ତସ୍କରଙ୍କ ଟାର୍ଗେଟ୍‌ରେ ଭାରତୀୟ କଳାକୃତି

ନୂଆଦିଲ୍ଲୀ: ରାଜସ୍ଥାନରୁ ୧୯୯୮ରେ ବ୍ରିଟେନକୁ ଚୋରା ଚାଲାଣ କରାଯାଇଥିବା ମହାପ୍ରଭୁ ଶିବଙ୍କ ଏକ ପ୍ରାଚୀନ ମୂର୍ତ୍ତି ଭାରତ ଫେରିବ। ୧୫ ବର୍ଷ ଧରି ଏଜାଗାରୁ ସେଜାଗା ହୋଇ ଶେଷରେ ଏହି ମୂର୍ତ୍ତି ବ୍ରିଟେନସ୍ଥିତ ଭାରତୀୟ ଦୂତାବାସରେ ପହଞ୍ଚତ୍ଥିଲା। ସେଠାରୁ ମୂର୍ତ୍ତିର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିଦେଶକୁ ମୂର୍ତ୍ତି ଚୋରା ଚାଲାଣ ନୂଆକଥା ନୁହେଁ। ସରକାରଙ୍କ ବହିର୍ବ୍ୟାପାର ନୀତି ଯୋଗୁ ଏପରି ଅନେକ ପ୍ରାଚୀନ କଳାକୃତି ଭାରତକୁ ଫେରିପାରିଛି। ତେବେ ପ୍ରକୃତରେ ଯେତିକି ବିରଳ ମୂର୍ତ୍ତି ଚାଲାଣ ହୋଇଯାଉଛି, ସେତିକି ପରିମାଣରେ ଫେରିପାରୁନାହିଁ।
ଏକ ଆକଳନ ଅନୁଯାୟୀ, ଭାରତରୁ ପ୍ରତିବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ କଳାକୃତି ବିଦେଶକୁ ଚାଲାଣ ହୋଇଥାଏ। ବିଶେଷ କରି ତମ୍ବା, ବ୍ରୋଞ୍ଜ୍‌, ମିଶ୍ର ଧାତୁ, ପଥରରେ ତିଆରି ପ୍ରାଚୀନ ମୂର୍ତ୍ତିର ଚାହିଦା ବିଦେଶରେ କାହିଁରେ କେତେ। ସିଙ୍ଗାପୁରସ୍ଥିତ ଭାରତୀୟ ମୂଳ ବାସିନ୍ଦା ତଥା ଶିପିଂ ଏକ୍‌ଜ୍ୟୁଟିଭ୍‌ ଏସ୍‌. ବିଜୟ କୁମାର କୁହନ୍ତି, ଦଶନ୍ଧିରେ ଅତିକମ୍‌ରେ ୧୦,୦୦୦ ଦୁର୍ମୂଲ୍ୟ ପ୍ରତିମୂର୍ତ୍ତି ଭାରତରୁ ଚୋରା ଚାଲାଣ ହେଉଛି। ପାଖାପାଖି ଦୁଇ ଦଶନ୍ଧି ହେଲା ସେ ଏହା ଦେଖି ଆସୁଛନ୍ତି। ଏ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି, ଯାହାର ନାମ ‘ଆଇଡଲ ଥିଫ’ ଅର୍ଥାତ୍‌ ‘ମୂର୍ତ୍ତି ଚୋର’। କେଉଁ ଉପାୟରେ ଏବଂ କିଭଳି ମୂର୍ତ୍ତି ଚୋରି ହୋଇଥାଏ ସେ ସମ୍ପର୍କରେ ଏଥିରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ୧୦ ଗ୍ରାମରୁ ଆରମ୍ଭ କରି ୧୫ ଟନ୍‌ ଓଜନର ମୂର୍ତ୍ତି ଚୋରା ଚାଲାଣ ହେଉଛି। ସମୁଦ୍ର ପଥ ସାଜିଛି ଚୋରାଚାଲାଣର ପ୍ରମୁଖ ମାଧ୍ୟମ। କଷ୍ଟମ ବିଭାଗ ଆଖିରେ ଧୂଳି ଦେଇ ଏହାକୁ ବିଦେଶକୁ ନିଆଯାଇଥାଏ। ଯଦି ବି କେତେବେଳେ ଧରାପଡ଼ିଯାଆନ୍ତି ତେବେ ମୋଟା ଅଙ୍କର ଲାଞ୍ଚ ଦେଇ ବ୍ୟବସାୟୀମାନେ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିଥାନ୍ତି। ସାମୁଦ୍ରିକ ପଥରେ ଗୋଟିଏ ଦେଶରୁ ଅନ୍ୟ ଦେଶରେ ପହଞ୍ଚତ୍ବା ବେଳକୁ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଯାଇଥାଏ। ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ୍‌ କାମ କରିଥାଏ। ଚୋରି ହୋଇଥିବା ମୂର୍ତ୍ତିର କୌଣସି ଆଇନଗତ ଦସ୍ତାବିଜ୍‌ ନ ଥାଏ। ଏହା କେଉଁ ଧାତୁରେ ଗଢ଼ା, ଏହା କେତେ ପ୍ରାଚୀନ, କେଉଁ କାରିଗରଙ୍କ ଦ୍ୱାରା ଏହା ପ୍ରସ୍ତୁତ କରିଛି ସେସବୁର ମୌଖିକ ବିବରଣୀ ତସ୍କରଙ୍କ ପାଖରେ ହିଁ ରହିଥାଏ। ମୂଲ୍ୟ ହ୍ରାସ ଆଶଙ୍କା ଥିବାରୁ ଏସବୁ ତଥ୍ୟ ସଂଗ୍ରାହକଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଏ ନାହିଁ।
କ’ଣ କୁହେ ଆଇନ
ଭାରତରେ ଆଣ୍ଟିକ୍‌ ସାମଗ୍ରୀର ଚୋରା କାରବାର ରୋକିବା ଲାଗି ‘ଦି ଆଣ୍ଟିକ୍‌ ଆଣ୍ଡ ଆର୍ଟ ଟ୍ରେଜର ଆକ୍ଟ-୧୯୭୨’ ରହିଛି। ଧାତୁ ଓ ପଥର ନିର୍ମିତ ମୂର୍ତ୍ତି, କାଠନିର୍ମିତ ଭାସ୍କର୍ଯ୍ୟ କଳା, ପେଣ୍ଟିଂ, ଆଭୂଷଣ, କାଗଜ, କପଡ଼ା ଉପରେ ଅଙ୍କାଯାଇଥିବା ଚିତ୍ର, ଶତାଧିକ ବର୍ଷ ପୁରୁଣା ପାଣ୍ଡୁଲିପି ଚୋରାଚାଲାଣ ରୋକିବାକୁ ଏହି ଆଇନରେ ବ୍ୟବସ୍ଥା ରହିଛି। ଏଭଳି ପ୍ରାଚୀନ କଳାକୃତି ଯଦି କୌଣସି ସଂଗ୍ରାହକଙ୍କ ନିକଟରେ ଥାଏ ତେବେ ଏହାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ରେ ରେଜିଷ୍ଟର କରିବା ଆଇନରେ ଉଲ୍ଲେଖ କରିଛି। ଦେଶ ଭିତରେ ମଧ୍ୟ ଏପରି ସାମଗ୍ରୀର ବିକ୍ରି କିମ୍ବା ହସ୍ତାନ୍ତର କରିବାକୁ ହେଲେ ଲାଇସେନ୍ସ କରିବା ଜରୁରୀ। ଏହାର ଉଲ୍ଲଂଘନ ହେଲେ ଏହି ଆକ୍ଟ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ହେଲେ ଆଇନର କଡ଼ାକଡ଼ି ଅନୁପାଳନ ହେଉ ନ ଥିବାରୁ ଏହା ଗୁରୁତ୍ୱ ହରାଇଛି।
ଡାଟାବେସ୍‌ ନାହିଁ
ଭାରତରେ ପ୍ରାଚୀନ ସାମଗ୍ରୀ ସୁରକ୍ଷିତ ରଖିବା ଲାଗି କୌଣସି ଡାଟାବେସ୍‌ ନାହିଁ। ‘ନ୍ୟାଶନାଲ ମିଶନ ଫର୍‌ ମନ୍ୟୁମେଣ୍ଟ ଆଣ୍ଟିକ୍‌’ ଅନୁଯାୟୀ, ଦେଶରେ ଅତିକମ୍‌ରେ ୭ ମିଲିୟନ ପ୍ରାଚୀନ କଳାକୃତି ରହିଛି। ତନ୍ମଧ୍ୟରୁ କେବଳ ୧.୩ ମିଲିୟନ ଆଣ୍ଟିକ୍‌ ସାମଗ୍ରୀର ତଥ୍ୟାବଳୀ ସଂଗୃହୀତ ହୋଇପାରିଛି। କୌଣସି ସରକାର ଏହି କାର୍ଯ୍ୟକୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଅନେକ ଥର କମିଟି ଗଠନ ପରେ ବି ନିୟମ କଡ଼ାକଡ଼ି ହୋଇପାରୁନାହିଁ। ସାମୁଦ୍ରିକ ସୀମା ମୁକୁଳା ପଡ଼ିବା, କଡ଼ା ପାଟ୍ରୋଲିଂ ନ ହେବା ଏପରି ଆଣ୍ଟିକ୍‌ ସାମଗ୍ରୀ ଚାଲାଣକୁ ସୁଯୋଗ ଦେଉଛି। ସେହିପରି ଅନ୍ତର୍ଜାତୀୟ ସନ୍ଧି ଅନୁଯାୟୀ ଚୋରାଚାଲାଣ ହେବା ସତ୍ତ୍ୱେ ଏପରି କଳାକୃତିକୁ ଫେରିପାଇବା ବାଟ ଖୋଲାଥାଏ। ୧୯୭୦ରେ ୟୁନେସ୍କୋ ଚୁକ୍ତି ଅନୁଯାୟୀ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ତେବେ ଭାରତୀୟ କଳାକୃତିଗୁଡ଼ିକୁ ବିଦେଶୀମାନେ ଘରେ ରଖିଦେଉଥିବାରୁ ଏହାକୁ ଫେରସ୍ତ ପାଇବା ଏବଂ ଟ୍ରାକିଂ କରିବା କଷ୍ଟକର ବ୍ୟାପାର।
ଚର୍ଚ୍ଚିତ ତସ୍କର ସୁଭାଷ କପୁର
ମୂର୍ତ୍ତି ଚୋରା ବେପାରର ଏକ ଚର୍ଚ୍ଚିତ ନାମ ହେଉଛି ସୁଭାଷ କପୁର। ମ୍ୟାନ୍‌ହାଟାନ୍‌ରେ ଆର୍ଟ ଗ୍ୟାଲେରି ଜରିଆରେ ସେ ଭାରତର ଅନେକ ଦୁର୍ମୂଲ୍ୟ ମୂର୍ତ୍ତି ବିକ୍ରି କରିଦେଇଛନ୍ତି। ଏଥିରେ ୯୦୦ ବର୍ଷ ପୁରାତନ ଏକ ନଟରାଜ ମୂର୍ତ୍ତି ରହିଛି, ଯାହାର ମୂଲ୍ୟ ୫ ମିଲିୟନ ଡଲାର। ଏହାକୁ ସେ ଅଷ୍ଟ୍ରେଲିଆକୁ ବିକ୍ରି କରିଥିଲେ। ସେହିପରି ୧୧୦୦ ବର୍ଷ ପୁରୁଣା ଏକ ଶିବଙ୍କ ମୂର୍ତ୍ତିକୁ ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସରେ ବିକ୍ରି କରିଥିଲେ। ଆମେରିକୀୟ ଅଧିକାରୀଙ୍କ ଦ୍ୱାରା ଗିରଫ ହେବାବେଳକୁ ସୁଭାଷଙ୍କ ପାଖରେ ୧୦୭ ମିଲିୟନ ଡଲାରରୁ ଅଧିକ ଟଙ୍କାର ଭାରତୀୟ କଳାକୃତି ଥିଲା। ଏହା ଥିଲା ଆମେରିକାର ଇତିହାସରେ ସବୁଠାରୁ ବଡ଼ ମୂର୍ତ୍ତି ତସ୍କରୀ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?