Posted inଜାତୀୟ

ପାନାମା ପେପର ସହ ତେଲଙ୍ଗାନା ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି

ହାଇଦ୍ରାବାଦ,୧୨ା୧୧: ପାନାମା ପେପର ଲିକ୍‌ ସହ ତେଲଙ୍ଗାନା କରିମନଗରସ୍ଥିତ ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜାଣିବାକୁ ପାଇଛି। ପାନାମା ପେପରରେ ବହୁସଂଖ୍ୟାରେ ଶିଳ୍ପସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ନାଁ ପ୍ରଘଟ ହୋଇଥିଲା, ଯେଉଁମାନେ ଟିକସ ଫାଙ୍କି ଓ ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିଲେ। ସେମାନଙ୍କର ଗ୍ରାନାଇଟ୍‌ ଶିଳ୍ପସଂସ୍ଥା ସହ ଆର୍ଥତ୍କ କାରବାର ଥିବା ଇଡି କହିଛି। ତଲାସି ବେଳେ ୧.୦୮ କୋଟି ଟଙ୍କାର ହିସାବ ବହିର୍ଭୁତ ନଗଦ ଅର୍ଥ ଜବତ ହୋଇଥିଲା। ରପ୍ତାନି ପାଇଁ ହାଓ୍ବଲାରେ ଏହି ଅର୍ଥ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାନାଇଟ୍‌ ଖାଦାନଗୁଡ଼ିକରୁ ୧୦ ବର୍ଷର ଗ୍ରାନାଇଟ୍‌ ପ୍ରେରଣ ତଥ୍ୟ ମଧ୍ୟ ଇଡିର ହସ୍ତଗତ ହୋଇଛି। ବହୁସଂଖ୍ୟାରେ ସନ୍ଦିଗ୍ଧ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି।
ଇଡି ଅଧିକାରୀମାନେ ଦୁଇଦିନ ହେଲା ଶ୍ୱେତା ଗ୍ରାନାଇଟ୍‌ସ, ଶ୍ୱେତା ଏଜେନ୍ସିଜ୍‌, ଶ୍ରୀ ଭେଙ୍କଟେଶ୍ୱର ଗ୍ରାନାଇଟ୍ସ ପ୍ରାଇଭେଟ ଲିମିଟେଡ, ପିଏସ୍‌ଆର୍‌ ଗ୍ରାନାଇଟ୍ସ ପ୍ରାଇଭେଟ ଲିଃ, ଅରବିନ୍ଦ ଗ୍ରାନାଇଟ୍‌ସ, ଗିରିରାଜ ଶିପିଂ ଏଜେନ୍ସି ପ୍ରା.ଲିଃ ଏବଂ କରିମନଗର ଓ ହାଇଦ୍ରାବାଦରେ ଥିବା ସେମାନଙ୍କ ସହ ସମ୍ପୃକ୍ତ ସଂସ୍ଥା ଉପରେ ଚଢ଼ାଉ କରିଥିଲେ। ବିଦେଶ ବିନିମୟ ପରିଚାଳନା ଆଇନର ଉଲ୍ଲଂଘନ ନେଇ ଏହି ଚଢ଼ାଉ କରାଯାଇଥିଲା। ଉପରୋକ୍ତ କମ୍ପାନୀଗୁଡ଼ିକ ଚାଇନା, ହଂକଂ ଓ ଅନ୍ୟ ଦେଶଗୁଡ଼ିକୁ କଞ୍ଚା ଗ୍ରାନାଇଟ୍‌ ବ୍ଲକ୍‌ ରପ୍ତାନି କରୁଥିଲେ। ତେବେ ରୟାଲ୍‌ଟି ଦିଆଯାଉଥିବା ପରିମାଣଠାରୁ ଯଥେଷ୍ଟ ଅଧିକ ଗ୍ରାନାଇଟ ରପ୍ତାନି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଅନେକ କାରବାର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହୋଇ ନ ଥିବାରୁ ଅନ୍ୟ ଚ୍ୟାନେଲ ଦେଇ କାରବାର ଚାଲିଥିବା ଇଡି ଅଭିଯୋଗ କରିଛି। ଗ୍ରାନାଇଟ ରପ୍ତାନିକାରୀ ସଂସ୍ଥାର କର୍ମଚାରୀମାନଙ୍କ ନାମରେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ବେଆଇନ ରପ୍ତାନି ବାବଦ ଅର୍ଥ ସେଥିରେ ଜମା କରାଯାଉଥିଲା। ଚାଇନା ସଂସ୍ଥାଠାରୁ ବିନା କାଗଜପତ୍ରରେ ଭାରତୟ ସଂସ୍ଥାକୁ ଋଣ ନାମରେ ଅର୍ଥ ଆସୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଚାଇନାର ଏହି କମ୍ପାନୀ ଲି ଓ୍ବେନ୍‌ହୁଙ୍କ ନାମରେ ରହିଛି, ଯାହାଙ୍କ ନାଁ ପାନାମା ପେପରରେ ଲିକ୍‌ ହୋଇଥିଲା। ଶ୍ୱେତା ଗ୍ରାନାଇଟ୍ସର ମାଲିକାନା ଟିଆର୍‌ଏସ୍‌ ମନ୍ତ୍ରୀ ଗାଙ୍ଗୁଲା କମଲାକରଙ୍କ ପରିବାର ନାମରେ ଥିବାରୁ ତାଙ୍କ ଘର ଉପରେ ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri