ନ’ଅଙ୍କରୁ ଆଜିଯାଏ…

୧୮୬୬ ନ’ଅଙ୍କ ଦୁର୍ଭିକ୍ଷରେ ସେତେବେଳର ଓଡ଼ିଶା ଜନସଂଖ୍ୟାର ଏକ ତୃତୀୟାଂଶ, ଯାହାକି ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି; ମୃତ୍ୟୁମୁଖରେ ପଡ଼ିଥିଲେ। ଅନେକ ଐତିହାସିକ ସେତେବେଳର ବ୍ରିଟିଶ ଶାସକଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ଭୁଲ୍‌ତଥ୍ୟକୁ ଦୋଷ ଦେଇ ଏହି ଦୁର୍ଭିକ୍ଷକୁ ଏଡ଼ାଇଦିଅନ୍ତି। ସେହି ଐତିହାସିକମାନଙ୍କ ମଧ୍ୟରୁ କେହି ଜଣେ ବି କୌଣସି ଲେଖାରେ ଭାରତର ଅନ୍ୟପ୍ରାନ୍ତରେ ଥିବା ବଳକା ଖାଦ୍ୟ ସାମଗ୍ରୀ ସମ୍ପର୍କରେ ବର୍ଣ୍ଣନା କରିନାହାନ୍ତି। ସେମାନଙ୍କ ମଧ୍ୟରୁ କେହି କେବେ ପ୍ରଶ୍ନ କରିନାହାନ୍ତି କାହିଁକି ଗୋରା ଶାସକଙ୍କର ହୃଦୟରେ ଓଡ଼ିଆ ମଲେ କି ବଞ୍ଚତ୍ଲେ ସେ ନେଇ ଦରଦ ରହିବ। ସାଧାରଣରେ ଅନ୍ୟ ଦେଶକୁ ଶାସନ କରୁଥିବା ବାହ୍ୟଶକ୍ତି କେବେହେଲେ ସ୍ଥାନୀୟ ଲୋକଙ୍କ ମଙ୍ଗଳ କାମନା କରନ୍ତି ନାହିଁ। ଏହା ସବୁ ଯୁଦ୍ଧପରର ପରିସ୍ଥିତି ଭାବେ ଇତିହାସରୁ ଜଣାପଡ଼େ। ଆଜି ଆମେ ଜାଣିଛୁ ଯେ, ଯଦି ଓଡ଼ିଶାରେ ମରୁଡ଼ି ପଡୁଛି; ତେବେ ପଡ଼ୋଶୀ ଆନ୍ଧ୍ର କିମ୍ବା ମଧ୍ୟପ୍ରଦେଶରେ ବିପୁଳ ଧାନ ଅମଳ ହେଉଛି। ଯେତେବେଳେ ଆସାମ ଭଳି ରାଜ୍ୟରେ ବନ୍ୟା ହେଉଛି, ସେତେବେଳେ ଓଡ଼ିଶାରେ ଧାନ ଅମଳ ଯଥାରୀତି ଚାଲିଛି। ଅର୍ଥାତ୍‌ ଏହି ଉପମହାଦେଶରେ କେଉଁ ଅଞ୍ଚଳରେ ସ୍ଥିତି କ’ଣ ରହୁଛି, ତାହାର ଅବିକଳ ବିପରୀତ ଅନ୍ୟ ରାଜ୍ୟରେ ରହୁଛି। ୧୮୬୬ରେ ଯଦି ହିନ୍ଦୁ ଭାରତରେ ହିନ୍ଦୁମାନଙ୍କ ଏକତା ଥାଆନ୍ତା, ହୁଏତ ଏତେ ଓଡ଼ିଆଙ୍କ ମୃତ୍ୟୁ ଘଟି ନ ଥା’ନ୍ତା। ବାସ୍ତବ ଚିତ୍ର ଦେଖିଲେ ଓଡ଼ିଶାକୁ ସାହାଯ୍ୟ କରିବା ପାଇଁ କୌଣସି ଅନ୍ୟ ଅଞ୍ଚଳ ଆଗେଇ ଆସି ନ ଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଭାରତବର୍ଷ ଗୋଟିଏ ଦେଶ ବୋଲି ଯାହା ଏବେ କୁହାଯାଉଛି, ତାହା ସପକ୍ଷରେ କୌଣସି ଐତିହାସିକ ପ୍ରମାଣ ନାହିଁ।

ଏହି ପ୍ରଚ୍ଛଦପଟରେ ଭାରତର ପ୍ରତ୍ୟେକ ଅଞ୍ଚଳର ନିଜସ୍ବ ଭାଷା, ସଂସ୍କୃତି, ବେଶଭୂଷା ଓ ଖାଦ୍ୟକୁ ବଞ୍ଚାଇ ରଖିବା ଅତ୍ୟନ୍ତ ଆବଶ୍ୟକ। ଲିଖିତ ଭାଷାକୁ ବଞ୍ଚାଇ ରଖିବାରେ ଖବରକାଗଜର ଭୂମିକା ଅନ୍ୟତମ। ଯେମିତି ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ କିଛିଟା ଜାଣିବାକୁ ହେଲେ, ଆମେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ଉତ୍କଳ ଦୀପିକା’କୁ ପଢ଼ିବାକୁ ପଡ଼ିଥାଏ। ସେହିଭଳି ଭାବରେ ସବୁ ସମୟର ବାସ୍ତବ ସ୍ଥିତି ଜାଣିବାକୁ ହେଲେ ସେହି ସମୟର ପ୍ରକାଶିତ ଖବରକାଗଜ, ପତ୍ରିକା, ପୁସ୍ତକ ଇତ୍ୟାଦି ଖୋଜାପଡ଼େ।

କରୋନା ସମୟରେ ସବୁ ଖବରକାଗଜର କ୍ଷତି ଘଟିଥିଲା ବୋଲି ପ୍ରତ୍ୟେକ ପାଠିକାପାଠକ ଅନୁଭବ କରିଥିବେ। ୨୦୨୦-୨୧ ସମୟର କରୋନାଜନିତ କରୁଣ କାହାଣୀ ଉପରେ ୧୦୦ ବର୍ଷ ପରେ ଯଦି କେହି ଗବେଷଣା କରନ୍ତି, ଏବକାର ଖବରକାଗଜ ଖୋଜିବେ; ଯେମିତି କରୋନା ଆରମ୍ଭ ସମୟରେ ୧୦୦ ବର୍ଷ ପୂର୍ବର ସ୍ପାନିଶ ଫ୍ଲୁ ସମ୍ପର୍କରେ ସମସ୍ତେ ଲେଖା ଖୋଜିଥିଲେ। ଅବଶ୍ୟ ସେହି ଲେଖା ଛପା ହୋଇ କାଗଜରେ ରହୁ କିମ୍ବା ଡିଜିଟାଲ ହୋଇ ଗୁଗଲରେ ରହୁ, ଲିଖିତ ଶବ୍ଦର ଗୁରୁତ୍ୱ କେବେହେଲେ ହ୍ରାସ ପାଇବ ନାହିଁ। ଡିଜିଟାଲ ମାଧ୍ୟମକୁ ବ୍ୟବହାର କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଲେଖା ଶିଖିବାକୁ ପଡ଼ିଥାଏ। ଭାରତରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ଡିଜିଟାଲ ବିଶ୍ୱରେ ନିଶ୍ଚିତ ବୃଦ୍ଧିପାଇବ।

‘ଧରିତ୍ରୀ’ ତା’ର ୪୯ତମ ବର୍ଷ ଶେଷ କରି ଅର୍ଦ୍ଧଶତାବ୍ଦୀରେ ପ୍ରବେଶ କରୁଛି। ଓଡ଼ିଆ ଭାଷାକୁ ବଞ୍ଚାଇବା ଓ ବ୍ୟାବହାରିକ ପ୍ରୟୋଗ କଲାଭଳି ଉଦ୍ୟମ ସବୁବେଳେ ‘ଧରିତ୍ରୀ’ ପକ୍ଷରୁ କରାଯାଇଛି। ଅନେକ ଥର ଶୁଣାଯାଏ ଯେ, ପୂର୍ବରୁ ଓଡ଼ିଆ ଭାଷା ଅତ୍ୟନ୍ତ କଷ୍ଟକର ହୋଇଥିବାରୁ ସେଥିରେ ସଂସ୍କୃତକୁ ମିଶାଇ ସହଜ କରାଯାଇଥିଲା। ଏହି ଯୁକ୍ତିକୁ ଅନେକ ଓଡ଼ିଆ ସାହିତି୍ୟକ ଖଣ୍ଡନ କରିଥିବାର ଶୁଣାଯାଏ। ସେମାନଙ୍କ ଯୁକ୍ତି ହେଉଛି ଯେ, ମାତୃଭାଷା ଅର୍ଥାତ୍‌ ମା’ କହୁଥିବା ଭାଷା ସବୁବେଳେ ପିଲାଙ୍କ ପାଇଁ ସରଳ ହୋଇଥାଏ। ଏହା ମଧ୍ୟ କୁହାଯାଏ ଯେ, ବୁଦ୍ଧ ବ୍ୟବହାର କରୁଥିବା ଅନେକ ଭାଷା ମଧ୍ୟରୁ ‘ଉଡ୍ର’ ଥିଲା ଅନ୍ୟତମ। ବହୁ ଅପଚେଷ୍ଟା ଯୋଗୁ ଆଜି ଓଡ଼ିଆ ଭାଷା ତା’ର ମୂଳ ପବିତ୍ରତା ହରାଇଛି। ଆଜି ମଧ୍ୟ ସେହିଭଳି ଅପଚେଷ୍ଟା, ଜାଣତରେ ହେଉ ବା ଅଜାଣତରେ ଲାଗି ରହିଛି। ଗୋଟିଏ ଛୋଟିଆ ଉଦାହରଣ ଭାବେ ଦେଖିବାକୁ ଗଲେ କ୍ୱଚିତ୍‌ ଓଡ଼ିଆ ଏବେ ‘କନା’ ଶବ୍ଦ ବ୍ୟବହାର କରୁଛନ୍ତି। ସମସ୍ତେ କହୁଛନ୍ତି ‘କପଡ଼ା’। ଏହା ଅତି କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ତାହାର ମାରାତ୍ମକ ପରିଣତି କିଛି ଦଶନ୍ଧି ମଧ୍ୟରେ ଜଣାପଡ଼ିପାରେ। ତେଣୁ ଭାଷାର ଏହି ସୂକ୍ଷ୍ମଦିଗକୁ ବଞ୍ଚାଇ ରଖିବାର ଗୁରୁଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି। ଆମେ ଯଦି ୧୮୬୬ର ଦୁର୍ଭିକ୍ଷକୁ ଦେଖି ଶିକ୍ଷା ନେବାକୁ ଚାହିଁବା ଓଡ଼ିଶା ରାଜ୍ୟ ନିଜସ୍ବ ଶକ୍ତିରେ ବଞ୍ଚତ୍ ଶିଖିବା ଦରକାର। ଯଦି ଓଡ଼ିଆ ଜାତି ଭାବିବ ଯେ ଆମକୁ କେହି ବାହାରୁ ଆସି ଜ୍ଞାନ ବା ଖାଦ୍ୟ ଦେଉ, ତେବେ ତାହା ଭବିଷ୍ୟତରେ ମଧ୍ୟ ଘଟି ନ ପାରେ।

୪୯ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଧରିତ୍ରୀ ପରିବାର ପକ୍ଷରୁ ଆମେ ଆମର ପାଠିକାପାଠକ, ବିଜ୍ଞାପନଦାତା, ବିତରକ ଏବଂ ଶୁଭେଚ୍ଛୁମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri