ଆଇନ ପରିବର୍ତ୍ତନର ପ୍ରୟାସ

ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ସରକାର ଭାରତର ପର୍ସନାଲ ଲ’ ବା ବ୍ୟକ୍ତଗତ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବ। ସେ ମଧ୍ୟ କହିଥିଲେ, ଏକ କମ୍ୟୁନାଲ ସିଭିଲ କୋଡ୍‌( ସାମ୍ପ୍ରଦାୟିକ ନାଗରିକ ସଂହିତା)ରେ ୭୫ ବର୍ଷ ରହିବା ପରେ ଏବେ ନୂଆ ସେକ୍ୟୁଲାର ସିଭିଲ କୋଡ୍‌ ବା ଧର୍ମନିରପେକ୍ଷ ନାଗରିକ ସଂହିତା ଆଡ଼କୁ ଗତିକରିବା ଅତି ଜରୁରୀ। ଥରେ ଏହି ପରିବର୍ତ୍ତନ ହେଲେ ତାହା ଧର୍ମୀୟ ଭେଦଭାବ ଦୂରକରିବା ସହ ସାଧାରଣ ନାଗରିକଙ୍କ ମନରେ ଥିବା ପ୍ରଭେଦ ହ୍ରାସ କରିବ ବୋଲି ସେ କହିଥିଲେ। ପର୍ସନାଲ ଲ’ ବିବାହ, ଛାଡ଼ପତ୍ର ଏବଂ ଉତ୍ତରାଧିକାରକୁ ସଞ୍ଚାଳିତ କରିଥାଏ। ଏହି ବିଷୟରେ ଭାଜପା ଜଡ଼ିତ ରହିଆସିଛି। ବିଶେଷକରି ମହିଳାମାନଙ୍କ ଉତ୍ତରାଧିକାର ଉପରେ ଡ. ଆମ୍ବେଡ୍‌କର ହିନ୍ଦୁ ବ୍ୟକ୍ତିଗତ ଆଇନରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। ପାରମ୍ପରିକ ଉତ୍ତରାଧିକାର ଆଇନର ଦୁଇଟି ପ୍ରଭାବୀ ଦିଗକୁ ସେ ଚିହ୍ନଟକଲେ ଏବଂ ମହିଳାମାନଙ୍କ ଉତ୍ତରାଧିକାରକୁ ଅଧିକ ସ୍ବଚ୍ଛ କରିବାକୁ ସେଥିରୁ ଗୋଟିଏକୁ ସଂଶୋଧନ କଲେ। ଏହାକୁ ଆର୍‌ଏସ୍‌ଏସ୍‌ର ରାଜନୈତିକ ସଙ୍ଗଠନ ଗ୍ରହଣକରି ନ ଥିଲା। ଜନସଂଘ ତା’ର ୧୯୫୧ ମାନିଫେଷ୍ଟୋରେ ହିନ୍ଦୁ କୋଡ୍‌ ବିଲ୍‌କୁ ବିରୋଧକରି କହିଥିଲା ଯେ, ସାମାଜିକ ସଂସ୍କାର ବାହାରୁ ନୁହେଁ ବରଂ ସମାଜ ଭିତରୁ ଆସିବା ଉଚିତ। ୧୯୫୭ରେ ଏହା କହିଥିଲା, ପ୍ରାଚୀନ ସଂସ୍କୃତିରେ ଏହାର ଆଧାର ନ ରହିବାରୁ ଏଭଳି ପରିବର୍ତ୍ତନ ଗ୍ରହଣୀୟ ହେଲା ନାହିଁ। ୧୯୫୮ର ମାନିଫେଷ୍ଟୋରେ ପାର୍ଟି ଲେଖିଥିଲା, ଯୌଥ ପରିବାର ଏବଂ ସ୍ଥାୟୀ ବିବାହ ହିନ୍ଦୁ ସମାଜର ଆଧାର। ଏହି ଆଧାରକୁ ପରିବର୍ତ୍ତନ କରୁଥିବା ଆଇନଗୁଡ଼ିକ ଶେଷରେ ସମାଜରେ ବିଚ୍ଛିନ୍ନତାର କାରଣ ହେବ। ତେଣୁ ଜନସଂଘ ହିନ୍ଦୁ ବିବାହ ଏବଂ ହିନ୍ଦୁ ଉତ୍ତରାଧିକାର ଆଇନକୁ ରଦ୍ଦ କରିବ। ସମୟକ୍ରମେ ଅଣୁପରିବାର ଏବଂ ଛାଡ଼ପତ୍ର ସମାଜରେ ଗ୍ରହଣୀୟ ହେବାରୁ ଦଳ କୌଣସି କାରଣ ନ ଦର୍ଶାଇ ଏଥିରୁ ଓହରିଗଲା। ୧୯୬୭ ମାନିଫେଷ୍ଟୋରେ ଏହା ୟୁନିଫର୍ମ ସିଭିଲ କୋଡ୍‌ ବା ଏକକ ନାଗରିକ ସଂହିତା (ୟୁସିସି) ପାଇଁ ଆହ୍ବାନ ଦେଇଥିଲା। ସେବେଠାରୁ ଏହା ଦଳର ସମସ୍ତ ମାନିଫେଷ୍ଟୋରେ ରହିଥିଲା ଏବଂ କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା। ୨୦୧୪ ଏବଂ ୨୦୧୯ରେ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ଉଭୟ ନିର୍ବାଚନରେ ଏହାର ମାନିଫେଷ୍ଟୋରେ ୟୁସିସି ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହାକୁ ନେଇ ଆଇନ ପ୍ରଣୟନ କିମ୍ବା ଚିଠା ପ୍ରସ୍ତୁତ ହୋଇପାରିଲା ନାହିଁ। ବର୍ତ୍ତମାନ ଭାଜପା ସାଂସଦଙ୍କ ସଂଖ୍ୟା ହ୍ରାସ ପାଇ ୨୪୦ ଅଛି ଏବଂ ପୁନର୍ବାର ୟୁସିସି ଉପରେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ କିଏ କିଭଳି ପୂରଣ କରାଯିିବ? ମୋଦି ଏବଂ ତାଙ୍କ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଆଇନର ଚିଠା ବା ଡ୍ରଫ୍ଟ ଏବେ କେଉଁଠି ଅଛି? ଅବଶ୍ୟ ଏହା ନାହିଁ। ଯାହା କେବଳ ଭାଷଣରେ।
ଅଧିକାଂଶ ଲୋକ ଧାରା ୩୭୦କୁ ଜାଣନ୍ତି, ଯାହା ବହୁଦିନରୁ ଭାଜପାର ଟାର୍ଗେଟରେ ଥିଲା ଓ ୨୦୧୯ରେ ଏହାକୁ ହଟାଇ ଦିଆଗଲା। ଅପରପକ୍ଷରେ ଧାରା ୩୭୧ ବିଷୟରେ ଖୁବ୍‌ କମ୍‌ ଜାଣନ୍ତି। ଧାରା ୩୭୧ କହେ, ନାଗାଲାଣ୍ଡର ବିଧାନସଭା ପ୍ରସ୍ତାବ ଅନୁଯାୟୀ ନିଷ୍ପତ୍ତି ହୋଇ ନ ଥିଲେ ନାଗାମାନଙ୍କର ଧର୍ମୀୟ ଓ ସାମାଜିକ ପ୍ରଥା ଏବଂ ନାଗା ପାରମ୍ପରା ଆଇନ ଓ ପ୍ରକ୍ରିୟା ଉପରେ ସଂସଦର କୌଣସି ଆଇନ ନାଗାଲାଣ୍ଡ ରାଜ୍ୟ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ତେବେ ନାଗା ରୀତିନୀତି ବିରୋଧୀ ଏକ ଧର୍ମନିରପେକ୍ଷ ସିଭିଲ କୋଡ୍‌ କ୍ଷେତ୍ରରେ କ’ଣ ହେବ? ମାର୍ଚ୍ଚ ୨୦୧୮ରେ ନାଗାଲାଣ୍ଡ ବାର୍‌ ଆସୋସିଏସନ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କୁ ଏକ ସ୍ମାରକପତ୍ର ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ଆଇନ ସମ୍ବନ୍ଧୀୟ ଅନେକ କେନ୍ଦ୍ରୀୟ ଆଇନ ନାଗା ସାମାଜିକ ରୀତିନୀତି ଏବଂ ପ୍ରଥାକୁ ବିରୋଧକରେ। ଭାରତ ସମ୍ବିଧାନର ଧାରା ୩୭୧-ଏର ପ୍ରାବଧାନ ବ୍ୟତୀତ ବ୍ୟକ୍ତିଗତ ଆଇନଗୁଡ଼ିକ ପ୍ରସଙ୍ଗରେ ବୈଧାନିକ କ୍ଷମତା ରାଜ୍ୟ ବିଧାନସଭା ଉପରେ ନ୍ୟସ୍ତ ହୋଇଛି। ଉଲ୍ଲେଖ କରାଯାଇଥିବା ଆଇନଗୁଡ଼ିକ ହେଲା ଭାରତୀୟ ଉତ୍ତରାଧିକାରୀ ଆଇନ, ୧୯୨୫; ସ୍ବତନ୍ତ୍ର ବିବାହ ଆଇନ, ୧୯୫୪; ଭାରତୀୟ ଛାଡ଼ପତ୍ର ଆଇନ, ୧୮୬୯; ଜନ୍ମ, ମୃତ୍ୟୁଏବଂ ବିବାହ ପଞ୍ଜୀକରଣ ଆଇନ, ୧୮୮୬; ଗାର୍ଡିଅନ୍ସ ଏବଂ ୱାର୍ଡସ୍‌ ଆକ୍ଟ, ୧୮୯୦ ଏବଂ ଫ୍ୟାମିଲି କୋର୍ଟ ଆକ୍ଟ, ୧୯୮୪। ବାର୍‌ ଆସୋସିଏସନ କହିଥିଲା ଯେ ଏହି ନିୟମଗୁଡିକ ଆମ ନିଜ ରାଜ୍ୟର ଆଇନ ଦ୍ୱାରା ବଦଳାଯିବା ଆବଶ୍ୟକ।
ଧାରା ୩୭୧ରେ ସମାନ ପ୍ରକାର ବ୍ୟବସ୍ଥା ମିଜୋମାନଙ୍କ ପାଇଁ ଥିବା ପରମ୍ପରା, ପ୍ରଥା ତଥା ରୀତିନୀତି ସମ୍ପର୍କିତ ୩୭୧-ଜି ଆଇନକୁ ସୁରକ୍ଷିତ କରେ। ତେବେ ଦୁଇଟି ବିଷୟ ଉପରେ ଏବେ ବିଚାର କରାଯାଉ। ପ୍ରଥମତଃ ପ୍ରଧାନମନ୍ତ୍ରୀ ଏକ ଡ୍ରାଫ୍ଟ ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ତାଙ୍କ ୟୁନିଫର୍ମ କିମ୍ବା ଧର୍ମନିରପେକ୍ଷ ସିଭିଲ କୋଡ୍‌ ଆହ୍ବ୍‌ାନକୁ ବିରୋଧ କରିବା କିମ୍ବା ତା’ ଉପରେ ମନ୍ତବ୍ୟ ଦେବାର କୌଣସି ଅର୍ଥ ନାହିଁ। ସେ ଏହା କରି ଦେଖାଇବାକୁ ଉତ୍ସାହିତ ହେବା ଜରୁରୀ। ଦ୍ୱିତୀୟ ବିଷୟ ହେଉଛି, ତାଙ୍କ ଦଳର ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ନ ଥିବାରୁ ସେ ଏହାକୁ କାହିଁକି ଉଠାଉଛନ୍ତି। ସେହିଭଳି ୱକଫ୍‌ ବିଲ୍‌ କାହିଁକି ଉପସ୍ଥାପିତ ହେଲା ,ଯେତେବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ ୨୪୦ଟି ଆସନରେ ଥିବା ଭାଜପା ଏହାକୁ ପାସ୍‌ କରିପାରିବ ନାହିଁ ଏବଂ ଏହାର ସହଯୋଗୀମାନେ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗକୁ ନେବାକୁ ଆଗ୍ରହୀ ନୁହନ୍ତି? ରବିଶ କୁମାର ଏବଂ ଧ୍ରୁବ ରାଠୀଙ୍କ ପରି ଲୋକଙ୍କ କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ଏକ ପ୍ରସାରଣ ବିଲ୍‌ କାହିଁକି ଲେଖାଗଲା, ଯେତେବେଳେ ଏହା ସ୍ପଷ୍ଟ ଥିଲା ଯେ ଏଥିରେ ଅସୁବିଧା ହେବ। ଏହି ଉଭୟ ପ୍ରସ୍ତାବିତ ଆଇନ ୪ ଜୁନ୍‌ ୨୦୨୪ ପରେ ଭାରତର ବାସ୍ତବ ପରିସରକୁ ଚାଲିଆସିଛି। ଧର୍ମନିରପେକ୍ଷ ନାଗରିକ ସଂହିତା ଉପରେ ମୋଦିଙ୍କ ଅଭିଭାଷଣରୁ ଜଣାପଡ଼ୁଛି ଯେ, ନିର୍ବାଚନର ଫଳାଫଳ ତଥା ଅର୍ଥକୁ ସେ ଠିକ୍‌ ଭାବେ ବୁଝିନାହାନ୍ତି ଏବଂ ଏହା ତାଙ୍କ ତେଜକୁ ନିଷ୍ପ୍ରଭ କରୁଛି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri