Posted inଖେଳ

ଆଇଏସ୍‌ଏଲ୍‌ରେ ଭାଗନେବେ ୮ ବ୍ରାଜିଲ ଖେଳାଳି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍‌-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା ଲାଗି ଅନୁମତି ମିଳିଛି। ସେମାନଙ୍କ ମଧ୍ୟରେ ବ୍ରାଜିଲର ୮ଜଣ ଫୁଟ୍‌ବଲର ଥିବା ବେଳେ ଫିଜିର ଜଣେ ଖେଳାଳି ରହିଛନ୍ତି। ଆଇଏସ୍‌ଏଲର ପରବର୍ତ୍ତୀ ସଂସ୍କରଣ ନଭେମ୍ବରରେ ଗୋଆର ୩ଟି ଭେନ୍ୟୁରେ ଖେଳାଯିବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଦ୍ୱାରା ଆୟୋଜିତ ଆଇଏସ୍‌ଏଲରେ ସେମାନଙ୍କ କ୍ଲବରେ ଯୋଗ ଦେବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ୯ଖେଳାଳି ଏବଂ ଜଣେ କୋଚିଂ ଷ୍ଟାଫ୍‌ଙ୍କ ସମେତ ମୋଟ ୧୦ଜଣ ବିଦେଶୀଙ୍କୁୁ ଅନୁମତି ପ୍ରଦାନ କରିଛି। ଭାରତ ଆସିବା ଲାଗି ଏମାନେ ସେମାନଙ୍କ ସରକାରଙ୍କଠାରୁ ମଧ୍ୟ କ୍ଲିଅରାନ୍ସ ହାସଲ କରିଛନ୍ତି। ଓଡ଼ିଶା ଏଫ୍‌ସିର ୩ଜଣ ମାର୍ସେଲିନୋ, ଡିଏଗୋ ମୈରିସିଓ ଏବଂ ରୋଜେରିଓ ରାମୋସ (ଗୋଲକିପିଂ କୋଚ୍‌)ଙ୍କ ବ୍ୟତୀତ ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସିର ଦୁଇ ଜଣ ଲେଖାଏଁ ଏବଂ ହାଇଦ୍ରାବାଦ ଏଫ୍‌ସି ଏବଂ ଜାମସେଦପୁର ଏଫ୍‌ସିର ଜଣେ ଲେଖାଏଁ ଲଣ୍ଡନ ବାଟ ଦେଇ ବ୍ରାଜିଲରୁ ଆସି ଆସନ୍ତା ମାସ ପ୍ରଥମ ସପ୍ତାହରେ ଗୋଆରେ ପହଞ୍ଚତ୍ବେ। ଭାରତ ଆସିବା ପୂର୍ବରୁ ଏମାନେ ସମସ୍ତେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସେହିପରି ଏଟିକେ ମୋହନବାଗାନର ରୟ କ୍ରିଷ୍ଣା ତାଙ୍କ ଦେଶ ଫିଜି ଛାଡ଼ି ସାରିଲେଣି। ନ୍ୟୁଜିଲାଣ୍ଡରେ ସେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ। ଭାରତରେ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ୩ଥର ନେଗେଟିଭ୍‌ ହେବାକୁ ପଡ଼ିବ। ସମସ୍ତ ବିଦେଶୀ ଖେଳାଳି ଗୋଆରେ ପହଞ୍ଚତ୍ବା ପରେ ଆଇଏସ୍‌ଏଲ ବାୟୋ ବବଲରେ ପ୍ରବେଶ ପୂର୍ବରୁ ୧୨ଦିନ ସେଲ୍‌ଫ ଆଇସୋଲେଶନରେ ରହିବେ। ସେମାନଙ୍କର ୫ ରାଉଣ୍ଡ ଟେଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?