱ ଥର ଶ୍ରମିକ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କୁ ବକେୟା ମଜୁରି ଆଦି ପୈଠ ନ କରି ସେ ଖାଲି ସମୟ ଗଡ଼ାଇ ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି। ଉକ୍ତ କାମକୁ ଦେଖାଶୁଣା କରୁଥିବା ଫରେଷ୍ଟର ପ୍ରେମାନନ୍ଦ ରାଉତରାୟଙ୍କ କରୋନାରେ ମୃତ୍ୟୁ ହେବାପରେ କାମ ଦେଇଥିବା ବନାଞ୍ଚଳ ଅଧିକାରୀ ବିଭିନ୍ନ ବାହାନା କରି ଚାଲିଛନ୍ତି। ଏ ବାବଦରେ ଶ୍ରମିକ ନେତା ଦୁଷ୍ମନ୍ତ ରାଉତଙ୍କ ଦ୍ୱାରସ୍ଥ ହେବା ପରେ ଶ୍ରମିକମାନେ ତା୪ା୧ା୨୧ରିଖରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନିକଟରେ ପ୍ରାପ୍ୟ ପାଇବା ପାଇଁ ଏକ ମାମଲା ରୁଜୁ କରିଛନ୍ତି।

ଏଣେ କଟକ ବନଖଣ୍ଡ ଅଧିକାରୀ ଓ ଯାଜପୁରରୋଡ ବନାଞ୍ଚଳ ଅଧିକାରୀଙ୍କୁ କଟକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ଦାଶ ନୋଟିସ ଜାରି କରି ତୁରନ୍ତ ଶ୍ରମିକମାନଙ୍କ ପ୍ରାପ୍ୟ ପୈଠ ପାଇଁ କହିଛନ୍ତିି। କାମ୍ପା, ଡିଏମ୍‌ଏଫ୍‌ ପାଣ୍ଠିରେ ବନୀକରଣ, ସହରାଞ୍ଚଳ ବନୀକରଣ ଆଦି ଯୋଜନାରେ ବହୁ କୋଟି ଟଙ୍କା ବାଟମାରଣା ହୋଇଥିବାବେଳେ କାମ କରିଥିବା ଗରିବ ଶ୍ରମିକମାନଙ୍କ ମୂଲ ବୁଡାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ, ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପିସିସିଏଫ, ଆର୍‌ଡିସିଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ଆବଶ୍ୟକ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଶ୍ରମିକ ଦିଲୀପ ମଲ୍ଲିକ। ଏ ସଂକ୍ରାନ୍ତରେ ଯାଜପୁରରୋଡ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କେଉଁ ଯୋଜନାରେ କାମ ହୋଇଛି ତା’ର ନିର୍ଦ୍ଦିଷ୍ଟ ତଥ୍ୟ ରଖାଗଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ହୋଇଥିଲେ ମଷ୍ଟରରୋଲ ଅନୁସାରେ ମଜୁରି ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ଏଥିରେ କୌଣସି ଦୁର୍ନୀତି କିମ୍ବା ଶ୍ରମିକମାନଙ୍କ ମଜୁରି ହଡପ କଥା ଉଠୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri