Posted inଖେଳ

ଆଇଏସ୍‌ଏଲ୍‌ରେ ଭାଗନେବେ ୮ ବ୍ରାଜିଲ ଖେଳାଳି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍‌-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା ଲାଗି ଅନୁମତି ମିଳିଛି। ସେମାନଙ୍କ ମଧ୍ୟରେ ବ୍ରାଜିଲର ୮ଜଣ ଫୁଟ୍‌ବଲର ଥିବା ବେଳେ ଫିଜିର ଜଣେ ଖେଳାଳି ରହିଛନ୍ତି। ଆଇଏସ୍‌ଏଲର ପରବର୍ତ୍ତୀ ସଂସ୍କରଣ ନଭେମ୍ବରରେ ଗୋଆର ୩ଟି ଭେନ୍ୟୁରେ ଖେଳାଯିବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଦ୍ୱାରା ଆୟୋଜିତ ଆଇଏସ୍‌ଏଲରେ ସେମାନଙ୍କ କ୍ଲବରେ ଯୋଗ ଦେବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ୯ଖେଳାଳି ଏବଂ ଜଣେ କୋଚିଂ ଷ୍ଟାଫ୍‌ଙ୍କ ସମେତ ମୋଟ ୧୦ଜଣ ବିଦେଶୀଙ୍କୁୁ ଅନୁମତି ପ୍ରଦାନ କରିଛି। ଭାରତ ଆସିବା ଲାଗି ଏମାନେ ସେମାନଙ୍କ ସରକାରଙ୍କଠାରୁ ମଧ୍ୟ କ୍ଲିଅରାନ୍ସ ହାସଲ କରିଛନ୍ତି। ଓଡ଼ିଶା ଏଫ୍‌ସିର ୩ଜଣ ମାର୍ସେଲିନୋ, ଡିଏଗୋ ମୈରିସିଓ ଏବଂ ରୋଜେରିଓ ରାମୋସ (ଗୋଲକିପିଂ କୋଚ୍‌)ଙ୍କ ବ୍ୟତୀତ ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସିର ଦୁଇ ଜଣ ଲେଖାଏଁ ଏବଂ ହାଇଦ୍ରାବାଦ ଏଫ୍‌ସି ଏବଂ ଜାମସେଦପୁର ଏଫ୍‌ସିର ଜଣେ ଲେଖାଏଁ ଲଣ୍ଡନ ବାଟ ଦେଇ ବ୍ରାଜିଲରୁ ଆସି ଆସନ୍ତା ମାସ ପ୍ରଥମ ସପ୍ତାହରେ ଗୋଆରେ ପହଞ୍ଚତ୍ବେ। ଭାରତ ଆସିବା ପୂର୍ବରୁ ଏମାନେ ସମସ୍ତେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସେହିପରି ଏଟିକେ ମୋହନବାଗାନର ରୟ କ୍ରିଷ୍ଣା ତାଙ୍କ ଦେଶ ଫିଜି ଛାଡ଼ି ସାରିଲେଣି। ନ୍ୟୁଜିଲାଣ୍ଡରେ ସେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ। ଭାରତରେ ପହଞ୍ଚତ୍ବା ପୂର୍ବରୁ ତାଙ୍କୁ ୩ଥର ନେଗେଟିଭ୍‌ ହେବାକୁ ପଡ଼ିବ। ସମସ୍ତ ବିଦେଶୀ ଖେଳାଳି ଗୋଆରେ ପହଞ୍ଚତ୍ବା ପରେ ଆଇଏସ୍‌ଏଲ ବାୟୋ ବବଲରେ ପ୍ରବେଶ ପୂର୍ବରୁ ୧୨ଦିନ ସେଲ୍‌ଫ ଆଇସୋଲେଶନରେ ରହିବେ। ସେମାନଙ୍କର ୫ ରାଉଣ୍ଡ ଟେଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ କିଙ୍ଗ୍ସକୁ ମିଳିଲା ବିଶ୍ୱକପ୍‌ ବିଜେତା କୋଚ୍‌

ନୂଆଦିଲ୍ଲୀ,୧୬।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଟିମ୍‌ ପଞ୍ଜାବ କିଙ୍ଗ୍ସକୁ ମିଳିଛି ନୂତନ ମୁଖ୍ୟ କୋଚ୍‌। ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇଥିବା ଟ୍ରେଭର ବାଇଲିସଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।...

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ...

ଆଇସିୟୁରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍‌ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...

ଏସିଆ କପ୍‌ ଟାଇଟଲ ହାତେଇଲା ଶ୍ରୀଲଙ୍କା

ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍‌ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ...

ଆଇପିଏଲ୍‌ରେ ମାଲାମାଲ୍‌ ହେଲେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ

କୋଲକତା,୧୪।୧: ଆଇପିଏଲ୍‌ ୨୦୨୨ ନିଲାମରେ ଜଣେ ଇଲେକ୍ଟ୍ରିସିଆନ୍‌ଙ୍କ ପୁଅ ମାଲାମାଲ ହୋଇଛନ୍ତି। ତାଙ୍କ ନାଁ ହେଉଛି ତିଲକ ବର୍ମା। ୧୯ ବର୍ଷୀୟ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ...

ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ହରମାନଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହରମାନ ଇସ୍ତଫା ଦେଇଛନ୍ତି। ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ...

ପୁରୁଷ ଦିନିକିଆରେ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି

ଦୁବାଇ,୬।୧୨(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଜି.ଏସ୍‌. ଲକ୍ଷ୍ମୀ ପ୍ରଥମ ମହିଳା ରେଫରି ଭାବେ କୌଣସି ପୁରୁଷ ଦିନିକିଆ ମ୍ୟାଚ୍‌ ଦାୟିତ୍ୱରେ ରହିବେ। ୟୁନାଇଟେଡ୍‌ ଆରବ ଏମିରେଟ୍ସରେ...

ଏହି ଦୁଇ ଭାରତୀୟ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରି ମଧ୍ୟ ନେଇଛନ୍ତି ଉଇକେଟ୍‌

କ୍ରିକେଟରେ ଉଇକେଟ କିପିଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁ ଦଳ ଏକ ଅଭିଜ୍ଞ ଉଇକେଟ କିପର ନେଇ ଖେଳିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଉଇକେଟ...

Advertisement
Archives

Model This Week