ବୁଥ୍‌ ଦଖଲ ଘଟଣାରେ ୬ ଗିରଫ

ଢେଙ୍କାନାଳ ଅଫିସ, ୧୮।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବୁଥ୍‌ ଜବରଦଖଲ ମାମଲାରେ ପୋଲିସ ଦୁଇଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିହଲପ୍ରସାଦର ସିଲୁ ସାହୁ, ମାନସ ସାହୁ, ସୁଧାଂଶୁ ଧଳ, ସନ୍ଦୀପ ଜେନା, ଅବନ୍ତୀ ଜେନା ଓ ବସନ୍ତ ସାହୁ। ସେହିପରି ୧୧ନଂ. ବୁଥ୍‌ରୁ ଲୁଟ୍‌ ହୋଇଥିବା ଗୋଟିଏ ବାଲଟ୍‌ ବକ୍ସକୁ ସ୍ଥାନୀୟ କୂଅରୁ ପୋଲିସ ଜବତ କରିଛି। ଅବନ୍ତୀ ବୁଥ୍‌ରୁ ଭୋଟ ବାକ୍ସ ଉଠାଇ ନେଇଥିବା ସ୍ପଷ୍ଟ ହୋଇଛି। ଏ ନେଇ ନଂ. ୫୮/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ସଦର ଏସ୍‌ଡିପିଓ ବିକାଶ ଚନ୍ଦ୍ର ବେଉରା ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପଟେ ୨, ୬, ୭ ଏବଂ ୧୧ନଂ. ବୁଥ ଜବରଦଖଲ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଫଳରେ ସମ୍ପୃକ୍ତ ୪ ବୁଥ୍‌ରେ ପୁନଃ ମତଦାନ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ନିହଲପ୍ରସାଦ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଭୋଟ ଗ୍ରହଣ କେନ୍ଦ୍ରରେ ବିବାଦୀୟ ପରିସ୍ଥିତି ଉଗ୍ରରୂପ ନେଇଥିଲା। ପରବର୍ତ୍ତୀ ସମୟରେ ୨, ୬, ୭ ଓ ୧୧ନଂ. ବୁଥ୍‌କୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଆକ୍ରମଣରେ ୧୧ନଂ. ବୁଥ୍‌ର ପୋଲିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ଆହତ ହୋଇଥିଲେ। ଏଥିସହ ଭୋଟ କେନ୍ଦ୍ର ପରିସରରେ ଥିବା ବୋଲେରୋ ଏବଂ ବାଇକକୁ ଭଙ୍ଗାରୁଜା କରାଯାଇଥିଲା। ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଅଭିଯୁକ୍ତ ଅବନ୍ତୀ ଗୋଟିଏ ଭୋଟ ବକ୍ସକୁ ବୁଥ୍‌ରୁ ଉଠାଇ ନେଇ କୂଅରେ ଫିଙ୍ଗି ଦେଇଥିଲେ।
ନିହଲପ୍ରସାଦ ଏକ ସମ୍ବେଦନଶୀଳ ପଞ୍ଚାୟତ ଭାବେ ପରିଗଣିତ। ୨୦୧୭କୁ ବାଦ୍‌ଦେଲେ ପ୍ରାୟ ଅଧିକାଂଶ ନିର୍ବାଚନରେ ଏଠାକାର ବୁଥ୍‌ଗୁଡ଼ିକରେ ହିଂସାକାଣ୍ଡ ଘଟିଥିବା ନଜିର ରହିଛି। ଏଭଳି ସ୍ପର୍ଶକାତର ପଞ୍ଚାୟତରେ ପୋଲିସ ପ୍ରଶାସନ ପକ୍ଷରୁ ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ତେଣୁ ମତଦାନ ବେଳେ ଏଭଳି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି। ଘଟଣା ସମ୍ପର୍କରେ ପଦସ୍ଥ ପୋଲିସ ଅଧିକାରୀ ମୁହଁ ଖୋଲୁ ନ ଥିବାବେଳେ ସେମାନଙ୍କ ଉପରେ ଚାପ ପଡୁଥିବା ଏବଂ ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଥିବା ଚର୍ଚ୍ଚା ହେଉଛି। ବୁଥ୍‌ ଜବରଦଖଲ ଏବଂ ଭୋଟ ବାକ୍ସ ଉଠାଇ ନେଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri