ଭୂତଳ ନୁହେଁ, ଭୂପୃଷ୍ଠ

ପୃଥିବୀକୁ ନୀଳ ଗ୍ରହର ଆଖ୍ୟା ଦିଆଯାଇଛି। କାରଣ ଭୂପୃଷ୍ଠରେ ନୀଳ ସାଗର ବହିବା ସହ ଏହା ୭୧ ପ୍ରତିଶତ ଜଳଧାରଣ କରିଛି। ଅନ୍ୟପକ୍ଷରେ ଦିନକୁ ଦିନ ଏହାର ଗ୍ରାଉଣ୍ଡ୍‌ ଓ୍ବାଟର ବା ଭୂତଳ ଜଳସ୍ତର ବିଭିନ୍ନ କାରଣରୁ କମିକମି ଯାଉଛି। ପ୍ରାଣୀ ଓ ଉଦ୍ଭିଦଜଗତ ତିଷ୍ଠି ରହିବା ସକାଶେ ମଧୁର ଜଳର ଯଥେଷ୍ଟ ଆବଶ୍ୟକତା ରହିଛି। ନଦୀ ଏବଂ ଭୂତଳରୁ ସେହି ମିଠା ପାଣିତକ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଭାରତ କଥା ଦେଖିଲେ ଜଳଶକ୍ତି ମନ୍ତ୍ରଣାଳୟରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୦୪ରୁ ୨୦୨୦ ମଧ୍ୟରେ ଦେଶର ୫ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ ଓ କେରଳ ସର୍ବାଧିକ ୪୯ ପ୍ରତିଶତରୁ ଅଧିକ ଭୂତଳ ଜଳ ଖର୍ଚ୍ଚ କରିଛନ୍ତି। ଗ୍ରାଉଣ୍ଡ ଓ୍ବାଟର ଶୋଷିବାରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ମଧ୍ୟ ଆଗରେ ଅଛନ୍ତି। ଦେଖିବାକୁ ଗଲେ ଆଲୋଚିତ ରାଜ୍ୟଗୁଡ଼ିକରେ ଶିଳ୍ପ ବହୁଳ ପରିମାଣର ଜଳ ଭୂତଳରୁ ଟାଣି ନେଉଥିବାରୁ ଏଭଳି ସଙ୍କଟ ଦେଖାଦେଉଛି। ମଣିଷ ଜୀବନ ଧାରଣ କରିବା ହେଉ ବା କୃଷି କାର୍ଯ୍ୟ ଲାଗି ବ୍ୟବହୃତ ଭୂତଳ ଜଳ ପରିମାଣ ଶିଳ୍ପ ବ୍ୟବହାରଠାରୁ ବହୁଗୁଣରେ କମ୍‌ ରହି ଆସିଛି। ଶିଳ୍ପ ଦ୍ୱାରା ବ୍ୟବହୃତ ଜଳ ରସାୟନଯୁକ୍ତ ହୋଇଯାଉଥିବାରୁ ତାହା ଭୂତଳ ପ୍ରବେଶ ଦିଗରେ ଅନ୍ତରାୟ ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ କୃଷି କାର୍ଯ୍ୟ ଲାଗି ବିନିଯୋଗ ହେଉଥିବା ପାଣି ରିସାଇକ୍ଲିଂ ବା ପୁନଃ ବ୍ୟହହାରଯୋଗ୍ୟ ହୋଇପାରିଥାଏ।
ଏହା ଜଣାଶୁଣା ଯେ ଜୈବଶୃଙ୍ଖଳକୁ ବଜାୟ ରଖିବା ଦିଗରେ ଭୂତଳ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ପରିବେଶ ବ୍ୟବସ୍ଥାକୁ ସହାୟକ ହୋଇଥିବା ବେଳେ ନଦୀର ପ୍ରବାହକୁ ଏକ ଭଲ ସ୍ଥିତିରେ ରଖିଥାଏ। ମଣିଷ ଆବଶ୍ୟକତାଠାରୁ ଅଧିକ ଜଳ ଖର୍ଚ୍ଚ କରି ଦେଉଥିବାରୁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ତେବେ ଯେଉଁଭଳି ହାରରେ ଭୂତଳ ଜଳକୁ ଉପଯୋଗ କରାଯାଉଛି, ସେହି ଅନୁଯାୟୀ ଏହି ଜଳ ସେହି ପରିମାଣରେ ମାଟି ତଳକୁ ଯାଇପାରୁ ନାହିଁ। ଏ ଦିଗରେ ଅନିୟମିତ ମୌସୁମୀ ଓ ଜଙ୍ଗଲକ୍ଷୟ ମଧ୍ୟ ବହୁ ମାତ୍ରାରେ ଦାୟୀ। ସମସ୍ତେ ଜାଣନ୍ତି ଯେ, ଶିଳ୍ପକରଣ ଓ ସହରୀକରଣ ଯୋଗୁ ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ଗଛ କଟାଯାଉଛି। ଗଛ ବର୍ଷା ଆଣିବାରେ ବିଶେଷ ସହାୟକ ହୋଇଥାଏ। ଯେତେବେଳେ ଏହାର ସଂଖ୍ୟା କମିଯାଉଛି ପ୍ରକୃତିର ନିୟମରେ ପରିବର୍ତ୍ତନ ଦେଖାଦେଉଛି। କମ୍‌ ବର୍ଷା ହେଉଥିବାରୁ ଭୂତଳକୁ ପର୍ଯ୍ୟାପ୍ତ ଜଳ ପ୍ରବେଶ କରିପାରୁ ନାହିଁ। ଏଥିସହିତ ଲୋକଙ୍କ କାର୍ଯ୍ୟକଳାପ ଯୋଗୁ ଭୂତଳ ଜଳ ନଷ୍ଟ ହୋଇଚାଲିଛି। ଚାଷ କାର୍ଯ୍ୟ ପାଇଁ ବୁନ୍ଦା ଜଳସେଚନ ଉପରେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଥିଲାଗି ଲୋକଙ୍କ ମଧ୍ୟରେ ସ୍ପୃହା ଜନ୍ମୁ ନାହିଁ। ତାହାର ମୁଖ୍ୟ କାରଣ ହୋଇଥାଇପାରେ ବୁନ୍ଦା ଜଳସେଚନର ଭିତ୍ତିଭୂମି ଲାଗି ଅଧିକ ଖର୍ଚ୍ଚ ଦରକାର ପଡୁଛି। ଫଳରେ ଚାଷୀମାନେ ନିଜ ଜମିରେ ଟ୍ୟୁବ୍‌ଓ୍ବେଲ ବସାଇ ମନ ମୁତାବକ ଜଳ ବ୍ୟବହାର କରୁଛନ୍ତି।
ଆଜି ସ୍ଥିତି ଏମିତି ହୋଇଯାଇଛି ଯେ, ଏକ ଭଲ କାର୍ଯ୍ୟ ବା ପଦକ୍ଷେପକୁ ସହଜରେ ଗ୍ରହଣ କରିବା ଲାଗି କେହି ଆଗଭର ହେଉନାହାନ୍ତି। ଅନେକେ ଭାବୁଛନ୍ତି ‘ନିଜେ ବଞ୍ଚତ୍ଲେ ବାପର ନାଁ’। ଏଭଳି ଧାରଣା ରଖୁଥିବା ବ୍ୟକ୍ତିମାନେ ବୁଝୁ ନାହାନ୍ତି ଯେ ସେମାନେ ଯେଉଁ ଭୁଲ କରୁଛନ୍ତି, ଅନ୍ୟମାନେ ମଧ୍ୟ ଅନୁରୂପ ତ୍ରୁଟି କରୁଛନ୍ତି। କାହାରିକୁ ଜଳ ଅପବ୍ୟବହାର ନେଇ ସୂଚାଇ ଦିଆଗଲେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳେନାହିଁ।
ସମସ୍ୟା ସମସ୍ତେ ବୁଝୁଛନ୍ତି। ପ୍ରତିକାର ପାଇଁ କେହି ପ୍ରସ୍ତୁତ ନୁହନ୍ତି। ଉଦାହରଣ ସ୍ବରୂପ, ଓଡ଼ିଶାରେ ଗଢ଼ିଉଠୁଥିବା ଖଣିଭିତ୍ତିକ ଅନେକ କଳକାରଖାନା ପ୍ରବଳ ପରିମାଣର ଜଳ ବ୍ୟବହାର କରିଥାନ୍ତି। ନିକଟତମ ନଦୀ କିମ୍ବା ଜଳଭଣ୍ଡାରରୁ ସହଜରେ ପାଇପ୍‌ ପକାଇ ଜଳ ଶୋଷିବାର ମନ୍ଦ ଉଦ୍ଦେଶ୍ୟ ସବୁ କାରଖାନାରେ ଦେଖିବାକୁ ମିଳେ। ସରକାରଙ୍କ ଜଳସମ୍ପଦ ବିଭାଗ ଏହି ଲୋଭକୁ ଅତି ସହଜରେ ସ୍ବୀକାର କରିଯାଇଥାଏ। ଅତ୍ୟଧିକ ମାତ୍ରାର ଜଳ ବ୍ୟବହାର କରୁଥିବା ଶିଳ୍ପଗୁଡ଼ିକୁ ଭୂତଳ ଜଳ ବ୍ୟବହାର କରିବାକୁ କୌଣସି ଅନୁମତି ମିଳିବା ଉଚିତ ନୁହେଁ। ତତ୍‌ସହିତ ସେମାନଙ୍କର ଜଳ ଚାହିଦା ମେଣ୍ଟାଇବା ପାଇଁ ପ୍ରୋଜେକ୍ଟ ରିପୋର୍ଟରେ ଖର୍ଚ୍ଚର ବ୍ୟବସ୍ଥା କରି ‘ପିଆନୋ କି’ ଢାଞ୍ଚାରେ ନିକଟତମ ନଦୀରେ ବନ୍ଧ ବାନ୍ଧି ଜଳ ନେବାର ବ୍ୟବସ୍ଥା କରାଯିବା ଦରକାର। ବର୍ଷା ଋତୁର ଜଳ ସମୁଦ୍ରରେ ମିଶିଯାଇ ନଷ୍ଟ ହୋଇଯାଉଥିବା ସତ୍ତ୍ୱେ ତାହାକୁ ବିଭିନ୍ନ ସ୍ଥାନରେ ଅଟକାଇ ବ୍ୟବହାର କରିବାର କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ଭୂତଳ ଜଳ ସଙ୍କଟ ଉପୁଜୁଛି। ଓଡ଼ିଶା ଭଳି ରାଜ୍ୟ ପାଇଁ ଏହି ଦିଗରେ ଶୀଘ୍ର ଚିନ୍ତା କରି ଭିନ୍ନ ଧରଣର ପଦକ୍ଷେପ ନେବାର ସମୟ ଆସିଲାଣି।

ଅତ୍ୟଧିକ ଜଳ ବ୍ୟବହାର କରୁଥିବା ଶିଳ୍ପଗୁଡ଼ିକୁ ଭୂତଳ ଜଳ ବ୍ୟବହାର କରିବାକୁ କୌଣସି ଅନୁମତି ମିଳିବା ଉଚିତ ନୁହେଁ। ସେମାନଙ୍କର ଜଳ ଚାହିଦା ମେଣ୍ଟାଇବା ପାଇଁ ପ୍ରୋଜେକ୍ଟ ରିପୋର୍ଟରେ ଖର୍ଚ୍ଚର ବ୍ୟବସ୍ଥା କରି ‘ପିଆନୋ କି’ ଢାଞ୍ଚାରେ ନିକଟତମ ନଦୀରେ ବନ୍ଧ ବାନ୍ଧି ଜଳ ନେବାର ବ୍ୟବସ୍ଥା କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?