ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ

ମୁମ୍ବାଇ,୧୩।୭ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ ଦାବିଦାର ରହିଛନ୍ତି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ମାସ ୨୩ରେ ଏହି ପଦବୀ ଲାଗି ସାକ୍ଷାତକାର ନେବ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କାର୍ଯ୍ୟକାଳ ସରିବାର ୩ ମାସ ଆଗରୁ ଡେପୁଟି ଗଭର୍ନର ଭାବେ କାର୍ଯ୍ୟରତ ଏନ୍‌.ଏସ୍‌.ବିଶ୍ୱନାଥ ଅବସର ନେବା ଯୋଗୁ ଗୋଟିଏ ପଦବୀ ଖାଲି ପଡିଛି। ସାକ୍ଷାତ୍‌କାର ଭିଡିଓକନଫରେନ୍ସ ଦ୍ୱାରା ହେବ ବୋଲି ଜଣାପଡିଛି। ସାକ୍ଷାତ୍‌କାର ପରେ ଚୟନ ହୋଇଥିବା ନାମକୁ ପ୍ରଧାନମନ୍ତ୍ରୀଙ୍କ ଚୂଡାନ୍ତ ନିଷ୍ପତ୍ତି ଲାଗି ପଠାଯିବ। ସର୍ଚ୍ଚ କମିଟିରେ କ୍ୟାବିନେଟ ସଚିବଙ୍କ ବାଦ୍‌ ଆର୍‌ବିଆଇ ଗଭର୍ନର, ଆର୍ଥତ୍କ ସେବା ସଚିବ ଏବଂ ୨ ସ୍ବାଧୀନ ସଦସ୍ୟ ରହିଛନ୍ତି। ବର୍ତ୍ତମାନ ଖାଲି ଥିବା ପଦବୀ କେନ୍ଦ୍ରୀୟ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ପୂରଣ କରାଯିବ। ଆର୍‌ବିଆଇ ନିୟମ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ୪ ଡେପୁଟି ଗଭର୍ନର ଥିବା ବେଳେ ର଼୍ୟାଙ୍କରୁ ୨, ଜଣେ ବାଣିଜ୍ୟିକ ବ୍ୟାଙ୍କର ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ରହିବେ, ଯେ କି ମୁଦ୍ରାନୀତି କମିଟି ବିଭାଗ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ଆର୍‌ବିଆଇରେ ୩ ଡେପୁଟି ଗଭର୍ନର ଯଥା- ବି.ପି.କାନୁନଗୋ, ଏମ.କେ.ଜୈନ, ମାଇକେଲ ଦେବବ୍ରତ ପାତ୍ର ବର୍ତ୍ତମାନ ଅବସ୍ଥାପିତ ଅଛନ୍ତି। ନିକଟରେ କାନୁନଗୋଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବଢାଯାଇଛି। ସେ ୨୦୧୭ରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଡେପୁଟି ଗଭର୍ନର ୩ ବର୍ଷ ଲାଗି ନିଯୁକ୍ତି ପାଇଥାନ୍ତି। ଏହି କାର୍ଯ୍ୟକାଳକୁ ବଢାଯାଇ ପାରେ। ଏହି ପଦବୀ ଲାଗି ୨.୨୫ ଲକ୍ଷ ବେତନ ବାଦ୍‌ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri