ବୁଥ୍‌ ଦଖଲ ଘଟଣାରେ ୬ ଗିରଫ

ଢେଙ୍କାନାଳ ଅଫିସ, ୧୮।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବୁଥ୍‌ ଜବରଦଖଲ ମାମଲାରେ ପୋଲିସ ଦୁଇଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିହଲପ୍ରସାଦର ସିଲୁ ସାହୁ, ମାନସ ସାହୁ, ସୁଧାଂଶୁ ଧଳ, ସନ୍ଦୀପ ଜେନା, ଅବନ୍ତୀ ଜେନା ଓ ବସନ୍ତ ସାହୁ। ସେହିପରି ୧୧ନଂ. ବୁଥ୍‌ରୁ ଲୁଟ୍‌ ହୋଇଥିବା ଗୋଟିଏ ବାଲଟ୍‌ ବକ୍ସକୁ ସ୍ଥାନୀୟ କୂଅରୁ ପୋଲିସ ଜବତ କରିଛି। ଅବନ୍ତୀ ବୁଥ୍‌ରୁ ଭୋଟ ବାକ୍ସ ଉଠାଇ ନେଇଥିବା ସ୍ପଷ୍ଟ ହୋଇଛି। ଏ ନେଇ ନଂ. ୫୮/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ସଦର ଏସ୍‌ଡିପିଓ ବିକାଶ ଚନ୍ଦ୍ର ବେଉରା ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପଟେ ୨, ୬, ୭ ଏବଂ ୧୧ନଂ. ବୁଥ ଜବରଦଖଲ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଫଳରେ ସମ୍ପୃକ୍ତ ୪ ବୁଥ୍‌ରେ ପୁନଃ ମତଦାନ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ନିହଲପ୍ରସାଦ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଭୋଟ ଗ୍ରହଣ କେନ୍ଦ୍ରରେ ବିବାଦୀୟ ପରିସ୍ଥିତି ଉଗ୍ରରୂପ ନେଇଥିଲା। ପରବର୍ତ୍ତୀ ସମୟରେ ୨, ୬, ୭ ଓ ୧୧ନଂ. ବୁଥ୍‌କୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଆକ୍ରମଣରେ ୧୧ନଂ. ବୁଥ୍‌ର ପୋଲିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ଆହତ ହୋଇଥିଲେ। ଏଥିସହ ଭୋଟ କେନ୍ଦ୍ର ପରିସରରେ ଥିବା ବୋଲେରୋ ଏବଂ ବାଇକକୁ ଭଙ୍ଗାରୁଜା କରାଯାଇଥିଲା। ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଅଭିଯୁକ୍ତ ଅବନ୍ତୀ ଗୋଟିଏ ଭୋଟ ବକ୍ସକୁ ବୁଥ୍‌ରୁ ଉଠାଇ ନେଇ କୂଅରେ ଫିଙ୍ଗି ଦେଇଥିଲେ।
ନିହଲପ୍ରସାଦ ଏକ ସମ୍ବେଦନଶୀଳ ପଞ୍ଚାୟତ ଭାବେ ପରିଗଣିତ। ୨୦୧୭କୁ ବାଦ୍‌ଦେଲେ ପ୍ରାୟ ଅଧିକାଂଶ ନିର୍ବାଚନରେ ଏଠାକାର ବୁଥ୍‌ଗୁଡ଼ିକରେ ହିଂସାକାଣ୍ଡ ଘଟିଥିବା ନଜିର ରହିଛି। ଏଭଳି ସ୍ପର୍ଶକାତର ପଞ୍ଚାୟତରେ ପୋଲିସ ପ୍ରଶାସନ ପକ୍ଷରୁ ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ତେଣୁ ମତଦାନ ବେଳେ ଏଭଳି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି। ଘଟଣା ସମ୍ପର୍କରେ ପଦସ୍ଥ ପୋଲିସ ଅଧିକାରୀ ମୁହଁ ଖୋଲୁ ନ ଥିବାବେଳେ ସେମାନଙ୍କ ଉପରେ ଚାପ ପଡୁଥିବା ଏବଂ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଥିବା ଚର୍ଚ୍ଚା ହେଉଛି। ବୁଥ୍‌ ଜବରଦଖଲ ଏବଂ ଭୋଟ ବାକ୍ସ ଉଠାଇ ନେଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri