Posted inଜାତୀୟ

‘ଚକ୍ରବୂ୍ୟହ’ ବକ୍ତବ୍ୟରୁ ଇଡିର ଚଢ଼ାଉ ଯୋଜନା

ନୂଆଦିଲ୍ଲୀ,୩ା୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ‘ଚକ୍ରବୂ୍ୟହ’ ବକ୍ତବ୍ୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଚଢ଼ାଉ କରିବା ପାଇଁ ଯୋଜନା ଚଳାଇଛି। ରାହୁଲ ଶୁକ୍ରବାର ସକାଳେ ଏପରି ଦାବିକରି ଚହଳ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓ୍ବାୟନାଡ୍‌ ଭୂସ୍ଖଳନ ପରେ ସ୍ଥାନୀୟ ଏମ୍‌ପି ଭାବେ ଉତ୍ତରଦାୟିତ୍ୱରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ରାହୁଲ ଏଭଳି କଥା କହୁଥିବା ଭାଜପା ସମାଲୋଚନା କରିଛି।
ରାହୁଲ ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ତାଙ୍କ ଚକ୍ରବୂ୍ୟହ ବକ୍ତବ୍ୟକୁ ୨ ଜଣରୁ ଜଣଙ୍କୁ ପସନ୍ଦ ଆସିନାହିଁ। ତାଙ୍କ ବିରୋଧରେ ଇଡି ଚଢ଼ାଉ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ତଦନ୍ତକାରୀ ସଂସ୍ଥାର ଭିତିରି ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଖୋଲା ହୃଦୟରେ ଅପେକ୍ଷା କରିଛନ୍ତି। ଆସିଲେ ଚା’ ଓ ବିସ୍କୁଟ୍‌ ଖୁଆଇବେ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ ଭାଜପା ସରକାର ବିରୋଧୀଙ୍କୁ ରାଜନୈତିକ ସ୍ତରରେ ହଇରାଣ କରିବା ପାଇଁ ଇଡି, ସିବିଆଇ ଏବଂ ଆୟକର ବିଭାଗ ଭଳି ଏଜେନ୍ସିର ଦୁରୁପଯୋଗ କରୁଥିବା କଂଗ୍ରେସ ଏମ୍‌ପି ମାନିକମ୍‌ ଟେଗୋର ସମାଲୋଚନା କରିଛନ୍ତି। ଏହା ଉପରେ ଏକ ମୁଲତବୀ ପ୍ରସ୍ତାବ ଆଣିବା ପାଇଁ ସେ ନୋଟିସ ଦାଖଲ କରିଛନ୍ତି। ଲୋକ ସଭାରେ ଭାଜପାର ଆସନ ସଂଖ୍ୟା ୩୦୩ରୁ ୨୪୦କୁ ଖସିବା ଏବଂ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଉପରେ ନିର୍ଭରଶୀଳ ହେବା ସତ୍ତ୍ୱେ ସରକାର ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକୁ ଜଳାଞ୍ଜଳି ଦେଇ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଭୟଭୀତ କରାଇବା ପାଇଁ ଏଭଳି ଏଜେନ୍ସିଗୁଡ଼ିକୁ ନିୟୋଜିତ କରୁଛନ୍ତି। କ୍ଷମତାର ଏଭଳି ଦୁରୁପଯୋଗ ଅଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଛି ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗକୁ ଅନେକ ବିରୋଧୀ ନେତା ସମର୍ଥନ କରିଛନ୍ତି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନାଗୌର ଏମ୍‌ପି ହନୁମାନ ରାମଦେବ ବେନିଓ୍ବାଲ କହିଛନ୍ତି, ରାହୁଲଙ୍କ କଥା ସତ। କେନ୍ଦ୍ର ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛି। ସ୍ବାଧୀନ ଏମ୍‌ପି ପପୁ ଯାଦବ କହିଛନ୍ତି, ସରକାର ଏବଂ ଇଡିର ପ୍ରବୃତ୍ତି ହେଉଛି ଲୋକଙ୍କୁ ଭୟଭୀତ କରିବା। କିନ୍ତୁ ରାହୁଲଙ୍କ ମନରେ ତିଳେ ହେଲେ ଭୟ ନାହିଁ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ରାହୁଲ ପାର୍ଲାମେଣ୍ଟ ଭିତରେ ସରକାରଙ୍କ ମୁଖା ଖୋଲୁଥିବାରୁ ତାଙ୍କ ବିରୋଧରେ ଇଡି, ସିବିଆଇକୁ ଲଗାଯାଉଛି। ବିରୋଧୀଙ୍କ କଣ୍ଠରୋଧ ଏବଂ ସରକାରଗୁଡ଼ିକର ପତନ ଘଟାଇବା ପାଇଁ ଇଡି, ସିବିଆଇ କାର୍ଯ୍ୟ କରୁଛନ୍ତି। ସମୟ ବଦଳିଗଲାଣି। ଭାଜପା ୨୪୦କୁ ଖସିଆସିଲାଣି। ଏହି ଧାରା ଜାରି ରହିଲେ ସେମାନେ ୨୪କୁ ଖସିଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା ଜାଣି ରଖିବା ଉଚିତ ବୋଲି ସଞ୍ଜୟ କହିଛନ୍ତି। ଅନ୍ୟପକ୍ଷେ ରାହୁଲଙ୍କ ଦାବି ଉପରେ ଜବାବ ରଖିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଆଗରେ ଲୋକେ ତାଙ୍କ ଉତ୍ତରଦାୟିତ୍ୱ ପ୍ରସଙ୍ଗ
ଉଠାଇଥିବାରୁ ସେ ଏଭଳି କଥା କହି ସେଥିରୁ ଧ୍ୟାନ ହଟାଇବାକୁ ଯୋଜନା କରିଥିବା ରାଜୀବ କହିଛନ୍ତି।

କ’ଣ କହିଥିଲେ ରାହୁଲ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାରେ ବଜେଟ ୨୦୨୪-୨୫ ବିତର୍କରେ ଭାଗନେଇ କହିଥିଲେ, ଇଣ୍ଡିଆ ବ୍ଲକ୍‌ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ସହ ଜାତିଗତ ଜନଗଣନା କରାଇବ। ଅନେକ ହଜାର ବର୍ଷ ପୂର୍ବେ ହରିୟାଣାର କୁରୁକ୍ଷେତ୍ରରେ ୬ ଜଣ ବ୍ୟକ୍ତି ଚକ୍ରବୂ୍ୟହରେ ଫସାଇ ଯୁବକ ‘ଅଭିମନ୍ୟୁ’ ଙ୍କୁ ହତ୍ୟା କରିଥିଲେ। ଚକ୍ରବୂ୍ୟହରେ ହିଂସା ଓ ଭୟ ରହିଥାଏ। ଚକ୍ରବୂ୍ୟହକୁ ପଦ୍ମବୂ୍ୟହ ବୋଲି ମଧ୍ୟ କୁହାଯାଇଥାଏ ବୋଲି ରାହୁଲ କହିଥିଲେ। ଏହା ଉପରେ ଭାଜପା ଏମ୍‌ପି ଅନୁରାଗ ଠାକୁର କହିଥିଲେ, ଦେଶ ପାଇଁ କଂଗ୍ରେସ ପ୍ରଥମେ ଦେଶ ବିଭାଜନ, ଦ୍ୱିତୀୟରେ ଚାଇନାକୁ ଉପହାର, ତୃତୀୟରେ ଏମର୍ଜେନ୍ସି, ଚତୁର୍ଥରେ ବୋଫର୍ସ ଦୁର୍ନୀତି ଭଳି ଅନେକ ଚକ୍ରବୂ୍ୟହ ବିଛାଇଥିଲା। କଂଗ୍ରେସର ଚକ୍ରବୂ୍ୟହରୁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri