Posted inଜାତୀୟ

ପାନାମା ପେପର ସହ ତେଲଙ୍ଗାନା ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି

ହାଇଦ୍ରାବାଦ,୧୨ା୧୧: ପାନାମା ପେପର ଲିକ୍‌ ସହ ତେଲଙ୍ଗାନା କରିମନଗରସ୍ଥିତ ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜାଣିବାକୁ ପାଇଛି। ପାନାମା ପେପରରେ ବହୁସଂଖ୍ୟାରେ ଶିଳ୍ପସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ନାଁ ପ୍ରଘଟ ହୋଇଥିଲା, ଯେଉଁମାନେ ଟିକସ ଫାଙ୍କି ଓ ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିଲେ। ସେମାନଙ୍କର ଗ୍ରାନାଇଟ୍‌ ଶିଳ୍ପସଂସ୍ଥା ସହ ଆର୍ଥତ୍କ କାରବାର ଥିବା ଇଡି କହିଛି। ତଲାସି ବେଳେ ୧.୦୮ କୋଟି ଟଙ୍କାର ହିସାବ ବହିର୍ଭୁତ ନଗଦ ଅର୍ଥ ଜବତ ହୋଇଥିଲା। ରପ୍ତାନି ପାଇଁ ହାଓ୍ବଲାରେ ଏହି ଅର୍ଥ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାନାଇଟ୍‌ ଖାଦାନଗୁଡ଼ିକରୁ ୧୦ ବର୍ଷର ଗ୍ରାନାଇଟ୍‌ ପ୍ରେରଣ ତଥ୍ୟ ମଧ୍ୟ ଇଡିର ହସ୍ତଗତ ହୋଇଛି। ବହୁସଂଖ୍ୟାରେ ସନ୍ଦିଗ୍ଧ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି।
ଇଡି ଅଧିକାରୀମାନେ ଦୁଇଦିନ ହେଲା ଶ୍ୱେତା ଗ୍ରାନାଇଟ୍‌ସ, ଶ୍ୱେତା ଏଜେନ୍ସିଜ୍‌, ଶ୍ରୀ ଭେଙ୍କଟେଶ୍ୱର ଗ୍ରାନାଇଟ୍ସ ପ୍ରାଇଭେଟ ଲିମିଟେଡ, ପିଏସ୍‌ଆର୍‌ ଗ୍ରାନାଇଟ୍ସ ପ୍ରାଇଭେଟ ଲିଃ, ଅରବିନ୍ଦ ଗ୍ରାନାଇଟ୍‌ସ, ଗିରିରାଜ ଶିପିଂ ଏଜେନ୍ସି ପ୍ରା.ଲିଃ ଏବଂ କରିମନଗର ଓ ହାଇଦ୍ରାବାଦରେ ଥିବା ସେମାନଙ୍କ ସହ ସମ୍ପୃକ୍ତ ସଂସ୍ଥା ଉପରେ ଚଢ଼ାଉ କରିଥିଲେ। ବିଦେଶ ବିନିମୟ ପରିଚାଳନା ଆଇନର ଉଲ୍ଲଂଘନ ନେଇ ଏହି ଚଢ଼ାଉ କରାଯାଇଥିଲା। ଉପରୋକ୍ତ କମ୍ପାନୀଗୁଡ଼ିକ ଚାଇନା, ହଂକଂ ଓ ଅନ୍ୟ ଦେଶଗୁଡ଼ିକୁ କଞ୍ଚା ଗ୍ରାନାଇଟ୍‌ ବ୍ଲକ୍‌ ରପ୍ତାନି କରୁଥିଲେ। ତେବେ ରୟାଲ୍‌ଟି ଦିଆଯାଉଥିବା ପରିମାଣଠାରୁ ଯଥେଷ୍ଟ ଅଧିକ ଗ୍ରାନାଇଟ ରପ୍ତାନି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଅନେକ କାରବାର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହୋଇ ନ ଥିବାରୁ ଅନ୍ୟ ଚ୍ୟାନେଲ ଦେଇ କାରବାର ଚାଲିଥିବା ଇଡି ଅଭିଯୋଗ କରିଛି। ଗ୍ରାନାଇଟ ରପ୍ତାନିକାରୀ ସଂସ୍ଥାର କର୍ମଚାରୀମାନଙ୍କ ନାମରେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ବେଆଇନ ରପ୍ତାନି ବାବଦ ଅର୍ଥ ସେଥିରେ ଜମା କରାଯାଉଥିଲା। ଚାଇନା ସଂସ୍ଥାଠାରୁ ବିନା କାଗଜପତ୍ରରେ ଭାରତୟ ସଂସ୍ଥାକୁ ଋଣ ନାମରେ ଅର୍ଥ ଆସୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଚାଇନାର ଏହି କମ୍ପାନୀ ଲି ଓ୍ବେନ୍‌ହୁଙ୍କ ନାମରେ ରହିଛି, ଯାହାଙ୍କ ନାଁ ପାନାମା ପେପରରେ ଲିକ୍‌ ହୋଇଥିଲା। ଶ୍ୱେତା ଗ୍ରାନାଇଟ୍ସର ମାଲିକାନା ଟିଆର୍‌ଏସ୍‌ ମନ୍ତ୍ରୀ ଗାଙ୍ଗୁଲା କମଲାକରଙ୍କ ପରିବାର ନାମରେ ଥିବାରୁ ତାଙ୍କ ଘର ଉପରେ ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri