ଏଏମ୍‌ଏନ୍‌ଏସ୍‌ର ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ୧୧ଟି ଗ୍ରାମରେ ଏକ ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ଶିବିର ‘ଆରୋଗ୍ୟ’ର ଏକ ଅଂଶ ଭାବେ ଆୟୋଜନ କରାଯାଇଥିଲା। ବିଶେଷକରି କମ୍ପାନୀ କାର୍ଯ୍ୟକ୍ଷେତ୍ର ବା ଅପରେଟିଂ ଅଞ୍ଚଳର ଲୋକମାନଙ୍କୁ ଗୁଣାମତ୍କ ସ୍ବାସ୍ଥ୍ୟସେବା ଓ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିର ଜିଲାର ଖରିନାସୀ ଗ୍ରାମରେ ପ୍ରଥମ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସ୍ତ୍ରୀରୋଗ,ର୍ମରୋଗ, ଚକ୍ଷୁ , ଶିଶୁ ଏବଂ ଔଷଧ ବିଶେଷଜ୍ଞଙ୍କ ଏକ ଟିମ୍‌ ମାଗଣା ିକିସତ୍ା ଏବଂ ପରାମର୍ଶ ପ୍ରଦାନ କରିଥିଲେ। ଏପରିକି ପ୍ରେସ୍‌କ୍ରିପସନ ଆଧାରରେ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଫିସର ଇନ୍‌-ାର୍ଜ ଡ. ନିରଞ୍ଜନ ଷଡ଼ଙ୍ଗୀ, ଖରିନାସୀର ସରପଞ୍ଚ ବନିତା ରାଉତ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ-ଓଡ଼ିଶା ଅପରେଶନ୍ସ ଫାଇନାନ୍ସ ମୁଖ୍ୟ ସଞ୍ଜୀବ ସିଂ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ସିଏସ୍‌ଆର୍‌ ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁଙ୍କ ସମେତ କମ୍ପାନୀର ଅନ୍ୟ ଅଧିକାରୀ ଓ ଖରିନାସୀ ଗ୍ରାମବାସୀ ଉପସ୍ଥିତ ଥିଲେ।
ଏ ନେଇ ଡ. ୟାଦଭେନ୍ଦୁ କହିଛନ୍ତି, ଆମର ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡିକ ଏଭଳି ଡିଜାଇନ କରାଯାଇଛି, ଯାହାଦ୍ୱାରା ସମସ୍ତଙ୍କର ସାମଗ୍ରିକ ବିକାଶ ହୋଇପାରିବ। କେନ୍ଦ୍ରାପଡ଼ା ଖରିନାସୀରେ ଏହି ଶିବିର ପରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ବତିଘର ରାମନଗର ପଞ୍ଚାୟତ ଅଧୀନରେ ଥିବା ଦଶଟି ଗ୍ରାମରେ ସମାନ ମଲ୍ଟି ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ମୋଟ ୧୬୨୯ସ୍ଥାନୀୟ ବାସିନ୍ଦା ଏହି ଶିବିରଗୁଡିକରୁ ଉପକୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri