ନ’ଅଙ୍କରୁ ଆଜିଯାଏ…

୧୮୬୬ ନ’ଅଙ୍କ ଦୁର୍ଭିକ୍ଷରେ ସେତେବେଳର ଓଡ଼ିଶା ଜନସଂଖ୍ୟାର ଏକ ତୃତୀୟାଂଶ, ଯାହାକି ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି; ମୃତ୍ୟୁମୁଖରେ ପଡ଼ିଥିଲେ। ଅନେକ ଐତିହାସିକ ସେତେବେଳର ବ୍ରିଟିଶ ଶାସକଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ଭୁଲ୍‌ତଥ୍ୟକୁ ଦୋଷ ଦେଇ ଏହି ଦୁର୍ଭିକ୍ଷକୁ ଏଡ଼ାଇଦିଅନ୍ତି। ସେହି ଐତିହାସିକମାନଙ୍କ ମଧ୍ୟରୁ କେହି ଜଣେ ବି କୌଣସି ଲେଖାରେ ଭାରତର ଅନ୍ୟପ୍ରାନ୍ତରେ ଥିବା ବଳକା ଖାଦ୍ୟ ସାମଗ୍ରୀ ସମ୍ପର୍କରେ ବର୍ଣ୍ଣନା କରିନାହାନ୍ତି। ସେମାନଙ୍କ ମଧ୍ୟରୁ କେହି କେବେ ପ୍ରଶ୍ନ କରିନାହାନ୍ତି କାହିଁକି ଗୋରା ଶାସକଙ୍କର ହୃଦୟରେ ଓଡ଼ିଆ ମଲେ କି ବଞ୍ଚତ୍ଲେ ସେ ନେଇ ଦରଦ ରହିବ। ସାଧାରଣରେ ଅନ୍ୟ ଦେଶକୁ ଶାସନ କରୁଥିବା ବାହ୍ୟଶକ୍ତି କେବେହେଲେ ସ୍ଥାନୀୟ ଲୋକଙ୍କ ମଙ୍ଗଳ କାମନା କରନ୍ତି ନାହିଁ। ଏହା ସବୁ ଯୁଦ୍ଧପରର ପରିସ୍ଥିତି ଭାବେ ଇତିହାସରୁ ଜଣାପଡ଼େ। ଆଜି ଆମେ ଜାଣିଛୁ ଯେ, ଯଦି ଓଡ଼ିଶାରେ ମରୁଡ଼ି ପଡୁଛି; ତେବେ ପଡ଼ୋଶୀ ଆନ୍ଧ୍ର କିମ୍ବା ମଧ୍ୟପ୍ରଦେଶରେ ବିପୁଳ ଧାନ ଅମଳ ହେଉଛି। ଯେତେବେଳେ ଆସାମ ଭଳି ରାଜ୍ୟରେ ବନ୍ୟା ହେଉଛି, ସେତେବେଳେ ଓଡ଼ିଶାରେ ଧାନ ଅମଳ ଯଥାରୀତି ଚାଲିଛି। ଅର୍ଥାତ୍‌ ଏହି ଉପମହାଦେଶରେ କେଉଁ ଅଞ୍ଚଳରେ ସ୍ଥିତି କ’ଣ ରହୁଛି, ତାହାର ଅବିକଳ ବିପରୀତ ଅନ୍ୟ ରାଜ୍ୟରେ ରହୁଛି। ୧୮୬୬ରେ ଯଦି ହିନ୍ଦୁ ଭାରତରେ ହିନ୍ଦୁମାନଙ୍କ ଏକତା ଥାଆନ୍ତା, ହୁଏତ ଏତେ ଓଡ଼ିଆଙ୍କ ମୃତ୍ୟୁ ଘଟି ନ ଥା’ନ୍ତା। ବାସ୍ତବ ଚିତ୍ର ଦେଖିଲେ ଓଡ଼ିଶାକୁ ସାହାଯ୍ୟ କରିବା ପାଇଁ କୌଣସି ଅନ୍ୟ ଅଞ୍ଚଳ ଆଗେଇ ଆସି ନ ଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଭାରତବର୍ଷ ଗୋଟିଏ ଦେଶ ବୋଲି ଯାହା ଏବେ କୁହାଯାଉଛି, ତାହା ସପକ୍ଷରେ କୌଣସି ଐତିହାସିକ ପ୍ରମାଣ ନାହିଁ।

ଏହି ପ୍ରଚ୍ଛଦପଟରେ ଭାରତର ପ୍ରତ୍ୟେକ ଅଞ୍ଚଳର ନିଜସ୍ବ ଭାଷା, ସଂସ୍କୃତି, ବେଶଭୂଷା ଓ ଖାଦ୍ୟକୁ ବଞ୍ଚାଇ ରଖିବା ଅତ୍ୟନ୍ତ ଆବଶ୍ୟକ। ଲିଖିତ ଭାଷାକୁ ବଞ୍ଚାଇ ରଖିବାରେ ଖବରକାଗଜର ଭୂମିକା ଅନ୍ୟତମ। ଯେମିତି ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ କିଛିଟା ଜାଣିବାକୁ ହେଲେ, ଆମେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ଉତ୍କଳ ଦୀପିକା’କୁ ପଢ଼ିବାକୁ ପଡ଼ିଥାଏ। ସେହିଭଳି ଭାବରେ ସବୁ ସମୟର ବାସ୍ତବ ସ୍ଥିତି ଜାଣିବାକୁ ହେଲେ ସେହି ସମୟର ପ୍ରକାଶିତ ଖବରକାଗଜ, ପତ୍ରିକା, ପୁସ୍ତକ ଇତ୍ୟାଦି ଖୋଜାପଡ଼େ।

କରୋନା ସମୟରେ ସବୁ ଖବରକାଗଜର କ୍ଷତି ଘଟିଥିଲା ବୋଲି ପ୍ରତ୍ୟେକ ପାଠିକାପାଠକ ଅନୁଭବ କରିଥିବେ। ୨୦୨୦-୨୧ ସମୟର କରୋନାଜନିତ କରୁଣ କାହାଣୀ ଉପରେ ୧୦୦ ବର୍ଷ ପରେ ଯଦି କେହି ଗବେଷଣା କରନ୍ତି, ଏବକାର ଖବରକାଗଜ ଖୋଜିବେ; ଯେମିତି କରୋନା ଆରମ୍ଭ ସମୟରେ ୧୦୦ ବର୍ଷ ପୂର୍ବର ସ୍ପାନିଶ ଫ୍ଲୁ ସମ୍ପର୍କରେ ସମସ୍ତେ ଲେଖା ଖୋଜିଥିଲେ। ଅବଶ୍ୟ ସେହି ଲେଖା ଛପା ହୋଇ କାଗଜରେ ରହୁ କିମ୍ବା ଡିଜିଟାଲ ହୋଇ ଗୁଗଲରେ ରହୁ, ଲିଖିତ ଶବ୍ଦର ଗୁରୁତ୍ୱ କେବେହେଲେ ହ୍ରାସ ପାଇବ ନାହିଁ। ଡିଜିଟାଲ ମାଧ୍ୟମକୁ ବ୍ୟବହାର କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଲେଖା ଶିଖିବାକୁ ପଡ଼ିଥାଏ। ଭାରତରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ଡିଜିଟାଲ ବିଶ୍ୱରେ ନିଶ୍ଚିତ ବୃଦ୍ଧିପାଇବ।

‘ଧରିତ୍ରୀ’ ତା’ର ୪୯ତମ ବର୍ଷ ଶେଷ କରି ଅର୍ଦ୍ଧଶତାବ୍ଦୀରେ ପ୍ରବେଶ କରୁଛି। ଓଡ଼ିଆ ଭାଷାକୁ ବଞ୍ଚାଇବା ଓ ବ୍ୟାବହାରିକ ପ୍ରୟୋଗ କଲାଭଳି ଉଦ୍ୟମ ସବୁବେଳେ ‘ଧରିତ୍ରୀ’ ପକ୍ଷରୁ କରାଯାଇଛି। ଅନେକ ଥର ଶୁଣାଯାଏ ଯେ, ପୂର୍ବରୁ ଓଡ଼ିଆ ଭାଷା ଅତ୍ୟନ୍ତ କଷ୍ଟକର ହୋଇଥିବାରୁ ସେଥିରେ ସଂସ୍କୃତକୁ ମିଶାଇ ସହଜ କରାଯାଇଥିଲା। ଏହି ଯୁକ୍ତିକୁ ଅନେକ ଓଡ଼ିଆ ସାହିତି୍ୟକ ଖଣ୍ଡନ କରିଥିବାର ଶୁଣାଯାଏ। ସେମାନଙ୍କ ଯୁକ୍ତି ହେଉଛି ଯେ, ମାତୃଭାଷା ଅର୍ଥାତ୍‌ ମା’ କହୁଥିବା ଭାଷା ସବୁବେଳେ ପିଲାଙ୍କ ପାଇଁ ସରଳ ହୋଇଥାଏ। ଏହା ମଧ୍ୟ କୁହାଯାଏ ଯେ, ବୁଦ୍ଧ ବ୍ୟବହାର କରୁଥିବା ଅନେକ ଭାଷା ମଧ୍ୟରୁ ‘ଉଡ୍ର’ ଥିଲା ଅନ୍ୟତମ। ବହୁ ଅପଚେଷ୍ଟା ଯୋଗୁ ଆଜି ଓଡ଼ିଆ ଭାଷା ତା’ର ମୂଳ ପବିତ୍ରତା ହରାଇଛି। ଆଜି ମଧ୍ୟ ସେହିଭଳି ଅପଚେଷ୍ଟା, ଜାଣତରେ ହେଉ ବା ଅଜାଣତରେ ଲାଗି ରହିଛି। ଗୋଟିଏ ଛୋଟିଆ ଉଦାହରଣ ଭାବେ ଦେଖିବାକୁ ଗଲେ କ୍ୱଚିତ୍‌ ଓଡ଼ିଆ ଏବେ ‘କନା’ ଶବ୍ଦ ବ୍ୟବହାର କରୁଛନ୍ତି। ସମସ୍ତେ କହୁଛନ୍ତି ‘କପଡ଼ା’। ଏହା ଅତି କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ତାହାର ମାରାତ୍ମକ ପରିଣତି କିଛି ଦଶନ୍ଧି ମଧ୍ୟରେ ଜଣାପଡ଼ିପାରେ। ତେଣୁ ଭାଷାର ଏହି ସୂକ୍ଷ୍ମଦିଗକୁ ବଞ୍ଚାଇ ରଖିବାର ଗୁରୁଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି। ଆମେ ଯଦି ୧୮୬୬ର ଦୁର୍ଭିକ୍ଷକୁ ଦେଖି ଶିକ୍ଷା ନେବାକୁ ଚାହିଁବା ଓଡ଼ିଶା ରାଜ୍ୟ ନିଜସ୍ବ ଶକ୍ତିରେ ବଞ୍ଚତ୍ ଶିଖିବା ଦରକାର। ଯଦି ଓଡ଼ିଆ ଜାତି ଭାବିବ ଯେ ଆମକୁ କେହି ବାହାରୁ ଆସି ଜ୍ଞାନ ବା ଖାଦ୍ୟ ଦେଉ, ତେବେ ତାହା ଭବିଷ୍ୟତରେ ମଧ୍ୟ ଘଟି ନ ପାରେ।

୪୯ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଧରିତ୍ରୀ ପରିବାର ପକ୍ଷରୁ ଆମେ ଆମର ପାଠିକାପାଠକ, ବିଜ୍ଞାପନଦାତା, ବିତରକ ଏବଂ ଶୁଭେଚ୍ଛୁମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri