ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ଇଡିର ଜେରା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ଚେର କେଉଁଆଡ଼େ ଲମ୍ବିଛି ତାହାର ଖୋଳତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକ ପରେ ଜଣଙ୍କୁ ଜେରା କରି ତଥ୍ୟ ହାସଲ କରୁଛି ଇଡି। ଏହାରି ଭିତରେ ମଙ୍ଗଳବାର ଅର୍ଚ୍ଚନା ରହୁଥିବା ଘର ମାଲିକ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ଇଡି ଜେରା କରିଛି। ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୭ରେ ଅର୍ଚ୍ଚନା ଓ ପ୍ରମୋଦଙ୍କ ମଧ୍ୟରେ ଘଟିଥିବା କିଛି ରୋଚକ ଘଟଣାକୁ ନେଇ ଇଡି ପଚରାଉଚରା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ ୨୦୧୬ରୁ ପ୍ରାୟ ୧୧ ମାସ ଧରି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପ୍ରମୋଦଙ୍କ ଘରେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଭଡ଼ାରେ ରହୁଥିଲେ। ଏପରିକି ଉପର ମହଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ରହୁଥିଲେ। ସେତେବେଳେ ୯ ହଜାର ଟଙ୍କା ମାସିକ ଭଡ଼ା ଥିଲା। ୨ ମାସ ଟଙ୍କା ଦେବା ପରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଭଡ଼ା ଟଙ୍କା ଦେବା ବନ୍ଦ କରିଦେଇଥିଲେ। ଘର ଛାଡ଼ିବାକୁ କହିବାରୁ ଅର୍ଚ୍ଚନା ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଭଡ଼ା ଟଙ୍କା ନ ଦେବାରୁ ୨୦୧୭ ସେପ୍ଟେମ୍ବରରେ ପ୍ରମୋଦ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ୨ମାସ ପରେ ପ୍ରମୋଦଙ୍କ ନାମରେ ଅର୍ଚ୍ଚନା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅର୍ଚ୍ଚନା ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ, ହିରୋଇନ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରମୋଦ ତାଙ୍କର ଅଶ୍ଳୀଳ ଫଟୋ ଉଠାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏପରିକି ସେ ଗର୍ଭବତୀ ଥିବା ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଅନ୍ୟପକ୍ଷରେ ଏହି ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ ମାମଲାର ରଫାଦଫା ହୋଇଥିଲା ବୋଲି କୁହାଯାଉଛି। ଏହା ପଛରେ ବଡ଼ ଡିଲ୍‌ ହୋଇଥିବା ଇଡି ସନ୍ଦେହ କରିଛି।
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରମୋଦ ନୟାପଲ୍ଲୀସ୍ଥିତ ଇଡିର ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବା ସମୟରେ ଗଣମାଧ୍ୟମକୁ କହିଥିଲେ, ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଜେରା ପରେ ବାହାରିବା ପରେ ସବୁ କହିବି ବୋଲି କହିଥିଲେ। ତେବେ ଇଡି ତାଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିବା ସୂଚନା ମିଳିଛି। ଅର୍ଚ୍ଚନା କେତେ ଟଙ୍କା ଭଡ଼ା ଦେଉଥିଲେ, କିଏ କିଏ ତାଙ୍କ ଘରକୁ ଆସୁଥିଲେ, କି ପରିଚୟ ଦେଉଥିଲେ, ୫ ବର୍ଷ ତଳର ମାମଲାକୁ ନେଇ ଟଙ୍କା ଡିଲ୍‌ ହୋଇଥିଲା କି ଏପରି ବିଭିନ୍ନ ଦିଗକୁ ନେଇ ପ୍ରମୋଦଙ୍କୁ ଇଡି ପଚରାଉଚରା କରି ତଥ୍ୟ ପାଇଛି। ଅନ୍ୟପଟେ ଜେଲରେ ଦିନ କାଟୁଥିବା ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ ବୁଧବାର କୋର୍ଟରେ ହାଜର ହେବେ। ଏହାପରେ ଉଭୟଙ୍କୁ ଅଧିକ ପଚରାଉଚରା ଲାଗି ଇଡି ରିମାଣ୍ଡରେ ଆଣିବ। ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣିବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଥରେ ଡାକି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରିଛି। ଏପରିକି ଶ୍ରଦ୍ଧାଞ୍ଜଳି ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡକାଇ ନାଗ-ଚାନ୍ଦ ଦମ୍ପତିଙ୍କ ସହ ଇଡି ଚତୁଃମୁଖୀ ଜେରା କରିପାରେ ବୋଲି କୁହାଯାଉଛି। ତେବେ ଅର୍ଚ୍ଚନା ରିମାଣ୍ଡରେ ଆସିବା ପରେ କିଛି ବଡ଼ବଡ଼ିଆ ଜେରା ହେବାକୁ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri