ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ

ମୁମ୍ବାଇ,୧୩।୭ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ ଦାବିଦାର ରହିଛନ୍ତି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ମାସ ୨୩ରେ ଏହି ପଦବୀ ଲାଗି ସାକ୍ଷାତକାର ନେବ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କାର୍ଯ୍ୟକାଳ ସରିବାର ୩ ମାସ ଆଗରୁ ଡେପୁଟି ଗଭର୍ନର ଭାବେ କାର୍ଯ୍ୟରତ ଏନ୍‌.ଏସ୍‌.ବିଶ୍ୱନାଥ ଅବସର ନେବା ଯୋଗୁ ଗୋଟିଏ ପଦବୀ ଖାଲି ପଡିଛି। ସାକ୍ଷାତ୍‌କାର ଭିଡିଓକନଫରେନ୍ସ ଦ୍ୱାରା ହେବ ବୋଲି ଜଣାପଡିଛି। ସାକ୍ଷାତ୍‌କାର ପରେ ଚୟନ ହୋଇଥିବା ନାମକୁ ପ୍ରଧାନମନ୍ତ୍ରୀଙ୍କ ଚୂଡାନ୍ତ ନିଷ୍ପତ୍ତି ଲାଗି ପଠାଯିବ। ସର୍ଚ୍ଚ କମିଟିରେ କ୍ୟାବିନେଟ ସଚିବଙ୍କ ବାଦ୍‌ ଆର୍‌ବିଆଇ ଗଭର୍ନର, ଆର୍ଥତ୍କ ସେବା ସଚିବ ଏବଂ ୨ ସ୍ବାଧୀନ ସଦସ୍ୟ ରହିଛନ୍ତି। ବର୍ତ୍ତମାନ ଖାଲି ଥିବା ପଦବୀ କେନ୍ଦ୍ରୀୟ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ପୂରଣ କରାଯିବ। ଆର୍‌ବିଆଇ ନିୟମ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ୪ ଡେପୁଟି ଗଭର୍ନର ଥିବା ବେଳେ ର଼୍ୟାଙ୍କରୁ ୨, ଜଣେ ବାଣିଜ୍ୟିକ ବ୍ୟାଙ୍କର ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ରହିବେ, ଯେ କି ମୁଦ୍ରାନୀତି କମିଟି ବିଭାଗ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ଆର୍‌ବିଆଇରେ ୩ ଡେପୁଟି ଗଭର୍ନର ଯଥା- ବି.ପି.କାନୁନଗୋ, ଏମ.କେ.ଜୈନ, ମାଇକେଲ ଦେବବ୍ରତ ପାତ୍ର ବର୍ତ୍ତମାନ ଅବସ୍ଥାପିତ ଅଛନ୍ତି। ନିକଟରେ କାନୁନଗୋଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବଢାଯାଇଛି। ସେ ୨୦୧୭ରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଡେପୁଟି ଗଭର୍ନର ୩ ବର୍ଷ ଲାଗି ନିଯୁକ୍ତି ପାଇଥାନ୍ତି। ଏହି କାର୍ଯ୍ୟକାଳକୁ ବଢାଯାଇ ପାରେ। ଏହି ପଦବୀ ଲାଗି ୨.୨୫ ଲକ୍ଷ ବେତନ ବାଦ୍‌ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୩।୭: ଚାଇନା ସେନା ଆକ୍ରମଣ ଫଳରେ ଭାରତ ସରକାର ଟିକ୍‌ଟକ୍‌ ସହ ଚାଇନାର ୫୯ ଆପ୍ଲିକେଶନକୁ ଭାରତ ବଜାରରୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା...

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ...

ଆଜି ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧାର୍ଥ

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତି ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ଏପରିକି...

ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି...

କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍‌, ଦୋକାନରେ ରହିବେ ୫୦% କର୍ମଚାରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି।...

ଚୂଡାନ୍ତ ପର୍ଯ୍ୟାୟରେ ଫ୍ୟୁଚର ଗ୍ରୁପ-ରିଲାଏନ୍ସ ଡିଲ୍‌

ମୁମ୍ବାଇ,୫।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଫ୍ୟୁଚର ଗ୍ରୁପ ଅଧିଗ୍ରହଣ ଡିଲ୍‌ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଏଥି ଯୋଗୁ ରିଲାଏନ୍ସର ମଙ୍ଗଳବାର ଶେୟାର କାରବାରରେ ବେଶ ଉନ୍ନତି...

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ...

ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ

ନୂଆଦିଲ୍ଲୀ,୧୩-୨: ଗତ ଡିସେମ୍ବର ମାସରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ ଘଟିଛି। ମାନୁଫାକଚରିଂ କ୍ଷେତ୍ରରେ ହ୍ରାସ ଯୋଗୁ ଏହା ହୋଇଥିବା ସରକାରୀ ଡାଟାରୁ ଜଣାପଡିଛି।...

Advertisement
Archives

Model This Week