ପଡ଼ୋଶୀ ଦେଶରୁ ଶିକ୍ଷା

ରଶ୍ମିରଞ୍ଜନ ରାଉତ

ଭାରତର ୩ଟି ନିକଟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ ଆର୍ଥତ୍କ ସଙ୍କଟ ଏବେ ଚରମ ସୀମାରେ। ଏହା ମଧ୍ୟରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିସାରିଥିବାବେଳେ ପାକିସ୍ତାନର ନେତୃତ୍ୱରେ ପରିବର୍ତ୍ତନ ଘଟିସାରିଛି। ଏହା ସହ ନେପାଳ ମଧ୍ୟ ଏହି ଉଗ୍ର ସଙ୍କଟକୁ ଅତି ନିକଟରୁ ସାମ୍ନା କରୁଛି। ଆର୍ଥତ୍କ ପରିଚାଳନାରେ ତ୍ରୁଟି ଓ ଅତ୍ୟଧିକ ଋଣଭାର ଏହି ୩ ରାଷ୍ଟ୍ରରେ ଉପୁଜିଥିବା ସଙ୍କଟର ମୂଳ କାରଣ ବୋଲି ବିଚାର କରାଯାଉଛି। ତେବେ ପଡ଼ୋଶୀ ଦେଶଗୁଡ଼ିକରେ ଉପୁଜିଥିବା ଦୟନୀୟ ସ୍ଥିତିରୁ ଭାରତ ଶିକ୍ଷା କରିବାର ଆବଶ୍ୟକତା ରହିଛି। ପଡ଼ୋଶୀ ଦେଶଗୁଡ଼ିକର ଏ କୁପରିଣତି ପାଇଁ ଏକାଧିକ କାରଣ ଥିଲେ ହେଁ ସବୁଠାରୁ ବଡ଼ କାରଣ ହେଉଛି ବ୍ୟାପକ ଋଣ।
ଶ୍ରୀଲଙ୍କା ସରକାର ଚାଇନାକୁ ଅନୁସରଣ କରିବାକୁ ଯାଇ ଉଚ୍ଚ ଦରରେ ଋଣ ଆଣି ଭିତ୍ତିିଭୂମିର ବିକାଶ କରିବାକୁ ଚିନ୍ତା କରିଥିଲେ; ମାତ୍ର ଏଥିରେ ଦୁର୍ନୀତି, ଦୂରଦୃଷ୍ଟିର ଅଭାବ, ରାଜନୈତିକ ହସ୍ତକ୍ଷେପ ଏବଂ କୁପରିଚାଳନା ଏତେ କ୍ଷତି କଲା ଯେ ଶ୍ରୀଲଙ୍କା ଆଉ ଋଣ ଯନ୍ତାରୁ ମୁକୁଳିପାରିଲାନି। ଯଦି ଏହି ପ୍ରମୁଖ କାରଣରୁ ଶ୍ରୀଲଙ୍କା ବରବାଦ ତେବେ ଏହି ବ୍ୟାପକ ଋଣ ନୀତି ଯେ ଦିନେ ଭାରତକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଠିଆ ନ କରେଇବ ତାହା ନିଃସନ୍ଦେହ। ଭାରତର ଋଣ ବୋଝ ଯଥେଷ୍ଟ ବୃଦ୍ଧି ପାଇ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି କେତେକେ ଅର୍ଥନୀତିଜ୍ଞ ଓ ବିଦେଶୀ କ୍ରେଡିଟ୍‌ ରେଟିଙ୍ଗ୍‌ ସଂସ୍ଥା ଆକଳନ କଲେଣି। ସ୍ଥିତି ଏପରି ହେଲାଣି ଯେ, ସରକାରଙ୍କର ଋଣ ବୋଝ ବୃଦ୍ଧି ପାଇ ୧୨୮.୪୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିସାରିଲାଣି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଏ ବାବଦରେ ସ୍ପଷ୍ଟ କରାଯାଇଛି। ତେବେ ଏହି କ୍ରମରେ ଦେଶର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ପିଛା ଋଣ ୯୮,୭୭୬ ଟଙ୍କା ଛୁଇଁଲାଣି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୧୪ ସୁଦ୍ଧା ସରକାରଙ୍କ ସମୁଦାୟ ଋଣର ପରିମାଣ ଥିଲା ୫୦.୬୯ ଲକ୍ଷ କୋଟି ଟଙ୍କା। ଅର୍ଥାତ୍‌ ଏହି ୮ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ଦୁଇ ଗୁଣରୁ ଅଧିକ ହୋଇଗଲାଣି।
ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ସରକାରଙ୍କ ଋଣ ବୋଝ ପ୍ରଥମ ଥର ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬୦.୫ ପ୍ରତିଶତ ହୋଇଥିଲା, ଯାହା ପୂର୍ବ ବର୍ଷ ୫୧.୬ ପ୍ରତିଶତ ଥିଲା। ଏହାରି ମଧ୍ୟରେ ସମୁଦାୟ ସରକାରୀ ଋଣ (କେନ୍ଦ୍ର ଓ ରାଜ୍ୟ ମିଶି) ଜିଡିପିର ୯୦ ପ୍ରତିଶତରୁ ଅଧିକ ହେଲାଣି, ଫଳରେ ଭାରତ, ବ୍ରାଜିଲ ଓ ଆର୍ଜେଣ୍ଟିନା ପଛକୁ ସବୁଠାରୁ ଅଧିକ ଋଣଗ୍ରସ୍ତ ବିକାଶଶୀଳ ଦେଶରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତର ଏହି ଉଚ୍ଚ ଋଣ-ଜିଡିପି ପ୍ରତିଶତ କମ୍‌ ହେବା ବଦଳରେ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥତ୍କବର୍ଷ ଶେଷସୁଦ୍ଧା ୯୨ ପ୍ରତିଶତରେ ପହଞ୍ଚତ୍ପାରେ। ପୂର୍ବରୁ ଭାରତର ସର୍ବୋଚ୍ଚ ଋଣ-ଜିଡିପି ପ୍ରତିଶତ ୨୦୦୩ରେ ୮୪ ପ୍ରତିଶତ ହୋଇଥିଲା, ଯାହାକୁ କମ୍‌ କରି ୬୬ ପ୍ରତିଶତରେ ପହଞ୍ଚାଇବାକୁ ୭ ବର୍ଷ ଲାଗିଯାଇଥିଲା।
ଯଦି ପଡ଼ୋଶୀ ଶ୍ରୀଲଙ୍କାର ଋଣର ସୀମାକୁ ଆକଳନ କରିବା ତେବେ ଶ୍ରୀଲଙ୍କା ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫ ବିଲିୟନ୍‌ ଡଲାର ଋଣ ଆଣି ଶୁଝିବାରେ ଅସମର୍ଥ ହେବାରୁ ସରକାର ଦେଶକୁ ଦେବାଳିଆ ଘୋଷଣା କରିସାରିଛନ୍ତି। ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଆଣିବା ଉପରେ ପୂର୍ବରୁ ଇଣ୍ଟରନ୍ୟାଶନାଲ ରେଟିଂ ଏଜେନ୍ସିଗୁଡ଼ିକ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ। ଗତ ମାର୍ଚ୍ଚ ଶେଷସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ ଡଲାର ଥିବାବେଳେ ଏହି ଦେଶକୁ ଚଳିତବର୍ଷ ପାଖାପାଖି ୭ ବିଲିଅନ୍‌ ଡଲାର ଶୁଝିବାକୁ ଥିଲା, କିନ୍ତୁ ଦେଶ ଏହାକୁ ଗୁରୁତ୍ୱ ନ ଦେଇ ମାଗଣା ଯୋଜନାକୁ ବ୍ୟାପକ କରିଥିଲା। ଫଳସ୍ବରୂପ ଶ୍ରୀଲଙ୍କା ଆଉ ଋଣ ଶୁଝିବାରେ ସକ୍ଷମ ହୋଇପାରିଲା ନାହିଁ। ସେଠାକାର ସରକାରଙ୍କ ଭୁଲ୍‌ ପରିଚାଳନା ପାଇଁ ପ୍ରାୟ ୨.୨ କୋଟି ଲୋକ ଏବେ ଉତ୍କଟ ସମସ୍ୟା ଭିତରେ ଦିନ କାଟୁଛନ୍ତି।
ସେହିପରି ପାକିସ୍ତାନର ଋଣବୋଝ ମଧ୍ୟ ବଢ଼ି ବଢ଼ି ଚାଲିଛି। ଦେଶର ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ଏବେ ୫୦.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିସାରିଛି। ଏହି ରାଶି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ଠାରୁ ଢେର ଅଧିକ। ଦେଶର ଋଣବୋଝ ଅଧିକ ମାତ୍ରାରେ ବଢ଼ି ଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାକୁ ଆଉ ଋଣ ଦେବାକୁ ବାରଣ କରିଛି। ଷ୍ଟେଟ ବ୍ୟାଙ୍କ ଅଫ୍‌ ପାକିସ୍ତାନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୫୦.୫ ଲକ୍ଷ କୋଟି ଟଙ୍କାର ମୋଟ ଋଣ ମଧ୍ୟରୁ ୨୦.୭ ଲକ୍ଷ କୋଟି ଟଙ୍କାର ଋଣ କେବଳ ଇମ୍ରାନ ସରକାରଙ୍କ ଅମଳରେ ହିଁ ହୋଇଛି। ୨୦୧୮ ଜୁନ୍‌ରେ ପାକିସ୍ତାନରେ ମୁଣ୍ଡପିଛା ଋଣ ୧ ଲକ୍ଷ ୪୪ ହଜାର ଟଙ୍କା ରହିଥିଲା ବେଳେ ୨୦୨୧ ସେପ୍ଟେମ୍ବର ବେଳକୁ ଏହା ୨ ଲକ୍ଷ ୩୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପଟରେ ଏବେ ନେପାଳରେ ଜାତୀୟ ଆୟ ୧୬.୨ ପ୍ରତିଶତ ହ୍ରାସ ପାଇଛି। ଦେଶର ବୃହତ୍‌ ଆମଦାନୀ ଅର୍ଥକୁ ନେଇ ନେପାଳ ମୁଣ୍ଡରେ ହାତ ଦେଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ନେପାଳର ଆମଦାନୀ ଅର୍ଥ ଏକ ଟ୍ରିଲିୟନ ଅତିକ୍ରମ କରିଥିବା ସ୍ଥଳେ ବର୍ତ୍ତମାନ ଦେଶର ବାଣିଜ୍ୟରେ ୧.୧୬ ଟ୍ରିିଲିୟନ ହ୍ରାସ ପାଇଛି। ଏପରି ବିଷମ ପରିସ୍ଥିତିରେ ଚଳିତ ଆର୍ଥିକବର୍ଷର ପ୍ରଥମ ୬ମାସରେ ଦେଶକୁ ଆମଦାନୀ ଋଣ ଶୁଝିବାକୁ ପଡ଼ିବ। ଯଦି ଏପରି ନ ହୁଏ ତେବେ ନେପାଳର ସ୍ଥିତି ମଧ୍ୟ ଶ୍ରୀଲଙ୍କା ସଙ୍କଟକୁ ବଳିଯାଇପାରେ। ଏହି ପୃଷ୍ଠଭୂମିରେ ଆମ ଦେଶର ଆର୍ଥତ୍କ ଦୁଃସ୍ଥିତି ସମୟରେ ଋଣ ବୋଝକୁ ସମ୍ପୂର୍ଣ୍ଣ ଅଣଦେଖା କରି ନ ହେବା ହୃଦ୍‌ବୋଧ କରି ବିଭିନ୍ନ ମନ୍ତ୍ରଣାଳୟର ଶାସନ ସଚିବମାନେ ନିକଟ ଅତୀତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ସଚିବମାନେ ଦେଶରେ ପ୍ରଚଳିତ ମାଗଣା ଯୋଜନା ନେଇ ଖୋଲାଖୋଲି ମତ ବିନିମୟ କରିଥିଲେ। ସଚିବମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ଦେଶର ଅନେକ ରାଜ୍ୟରେ ଆର୍ଥତ୍କସ୍ଥିତି ଏବେ ତଳମୁହାଁ ହେବାରେ ଲାଗିଛି। ଭୋଟରମାନଙ୍କ ମନ ଜିଣିବା ଲାଗି ମାଗଣା ସେବାକୁ ଅଗ୍ରାଧିକାର ଦିଆଯାଉଥିବାରୁ ଆଗକୁ ଆର୍ଥତ୍କସ୍ଥିତି ଜଟିଳ ହେବାର ସମ୍ଭାବନା ସୃଷ୍ଟି କରୁଛିି। ଯଦି ଏହାକୁ ରୋକା ନ ଯାଏ ତେବେ ରାଜ୍ୟଗୁଡ଼ିକର ଆର୍ଥତ୍କସ୍ଥିତି ଖୁବ୍‌ ଖରାପ ହୋଇଯିବ।
ରାଜ୍ୟ ସରକାରମାନେ କୌଣସି ଲୋଭନୀୟ ଘୋଷଣା କରିବା ସମୟରେ ରାଜକୋଷର ସ୍ଥିତି ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସର୍ବୋପରି ପଡ଼ୋଶୀଙ୍କ ଏପରି ସ୍ଥିତିର ଅନୁଧ୍ୟାନପୂର୍ବକ ଆମକୁ ଏବେଠୁ ଆମର ଅର୍ଥନୀତି ପାଇଁ ନୀଳନକ୍ସା ଆଙ୍କି ତାହାର ଅନୁଶୀଳନ କରିବାକୁ ପଡ଼ିବ।
୨୪ ପ୍ରହରୀ ମଣ୍ଡପ, ଭଦ୍ରକ
ମୋ:୭୮୦୯୦୩୭୬୦୮


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri