୪ ବିଇଓଙ୍କ ହାତରେ ୧୧ ବ୍ଲକର ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା ଅଫିସ,୨୮ା୧୧: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲାରେ ୧୧ ବ୍ଲକ ମଧ୍ୟରୁ ୭ରେ ବିଇଓ ପଦବୀ ଖାଲି ପଡ଼ିଛି। ସେହିପରି ଚଳିତ ମାସରେ ଆଉ ଏକ ବ୍ଲକରେ ବିଇଓ ପଦବୀ ଖାଲି ହେବାକୁ ଯାଉଛି। ଫଳରେ ଶିକ୍ଷା ବ୍ୟବସ୍ଥାର ତଦାରଖ ଠିକ୍‌ରେ ହୋଇପାରୁନାହିଁ। ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହୁଥିବା ବେଳେ ଆଉ କେତେକ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଅଭାବ ରହିଛି। ଏଭଳି ପରିସ୍ଥିତିରେ ସ୍କୁଲଗୁଡ଼ିକର ସମସ୍ୟା ବୁଝିବା ଏବଂ ଜିଲାସ୍ତରରେ ଉପସ୍ଥାପନା କରିବାକୁ ସ୍ଥାୟୀ ବିଇଓ ନାହାନ୍ତି। ୪ ବିଇଓଙ୍କ ହାତରେ ଚାଲିଛି ୧୧ ବ୍ଲକର ଶିକ୍ଷା ବ୍ୟବସ୍ଥା।
ଜିଲାର ଗୁଡ଼ାରି ବ୍ଲକରେ ୨୦୧୭ ଜୁନ୍‌ରୁ ସ୍ଥାୟୀ ବିଇଓ ପଦବୀ ଖାଲି ପଡ଼ିଛି। ସେହିପରି ୨୦୨୧ ରୁ କାଶୀପୁର ବ୍ଲକରେ, ୨୦୨୧ରୁ କଲ୍ୟାଣସିଂହପୁରରେ, ୨୦୨୨ ଜୁନ୍‌ରୁ ରାୟଗଡ଼ା ସଦର ବ୍ଲକରେ, ୨୦୨୧ ରୁ ଚନ୍ଦ୍ରପୁର ବ୍ଲକରେ, ୨୦୨୨ ଫେବୃୟାରୀରୁ ଗୁଣପୁର ବ୍ଲକରେ ଏବଂ ବିଷମକଟକ ବ୍ଲକରେ ୨ ମାସ ହେଲା ସ୍ଥାୟୀ ବିଇଓ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହୋଇପାରୁନାହିଁ। ଏବେ କେବଳ ୪ ବ୍ଲକ ଯଥା ପଦ୍ମପୁର, ମୁନିଗୁଡ଼ା, ରାମନାଗୁଡ଼ା ଏବଂ କୋଲନରା ବ୍ଲକରେ ସ୍ଥାୟୀ ବିଇଓ ଦାୟିତ୍ୱରେ ଅଛନ୍ତି। ନିକଟସ୍ଥ ବ୍ଲକର ବିଇଓଙ୍କୁ ନିଜ ବ୍ଲକ ସହ ଖାଲି ପଡ଼ିଥିବା ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ଏକାଧିକ ବ୍ଲକର ଦାୟିତ୍ୱ ଠିକ୍‌ରେ ତୁଲାଇପାରୁ ନ ଥିବା ଜଣାପଡ଼ିଛି। ଏହି ମାସରେ କୋଲନରା ବିଇଓ ମଧ୍ୟ ଚାକିରିରୁ ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହାପରେ ଜିଲାରେ ମାତ୍ର ୩ ବିଇଓଙ୍କ ଦ୍ୱାରା ଶିକ୍ଷା ବ୍ୟବସ୍ଥାର ପରିଚାଳନା କିପରି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଜିଲାର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଏବଂ ଠିକ୍‌ ସମୟରେ ଶିକ୍ଷକ ସ୍କୁଲକୁ ଆସୁ ନ ଥିବା ନେଇ ଅଭିଯୋଗ ଆସୁଛି। ଏହାର ତଦାରଖ କରିବାକୁ ବିଇଓ ନ ଥିବାବେଳେ ଡିଇଓ ସମସ୍ତ ବ୍ଲକର ସମସ୍ୟା ବୁଝିବା ସମ୍ଭବ ହୋଇପାରୁନାହିଁ। ଫଳରେ ତୃଣମୂଳ ସ୍ତରରେ ପ୍ରଶାସନିକ ପରିଚାଳନା, ନିରୀକ୍ଷଣ, ବିଭାଗୀୟ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକ୍ରମ ନିରୀକ୍ଷଣ କରିବା, ସମସ୍ତ ଶିକ୍ଷକଙ୍କୁ ସୂଚନା ପହଞ୍ଚାଇବା, ବିଦ୍ୟାଳୟରେ ଶୈକ୍ଷିକ ଉପକରଣ ଯୋଗାଇବା ଆଦିରେ ସମସ୍ୟା ଦେଖାଦେଉଛି। ମୁଖ୍ୟତଃ ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଯୋଗାଯୋଗ ରହିପାରୁନାହିଁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଜିଲାର ୭ ବ୍ଲକରେ ସ୍ଥାୟୀ ବିଇଓ ନ ଥିବା ବିଷୟରେ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, କ୍ଲାସ୍‌ ୨ ବରିଷ୍ଠ ଶିକ୍ଷକମାନଙ୍କ ପ୍ରମୋସନ ହେଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ। ରାୟଗଡ଼ା ବ୍ଲକ ମାଣିକଝୋଲା ସ୍ଥିତ ସରକାରୀ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ବିଦ୍ୟାଳୟର ଯେକୌଣସି ସମସ୍ୟା ନେଇ ଗଲେ ତାହାର ତୁରନ୍ତ ସମାଧାନ ହୋଇ ପାରୁନାହିଁ। ଦରମା ମଧ୍ୟ ଠିକ୍‌ ସମୟରେ ମିଳୁନାହିଁ। ଡିଇଓ ଥିଲେ ମଧ୍ୟ ତାଙ୍କ ଉପରେ ସମଗ୍ର ଜିଲାର ଦାୟିତ୍ୱ ଥିବାରୁ ସବୁ କାମ ଠିକ୍‌ରେ ପରିଚାଳନା ହୋଇପାରୁନାହିଁ। ଗୁଡାରୀ ବ୍ଲକ ପାଙ୍ଗଣପଦର ସରକାରୀ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ବାଲାଜୀ ପାଣିଗ୍ରାହୀ କହିଛନ୍ତି, ବ୍ଲକରେ ଶିକ୍ଷା କ୍ଷେତ୍ରରେ ରହିଥିବା ସମସ୍ୟାକୁ ଜିଲାସ୍ତରରେ ଉପସ୍ଥାପନ କରିବାକୁ କେହି ନାହାନ୍ତି। ଶିକ୍ଷା ବ୍ୟବସ୍ଥା କାମଚଳା ନୀତିରେ ଚାଲିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସମସ୍ୟା ନେଇ ଗୁଡ଼ାରି ବ୍ଲକ କଲୋନି ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ଆବାହକ ବାଳକୃଷ୍ଣ ସାହୁଙ୍କୁ ପଚାରିବାରୁ, ବ୍ଲକରେ ୫ ବର୍ଷ ହେଲା ସ୍ଥାୟୀ ବିଇଓ ଏବଂ ଏବିଇଓ ନ ଥିବା କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ପ୍ରତ୍ୟେକ ମାସରେ ହେଉଥିଲେ ମଧ୍ୟ ବିଦ୍ୟାଳୟ କିମ୍ବା ଅଭିଭାବକମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri