Posted inଜାତୀୟ

ଏନସିପି ଛାଡି ଶିନ୍ଦେ ସରକାରରେ ସାମିଲ ହୋଇଥିବା ନେତାଙ୍କ ଉପରେ ଚାଲିଛି ଭ୍ରଷ୍ଟାଚାରର ଯାଞ୍ଚ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଯେଉଁ ନେତାଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଛି ଏବେ ସେମାନେ ସରକାରରେ ସାମିଲ ହୋଇଯାଇଛନ୍ତି। ବିରୋଧୀ ପୂର୍ବରୁ ହିଁ ଭାଜପାକୁ ‘ଓ୍ବାଶିଂ ମେଶିନ’ କହି ଟାର୍ଗେଟ କରି ଚାଲିଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା କିରିଟ ସୋମାୟାଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପୂର୍ବତନ ଏନସିପି ନେତା ହାସନ ମିୟାନଲାଲ ମୁଶରିଫଙ୍କ ଉପରେ ଭ୍ରଷ୍ଟାଚାର ବା ଦୁର୍ନୀତି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ହାସନ ଭାଜପା-ଶିବସେନା ସରକାରରେ ମନ୍ତ୍ରୀ ହୋଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୨ରେ, ରାତି ପ୍ରାୟ ୨ଟା ୩୦ସମୟରେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ତଥା ଦଳର ଜଣେ ବରିଷ୍ଠ ନେତା ଅଜିତ ପାୱାର ଶିବସେନା-ଭାଜପା ସରକାରରେ ଯୋଗ ଦେଇଥିଲେ। ପରେ ଅଜିତ ପାୱାର ନିଜର ଟୁଇଟର ପ୍ରୋଫାଇଲକୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀରେ ପରିବର୍ତ୍ତନ କରିଥିଲେ।
ଶପଥ ଗ୍ରହଣ କରିବା ପରେ ଅଜିତ ପାୱାର ଗଣମାଧ୍ୟମ ସାମ୍ନାକୁ ଆସିବା ଆସିଥିଲେ। ସେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇତିବା ବେଳେ ଛଗନ ଭୁଜବଳ ଏବଂ ପ୍ରଫୁଲ୍ଲ ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବେ ଶରଦ ପାୱାରଙ୍କ ଦ୍ୱାରା ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରାଯାଇଥିଲା।
ଏହି ବିଦ୍ରୋହରେ ଅଜିତ ପାୱାରଙ୍କ ସହ ଏନସିପିର ମୋଟ ୯ନେତା ଜଡିତ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶରିଫ, ଅନିଲ ପାଟିଲ, ଅଦିତି ତଟକରେ, ଧନଞ୍ଜୟ ମୁଣ୍ଡେ, ଧର୍ମାରାଓ ଆତ୍ରାମ, ସଞ୍ଜୟ ବନସୋଡେଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ମହାରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri