ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଫେଲ୍: ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ, ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଲାଞ୍ଜିଗଡ଼,୪।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଚିତ୍ର ଶିକ୍ଷା ବ୍ୟବସ୍ଥାI ଶିକ୍ଷକ ଆସୁନଥିବା ବେଳେ ଭଡାଟିଆ ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେହି ଅପାଠୁଆ ରହିବେ ନାହିଁ ବା କେହି ଅଧାରୁ ପାଠ ଛାଡିବେନାହିଁ। ସେଥିପାଇଁ ବିଦ୍ୟାଳୟ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ମାଗଣା ପୋଷାକଠାରୁ ଆରମ୍ଭ କରି ବହିପତ୍ର, ଖେଳ ଉପକରଣ ସମେତ ମଧ୍ୟାହ୍ନ ଭୋଜନରେ ଛଅ ଦିନକୁ ଛଅ ପ୍ରକାର ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ସ୍କୁଲ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ କରି ତାଙ୍କ ପାଇଁ ମାସିକ ପାରିଶ୍ରମିକ ଭାବେ ହଜାର ହଜାର ଟଙ୍କା ଦରମାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ମାନଙ୍କନରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରୁଛି।

ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାରାହାରି ୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ପରିତାପର ବିଷୟ ଦୁଇ ଜଣ ଶିକ୍ଷକ ନିୟୋଜିତ ରହି ମଧ୍ୟ ନିୟମିତ ସ୍କୁଲକୁ ଆସୁ ନ’ଥିବା ଅଭିଯୋଗ ହୋଇଛି।

ନିୟମିତ ଖାଲି ପଡ଼ିଛି ବ୍ଲାକ ବୋର୍ଡ, କ୍ୟାରମ୍ ଖେଳୁଛନ୍ତି ପିଲା। ଦାଇତ୍ୱରେ ଥିବା ଦୁଇ ଶିକ୍ଷକ କଟଲଙ୍ଗ ଗାଁର ଜଣେ ଦଶମ ପଡ଼ିଥିବା ଝିଅଙ୍କୁ ସ୍କୁଲରେ ଶିକ୍ଷା ଦାନ କରିବା ପାଇଁ ମାସିକ ବେତନ ୪ ହଜାର ୫ ଶହ ଟଙ୍କା ଦେଉଛନ୍ତି। ତେବେ ଡମୀ ଶିକ୍ଷୟିତ୍ରୀଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଟେକି ଦେଇ ଦୁଇ ଶିକ୍ଷକ ପିଲାଙ୍କ ଭବିଷ୍ୟତ ଶହ ଖେଳଖେଳୁ ଥିବା ବେଳେ ଏଠି ପ୍ରଶ୍ନ ଉଠେ ଯେ’ ହଜାର ହଜାର ଦରମା ପାଇବା ସତ୍ୱେ ନିୟୋଜିତ ଶିକ୍ଷକ କରୁଛନ୍ତି କ’ଣ।

ଏହି ସ୍କୁଲଟି ସଦର ବ୍ଲକ ଯୁଗସାଇ ପାଟନା ପଞ୍ଚାୟତରେ ରହିଥିଲେ ମଧ୍ୟ ପାହାଡ଼ ଆରପଟେ ଲାଞ୍ଜିଗଡ ବ୍ଳକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକରେ ଏହି କଟଲଙ୍ଗ ଗାଁ ରହିଛି। ଏଣୁ ଏହାର ଫାଇଦା ନେଇ ତଦନ୍ତ ଦାଇତ୍ଵରେ ଥିବା କ୍ଳଷ୍ଟର ସିଆରସିସି ତଦନ୍ତ ପାଇଁ ଇଛା ପ୍ରକାଶ କରୁନାହାନ୍ତି ନା ଜାଣିଶୁଣି ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ କହିଛନ୍ତି ଯେ, କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଦୁଇଟି ଶିକ୍ଷକ ନିୟୋଜିତ ଅଛନ୍ତି। ହେଲେ ସରକାରଙ୍କ ନିୟମକୁ ଅବମାନନା କରି ମାସକୁ କେବଳ ଦୁଇରୁ ତିନି ଦିନ ସ୍କୁଲ ଆସନ୍ତି। କଟଲଙ୍ଗ ଗାଁର ଜଣେ ଝିଅ ପିଙ୍କି ହରିଜନକୁ ପାଠ ପଡ଼େଇବା ଦାୟିତ୍ୱ ଦେଇଛନ୍ତି। ଏସମ୍ପର୍କରେ ସେହି ଡମି ଶିକ୍ଷକ ପିଙ୍କି ହରିଜନଙ୍କୁ ପଚାରିବାରୁ ମତେ ଦୁଇ ଜଣ ଶିକ୍ଷକ ପିଲାମାନଙ୍କୁ ପାଠ ପଢେଇବା ଦାୟିତ୍ୱ ଦେଇଥିବା ବେଳେ ଦରମା ଭାବେ ମାସକୁ ୪ହଜାର ୫ଶହ ଟଙ୍କା ଦେଉଛନ୍ତି। ମୁଁ ସ୍କୁଲରେ ନିୟମତ ପାଠ ପଡ଼ାଉଛି ମତେ ଦାୟିତ୍ୱ ଦେଲା ଦିନଠୁ ଶିକ୍ଷକ ମାନେ ମାସକୁ ଦୁଇରୁ ତିନି ଦିନ ଆସନ୍ତି ବୋଲି ପ୍ରକାଶ କରିଛନ୍ତି।

ସ୍କୁଲରେ ପ୍ରଧାନ ଶିକ୍ଷକ ଚକ୍ରଧର ପାଲି ଓ ସହ ଶିକ୍ଷକ ଭଗବାନ ଶିଖ ଅଛନ୍ତି। ତେବେ ଏହି ଶିକ୍ଷକଙ୍କୁ କିଏ ଅନୁମତି ଦେଲା ନିଜେ ଜଣେ ଶିକ୍ଷକ ହୋଇ ଆଉ ଜଣେ ଡମୀ ଶିକ୍ଷୟିତ୍ରୀ ରଖି ଶିକ୍ଷା ଦାନ କରିବା ପାଇଁ। ଯାହା ଫଳରେ ଗରିବ ପିଲାମାନେ ଉତ୍ତମ ଶିକ୍ଷା ଦାନରୁ ବଞ୍ଚିତ ରହିଥିବା ବେଳେ ଅଧିକାଂଶ ପୁଅ ଝିଅ ପାଠ ପଢିବା ପାଇଁ ଇଛା ପ୍ରକାଶ ନକରି ଗାଈ, ଛେଳି ଚରାଉଥିବା ଦେଖିବାକୁ ମିଳୁଛି।

ଏହାର ଉଚ୍ଚ ସ୍ତରୀୟ ତଦନ୍ତକରି ଶିକ୍ଷା ଦାନରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଁ ଯାଉ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବରଙ୍କୁ ପଚାରିବାରୁ ଏହି ସମ୍ପର୍କରେ ମୁଁ ଜାଣି ନ’ଥିଲି ନିଶ୍ଚୟ ମୁଁ ତଦନ୍ତ କରିବି ଓ ତଦନ୍ତରେ ଯାହା ସତ୍ୟାସତ ଆସିବ ସେହି ଅନୁସାରେ ଅବହେଳା କରୁଥିବା ଦୁଇ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବି ବୋଲି ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?