Posted inଜାତୀୟ

ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି: ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଗଣମାଧ୍ୟମକୁ କହିଛନ୍ତି ଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା।
ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି।

ଏକ୍ସାଇଜ ସ୍କାମରେ ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଫୁଟେଜରୁ ଅଡିଓ ହଟାଇଥିବା ଜାଣିଶୁଣି କରାଯାଇଛି। ଅଡିଓ ବିନା ସାକ୍ଷୀଙ୍କ ବିବୃତ୍ତି ସତ କି ମିଥ୍ୟା ଏବଂ ସେମାନଙ୍କ ସାକ୍ଷ୍ୟ ମେଳ ଖାଉଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିବ। ଏହା ଚାଳାକି କରି କରାଯାଇଛି। ବାସ୍ତବରେ ସମଗ୍ର ଇଡି ଚଢ଼ାଉ କେବଳ ଲୋକଦେଖାଣିଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଉଛି। ଇଡି ଚଢ଼ାଉ କରୁନାହିଁ, ବରଂ ଏହାର ଚଢ଼ାଉରେ ଏକ ଦୁର୍ନୀତି ଅଛି ।

ଆମ ଆଦମୀ ପାର୍ଟିକୁ ଭୟଭୀତ ଓ ନୀରବ କରିବା ପାଇଁ ଭାଜପା ଏବଂ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଏକେନ୍ସିର ବେଆଇନ ବ୍ୟବହାର କରାଯାଉଛି।

 

ଆହୁରି ପଢ଼ନ୍ତୁ: ମୋଦିଙ୍କୁ କେବଳ ଟକ୍କର ଦେଇ ପାରିବେ କେଜରିଓ୍ବାଲ: ଏଏପି…

 

ମଦ ସ୍କାମ ନାମରେ ଏଏପି ନେତାଙ୍କ ଘରେ ଚଢ଼ାଉ କରାଯାଉଛି। ନେତାଙ୍କୁ ସମନ କରାଯାଇ ଗିରଫ କରାଯାଉଛି। କିନ୍ତୁ ଏହି ଦୁଇ ବର୍ଷର ଅନୁସନ୍ଧାନରେ ଇଡି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ପାଇ ନାହିଁ। ଇଡି ଏହାର ସମ୍ପୂର୍ଣ୍ଣ ବିବୃତ୍ତିରେ ଜାଲିଆତି କରିଛି।

 

ଆହୁରି ପଢ଼ନ୍ତୁ: କେଜରିଓ୍ବାଲଙ୍କ ପାଇଁ ଖୁସି ଖବର: କୋର୍ଟରେ ହେବାକୁ ପଡ଼ିବନି ହାଜର…

 

ଇଡି ସେମାନଙ୍କ ବିବୃତ୍ତି ନେବା ପରେ ଅନେକ ସାକ୍ଷୀ କହିଛନ୍ତି ସେମାନଙ୍କ ବିବୃତ୍ତି ଚାପ ପକାଇ ନିଆଯାଇଛି। ଏଥିମଧ୍ୟରୁ ଜଣେ ସାକ୍ଷୀ କହିଛନ୍ତି ତାଙ୍କ ବିବୃତ୍ତି ପାଇଁ ଇଡି ତାଙ୍କୁ ଏତେ ଚାପୁଡ଼ା ମାରିଥିଲେ ଯେ ତାଙ୍କ କାନେ ପରଦା ଫାଟି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri