ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ

ଅଜ୍ଞାନତାର ଅମା ଅନ୍ଧାରକୁ ବଧ କରି ଯାହା ମାଧ୍ୟମରେ ସମାଜରେ ଜ୍ଞାନର ଆଲୋକ ବିଚ୍ଛୁରିତ ହୁଏ, ତାହା ହେଉଛି ଶିକ୍ଷା। ଏହି ଶିକ୍ଷା ପଦ୍ଧତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଜରୁରୀ। ତିନିହେଁ ପରସ୍ପରର ପରିପୂରକ। ଗୋଟିଏ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ ରହିଯାଏ। ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜ୍ଞାନର ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥାଏ। ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା, ଉଭୟକୁ ସକାରାମତ୍କ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତି କରିଥାଆନ୍ତି। ଏହି ଶିକ୍ଷାକୁ ଉଚିତ ମାର୍ଗରେ ଶିକ୍ଷାର୍ଥୀଙ୍କ ନିକଟରେ ଉପସ୍ଥାପନା କରିବା ଦାୟିତ୍ୱ ଗୁରୁଙ୍କର। ତେଣୁ ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ଶୃଙ୍ଖଳିତ ଓ ସଫଳ ଛାତ୍ର ଗଠନର ଦାୟିତ୍ୱ। ଶିକ୍ଷକଙ୍କ କର୍ତ୍ତବ୍ୟ ସେମାନେ ଛାତ୍ରୀଛାତ୍ରମାନଙ୍କୁ ବୌଦ୍ଧିକ, ସାମାଜିକ, ଶାରୀରିକ, ଭାବନାମତ୍କ ଓ ନୈତିକ ଭାବରେ ବିକଶିତ କରିବାରେ ସହାୟକ ହେବା। ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି। ଗୁରୁମାନଙ୍କ ଜୀବନ ସର୍ବଦା ସମର୍ପିତ ହୋଇଥାଏ ଶିଷ୍ୟ ତଥା ସମାଜର ଉନ୍ନତି ନିମନ୍ତେ। ଏହାଦ୍ୱାରା ସମାଜକୁ ସେମାନେ ସଚେତନପୂର୍ଣ୍ଣ ନାଗରିକ ଦେଇପାରିବେ। ଅତୀତରେ ଆମ ସଂସ୍କୃତିରେ ଗୁରୁ-ଶିଷ୍ୟର ସମ୍ପର୍କ ବହୁ ମହତ୍ତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାପୂର୍ଣ୍ଣ ଥିଲା। ବିଭିନ୍ନ ଉପାୟରେ ସେମାନେ ବିଦ୍ୟାର୍ଥୀଙ୍କୁ ସଫଳ କରିବାକୁ ପ୍ରଚେଷ୍ଟା କରୁଥିଲେ। ବୃତ୍ତିଗତ ଓ ନୈତିକ ଉଭୟ ବିଦ୍ୟାରେ ପାରଙ୍ଗମ କରୁଥିଲେ। ସମୟ ପରିବର୍ତ୍ତନ ହେବା ସହ ବଦଳି ଯାଇଛି ଶିକ୍ଷା ବ୍ୟବସ୍ଥା ଓ ଗୁରୁ-ଶିଷ୍ୟଙ୍କ ସମ୍ପର୍କ। ଶିକ୍ଷକଙ୍କ ସଂଜ୍ଞା ବଦଳି ଯାଇଛି ସମ୍ପୂର୍ଣ୍ଣ ରୂପେ। ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି କେବଳ ଅର୍ଥ ଉପାର୍ଜନ ନିମନ୍ତେ। ବିଦ୍ୟାର୍ଥୀଙ୍କୁ ଅନୁଚିତ ରାସ୍ତାରେ ଯାଉଥିବା ଦେଖି ଆକଟ ମଧ୍ୟ କରୁନାହାନ୍ତି। ସେଥିପାଇଁ ଅନେକ ପିଲା ଏବେ ଅବାଟରେ ଗତି କରୁଛନ୍ତି। ଅନେକ ଶିକ୍ଷକ ତ ଏବେ ବିଭିନ୍ନ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି। କେବେ ମଦ୍ୟପାନ କରି ବିଦ୍ୟାଳୟ ପରି ପବିତ୍ର ସ୍ଥାନକୁ ଆସୁଛନ୍ତି ତ ପୁଣି କେବେ ଛାତ୍ରୀଛାତ୍ରଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ପ୍ରତ୍ୟେହ ଏପରି ଶିକ୍ଷକଙ୍କ କୁକର୍ମ ପଦାରେ ପଡ଼ୁଛି। ଏହାଦ୍ୱାରା ଗୁରୁମାନଙ୍କ ଉପରୁ ବିଶ୍ୱାସ ତୁଟିଯାଉଛି ଅଭିଭାବକ ତଥା ଶିଷ୍ୟମାନଙ୍କର।
ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର୍ଥୀ ମୁଖ୍ୟ ମାନଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟାର୍ଥୀଟିର ପ୍ରଥମ କର୍ତ୍ତବ୍ୟ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟେକଟି ଶିକ୍ଷାକୁ ଧ୍ୟାନପୂର୍ବକ ଶୁଣିବା ଏବଂ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ପ୍ରଚେଷ୍ଟା କରିବା। ତେବେ ଯାଇ ବିଦ୍ୟାର୍ଥୀ ସୁନାଗରିକ ହୋଇପାରିବ। କିନ୍ତୁ ପରିତାପର ବିଷୟ, ବର୍ତ୍ତମାନ ଛାତ୍ରସମାଜ ସମ୍ପୂର୍ଣ୍ଣ ବିପରୀତଗାମୀ ହୋଇଯାଇଛି କହିଲେ ଭୁଲ୍‌ ହେବ ନାହିଁ। ସେମାନେ ଶିକ୍ଷାନୁଷ୍ଠାନକୁ କେବଳ କେଇ ଘଣ୍ଟାର ମନୋରଞ୍ଜନ ସ୍ଥଳ ଭାବୁଛନ୍ତି। ଗୁରୁଙ୍କୁ ଅସମ୍ମାନ, ସହପାଠୀ ତଥା ଅନ୍ୟ ବିଦ୍ୟାର୍ଥୀଙ୍କ ପ୍ରତି ଅଶାଳୀନ ବ୍ୟବହାର ଏବଂ ଚିନ୍ତନ ସେମାନଙ୍କୁ ଅନୁଚିତ ମାର୍ଗରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସାହାଯ୍ୟ କରୁଛି। ଏଥିପାଇଁ ବିଦ୍ୟାଳୟକୁ ‘ଦଣ୍ଡମୁକ୍ତ ଅଞ୍ଚଳ’ କରାଯିବା ଅଧିକନ୍ତୁ ଦାୟୀ। ତତ୍‌ସହ ପ୍ରଯୁକ୍ତି ବିଜ୍ଞାନର ଅପପ୍ରୟୋଗ ଛାତ୍ରସମାଜକୁ ବିଶୃଙ୍ଖଳିତ କରୁଛି। କୁହାଯାଏ ଭୟରୁ ଭକ୍ତି ଜାତହୁଏ। ଭୟ ଓ ଭକ୍ତିର ସମ୍ମିଶ୍ରଣରେ ଛାତ୍ରୀଛାତ୍ରଙ୍କ ଜୀବନ ଶୃଙ୍ଖଳିତ ହୋଇଥାଏ। ଅନେକ ତରୁଣ ଛାତ୍ରୀଛାତ୍ର ଭୟହୀନ ହୋଇ ବିଭିନ୍ନ ଆପରାଧିକ କାର୍ଯ୍ୟ କରୁଛନ୍ତି।
କିଛି ଦିନ ପୂର୍ବରୁ ପଡ଼ୋଶୀଙ୍କ ପୁଅ ବାହାରେ ଖେଳୁଥିବାର ଦେଖି ପଚାରିଲି, ଆଜି ବିଦ୍ୟାଳୟ ଯାଇନାହଁ କି? ପିଲାଟି ଉତ୍ତର ଦେଲା, ‘ନାଇଁ, ମୋତେ ସାତଦିନ ପାଇଁ ନିଲମ୍ବନ କରାଯାଇଛି’। ମୋତେ ଟିକେ ଅଲଗା ଲାଗିବାରୁ ତାଙ୍କ ମାଆଙ୍କୁ ପଚାରିଲି ଘଟଣା ବିଷୟରେ। ସେ କହିଲେ ଯେ, ତାଙ୍କ ପୁଅ ତୃତୀୟ ଶ୍ରେଣୀର ଛାତ୍ର, ଭଲ ପାଠ ପଢ଼ୁଛି। ହେଲେ ସେ ଟିକେ ଅସ୍ଥିର। ଶ୍ରେଣୀଗୃହରେ ସ୍ଥିର ହୋଇ ବସି ପାରୁନାହିଁ। ଶୀଘ୍ର ପାଠସାରି ପିଲାମାନଙ୍କ ସହ ଗପୁଛି। ଯଦ୍ଦ୍ବାରା ଅନ୍ୟ ପିଲାମାନେ ପାଠପଢ଼ା ଛାଡ଼ି ତା’ ସହିତ କଥାରେ ମଜ୍ଜି ଯାଉଛନ୍ତି। ଶିକ୍ଷକମାନଙ୍କ କହିବାନୁସାରେ ପିଲାଟି ସମସ୍ତ ପ୍ରତିଭାର ଅଧିକାରୀ। ଗୀତ, ନାଚ, ପାଠ, ଅଭିନୟ ଏବଂ ମଞ୍ଚ ଉପରେ ବକ୍ତୃତା ଆଦି ଦେବାରେ ପାରଙ୍ଗମ। ଏଥିସହିତ ଖୁବ୍‌ ଜିଦ୍‌ଖୋର ମଧ୍ୟ। ଯେଉଁ କାମ କରିବାକୁ ଇଚ୍ଛା କରିଥିବ, ତାକୁ ଯେମିତିବି ହେଉ କରି ଦେଖାଇବ। ସେତେବେଳେ ଶିକ୍ଷକଙ୍କ କଥା ମଧ୍ୟ ଶୁଣି ନଥାଏ। ଅବଶ୍ୟ ସେ ଖରାପ କାମ କେବେ କରିବାକୁ ଜିଦ୍‌ ଧରି ନଥାଏ। ତଥାପି ଏହାର ଅଯଥା ଗପିବା ଗୁଣ ଓ ଜିଦ୍‌ ସ୍ବଭାବ ଅନ୍ୟ ପିଲାଙ୍କୁ ବିଶୃଙ୍ଖଳିତ କରୁଛି ଏବଂ ଶିକ୍ଷକମାନେ ମଧ୍ୟ କେବଳ ଆକଟ କରିବେ, ମାରି ପାରିବେ ନାହିଁ। ତେଣୁ ସେମାନେ ତାକୁ ନିଲମ୍ବିତ କରିଛିନ୍ତି, ଯଦ୍ଦ୍ବାରା ତା’ର ଏହି କୁଅଭ୍ୟାସକୁ ବଦଳା ଯାଇପାରିବ। ହେଲେ ଦୁଃଖର କଥା, ସେ ନିଲମ୍ବନ କ’ଣ ବୁଝିନାହିଁ। କାହିଁକି ସ୍କୁଲ୍‌ ଯିବି ନାହିଁ ବୋଲି ଜିଦ୍‌ ଧରୁଛି। ଯେତେ ବୁଝାଇଲେ ବି ସେ କହୁଛି ମୁଁ ତ ପାଠସବୁ କରିଦେଉଛି, କାହିଁକି ଯିବି ନାହିଁ। କ’ଣ କରିବି କିଛି ବୁଝିପାରୁ ନାହିଁ। ଏତିକି କହି ମା’ ଜଣଙ୍କ ମନଦୁଃଖ କଲେ।
ପ୍ରକୃତରେ ଉପରୋକ୍ତ ଦୃଷ୍ଟାନ୍ତରେ କାହାର ଭୁଲ୍‌ ବୋଲି ପ୍ରଶ୍ନଟିଏ ଉଙ୍କିମାରୁଛି। ପିଲାଟି ଯଦି ସମସ୍ତ କ୍ଷେତ୍ରରେ ପାରଙ୍ଗମ, ତେବେ ତା’ର ଏହି ଅଳ୍ପ କୁଅଭ୍ୟାସକୁ କ’ଣ ଶିକ୍ଷକଙ୍କ ଦ୍ୱାରା ବଦଳା ଯାଇ ପାରିନଥା’ନ୍ତା? ଏହା ମଧ୍ୟ ସତ ଯେ, ଜଣଙ୍କ ଦ୍ୱାରା ପୂରା ଶ୍ରେଣୀର ଛାତ୍ରୀଛାତ୍ର ବିଶୃଙ୍ଖଳିତ ହୋଇପଡ଼ୁଛନ୍ତି। ତେବେ ଏଥିରୁ ଅନୁମେୟ ଯେ, ଶିକ୍ଷା ବ୍ୟବସ୍ଥାରେ ଦଣ୍ଡ ଉଠିଯିବା ପରେ ଶିକ୍ଷକ ଅକ୍ଷମ ହୋଇ ପଡ଼ିଛନ୍ତି ବିଦ୍ୟାର୍ଥୀଙ୍କୁ ଶାସନ କରିବାରେ ଏବଂ ଭୟହୀନ ହୋଇ ଛାତ୍ରୀଛାତ୍ର ମୁଖ୍ୟସ୍ରୋତରୁ ବିଚ୍ୟୁତ ହେଉଛନ୍ତି। ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏମାନଙ୍କର ସାମାନ୍ୟତମ ତ୍ରୁଟି ସମାଜରେ ଅସ୍ଥିରତା ସୃଷ୍ଟି କରିବ। ତେଣୁ ଶିକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ସହ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ମଧ୍ୟ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ତୁଲାଇବା ଉଚିତ।

  • ଉତ୍କଳିକା ଦାଶ
    ଠାକୁରପାଟଣା, ଆଳି, କେନ୍ଦ୍ରାପଡ଼ା
    ମୋ: ୭୦୦୮୫୫୯୬୯୩

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri