ତସ୍କରଙ୍କ ଟାର୍ଗେଟ୍‌ରେ ଭାରତୀୟ କଳାକୃତି

ନୂଆଦିଲ୍ଲୀ: ରାଜସ୍ଥାନରୁ ୧୯୯୮ରେ ବ୍ରିଟେନକୁ ଚୋରା ଚାଲାଣ କରାଯାଇଥିବା ମହାପ୍ରଭୁ ଶିବଙ୍କ ଏକ ପ୍ରାଚୀନ ମୂର୍ତ୍ତି ଭାରତ ଫେରିବ। ୧୫ ବର୍ଷ ଧରି ଏଜାଗାରୁ ସେଜାଗା ହୋଇ ଶେଷରେ ଏହି ମୂର୍ତ୍ତି ବ୍ରିଟେନସ୍ଥିତ ଭାରତୀୟ ଦୂତାବାସରେ ପହଞ୍ଚତ୍ଥିଲା। ସେଠାରୁ ମୂର୍ତ୍ତିର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିଦେଶକୁ ମୂର୍ତ୍ତି ଚୋରା ଚାଲାଣ ନୂଆକଥା ନୁହେଁ। ସରକାରଙ୍କ ବହିର୍ବ୍ୟାପାର ନୀତି ଯୋଗୁ ଏପରି ଅନେକ ପ୍ରାଚୀନ କଳାକୃତି ଭାରତକୁ ଫେରିପାରିଛି। ତେବେ ପ୍ରକୃତରେ ଯେତିକି ବିରଳ ମୂର୍ତ୍ତି ଚାଲାଣ ହୋଇଯାଉଛି, ସେତିକି ପରିମାଣରେ ଫେରିପାରୁନାହିଁ।
ଏକ ଆକଳନ ଅନୁଯାୟୀ, ଭାରତରୁ ପ୍ରତିବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ କଳାକୃତି ବିଦେଶକୁ ଚାଲାଣ ହୋଇଥାଏ। ବିଶେଷ କରି ତମ୍ବା, ବ୍ରୋଞ୍ଜ୍‌, ମିଶ୍ର ଧାତୁ, ପଥରରେ ତିଆରି ପ୍ରାଚୀନ ମୂର୍ତ୍ତିର ଚାହିଦା ବିଦେଶରେ କାହିଁରେ କେତେ। ସିଙ୍ଗାପୁରସ୍ଥିତ ଭାରତୀୟ ମୂଳ ବାସିନ୍ଦା ତଥା ଶିପିଂ ଏକ୍‌ଜ୍ୟୁଟିଭ୍‌ ଏସ୍‌. ବିଜୟ କୁମାର କୁହନ୍ତି, ଦଶନ୍ଧିରେ ଅତିକମ୍‌ରେ ୧୦,୦୦୦ ଦୁର୍ମୂଲ୍ୟ ପ୍ରତିମୂର୍ତ୍ତି ଭାରତରୁ ଚୋରା ଚାଲାଣ ହେଉଛି। ପାଖାପାଖି ଦୁଇ ଦଶନ୍ଧି ହେଲା ସେ ଏହା ଦେଖି ଆସୁଛନ୍ତି। ଏ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି, ଯାହାର ନାମ ‘ଆଇଡଲ ଥିଫ’ ଅର୍ଥାତ୍‌ ‘ମୂର୍ତ୍ତି ଚୋର’। କେଉଁ ଉପାୟରେ ଏବଂ କିଭଳି ମୂର୍ତ୍ତି ଚୋରି ହୋଇଥାଏ ସେ ସମ୍ପର୍କରେ ଏଥିରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ୧୦ ଗ୍ରାମରୁ ଆରମ୍ଭ କରି ୧୫ ଟନ୍‌ ଓଜନର ମୂର୍ତ୍ତି ଚୋରା ଚାଲାଣ ହେଉଛି। ସମୁଦ୍ର ପଥ ସାଜିଛି ଚୋରାଚାଲାଣର ପ୍ରମୁଖ ମାଧ୍ୟମ। କଷ୍ଟମ ବିଭାଗ ଆଖିରେ ଧୂଳି ଦେଇ ଏହାକୁ ବିଦେଶକୁ ନିଆଯାଇଥାଏ। ଯଦି ବି କେତେବେଳେ ଧରାପଡ଼ିଯାଆନ୍ତି ତେବେ ମୋଟା ଅଙ୍କର ଲାଞ୍ଚ ଦେଇ ବ୍ୟବସାୟୀମାନେ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିଥାନ୍ତି। ସାମୁଦ୍ରିକ ପଥରେ ଗୋଟିଏ ଦେଶରୁ ଅନ୍ୟ ଦେଶରେ ପହଞ୍ଚତ୍ବା ବେଳକୁ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଯାଇଥାଏ। ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ୍‌ କାମ କରିଥାଏ। ଚୋରି ହୋଇଥିବା ମୂର୍ତ୍ତିର କୌଣସି ଆଇନଗତ ଦସ୍ତାବିଜ୍‌ ନ ଥାଏ। ଏହା କେଉଁ ଧାତୁରେ ଗଢ଼ା, ଏହା କେତେ ପ୍ରାଚୀନ, କେଉଁ କାରିଗରଙ୍କ ଦ୍ୱାରା ଏହା ପ୍ରସ୍ତୁତ କରିଛି ସେସବୁର ମୌଖିକ ବିବରଣୀ ତସ୍କରଙ୍କ ପାଖରେ ହିଁ ରହିଥାଏ। ମୂଲ୍ୟ ହ୍ରାସ ଆଶଙ୍କା ଥିବାରୁ ଏସବୁ ତଥ୍ୟ ସଂଗ୍ରାହକଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଏ ନାହିଁ।
କ’ଣ କୁହେ ଆଇନ
ଭାରତରେ ଆଣ୍ଟିକ୍‌ ସାମଗ୍ରୀର ଚୋରା କାରବାର ରୋକିବା ଲାଗି ‘ଦି ଆଣ୍ଟିକ୍‌ ଆଣ୍ଡ ଆର୍ଟ ଟ୍ରେଜର ଆକ୍ଟ-୧୯୭୨’ ରହିଛି। ଧାତୁ ଓ ପଥର ନିର୍ମିତ ମୂର୍ତ୍ତି, କାଠନିର୍ମିତ ଭାସ୍କର୍ଯ୍ୟ କଳା, ପେଣ୍ଟିଂ, ଆଭୂଷଣ, କାଗଜ, କପଡ଼ା ଉପରେ ଅଙ୍କାଯାଇଥିବା ଚିତ୍ର, ଶତାଧିକ ବର୍ଷ ପୁରୁଣା ପାଣ୍ଡୁଲିପି ଚୋରାଚାଲାଣ ରୋକିବାକୁ ଏହି ଆଇନରେ ବ୍ୟବସ୍ଥା ରହିଛି। ଏଭଳି ପ୍ରାଚୀନ କଳାକୃତି ଯଦି କୌଣସି ସଂଗ୍ରାହକଙ୍କ ନିକଟରେ ଥାଏ ତେବେ ଏହାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ରେ ରେଜିଷ୍ଟର କରିବା ଆଇନରେ ଉଲ୍ଲେଖ କରିଛି। ଦେଶ ଭିତରେ ମଧ୍ୟ ଏପରି ସାମଗ୍ରୀର ବିକ୍ରି କିମ୍ବା ହସ୍ତାନ୍ତର କରିବାକୁ ହେଲେ ଲାଇସେନ୍ସ କରିବା ଜରୁରୀ। ଏହାର ଉଲ୍ଲଂଘନ ହେଲେ ଏହି ଆକ୍ଟ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ହେଲେ ଆଇନର କଡ଼ାକଡ଼ି ଅନୁପାଳନ ହେଉ ନ ଥିବାରୁ ଏହା ଗୁରୁତ୍ୱ ହରାଇଛି।
ଡାଟାବେସ୍‌ ନାହିଁ
ଭାରତରେ ପ୍ରାଚୀନ ସାମଗ୍ରୀ ସୁରକ୍ଷିତ ରଖିବା ଲାଗି କୌଣସି ଡାଟାବେସ୍‌ ନାହିଁ। ‘ନ୍ୟାଶନାଲ ମିଶନ ଫର୍‌ ମନ୍ୟୁମେଣ୍ଟ ଆଣ୍ଟିକ୍‌’ ଅନୁଯାୟୀ, ଦେଶରେ ଅତିକମ୍‌ରେ ୭ ମିଲିୟନ ପ୍ରାଚୀନ କଳାକୃତି ରହିଛି। ତନ୍ମଧ୍ୟରୁ କେବଳ ୧.୩ ମିଲିୟନ ଆଣ୍ଟିକ୍‌ ସାମଗ୍ରୀର ତଥ୍ୟାବଳୀ ସଂଗୃହୀତ ହୋଇପାରିଛି। କୌଣସି ସରକାର ଏହି କାର୍ଯ୍ୟକୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଅନେକ ଥର କମିଟି ଗଠନ ପରେ ବି ନିୟମ କଡ଼ାକଡ଼ି ହୋଇପାରୁନାହିଁ। ସାମୁଦ୍ରିକ ସୀମା ମୁକୁଳା ପଡ଼ିବା, କଡ଼ା ପାଟ୍ରୋଲିଂ ନ ହେବା ଏପରି ଆଣ୍ଟିକ୍‌ ସାମଗ୍ରୀ ଚାଲାଣକୁ ସୁଯୋଗ ଦେଉଛି। ସେହିପରି ଅନ୍ତର୍ଜାତୀୟ ସନ୍ଧି ଅନୁଯାୟୀ ଚୋରାଚାଲାଣ ହେବା ସତ୍ତ୍ୱେ ଏପରି କଳାକୃତିକୁ ଫେରିପାଇବା ବାଟ ଖୋଲାଥାଏ। ୧୯୭୦ରେ ୟୁନେସ୍କୋ ଚୁକ୍ତି ଅନୁଯାୟୀ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ତେବେ ଭାରତୀୟ କଳାକୃତିଗୁଡ଼ିକୁ ବିଦେଶୀମାନେ ଘରେ ରଖିଦେଉଥିବାରୁ ଏହାକୁ ଫେରସ୍ତ ପାଇବା ଏବଂ ଟ୍ରାକିଂ କରିବା କଷ୍ଟକର ବ୍ୟାପାର।
ଚର୍ଚ୍ଚିତ ତସ୍କର ସୁଭାଷ କପୁର
ମୂର୍ତ୍ତି ଚୋରା ବେପାରର ଏକ ଚର୍ଚ୍ଚିତ ନାମ ହେଉଛି ସୁଭାଷ କପୁର। ମ୍ୟାନ୍‌ହାଟାନ୍‌ରେ ଆର୍ଟ ଗ୍ୟାଲେରି ଜରିଆରେ ସେ ଭାରତର ଅନେକ ଦୁର୍ମୂଲ୍ୟ ମୂର୍ତ୍ତି ବିକ୍ରି କରିଦେଇଛନ୍ତି। ଏଥିରେ ୯୦୦ ବର୍ଷ ପୁରାତନ ଏକ ନଟରାଜ ମୂର୍ତ୍ତି ରହିଛି, ଯାହାର ମୂଲ୍ୟ ୫ ମିଲିୟନ ଡଲାର। ଏହାକୁ ସେ ଅଷ୍ଟ୍ରେଲିଆକୁ ବିକ୍ରି କରିଥିଲେ। ସେହିପରି ୧୧୦୦ ବର୍ଷ ପୁରୁଣା ଏକ ଶିବଙ୍କ ମୂର୍ତ୍ତିକୁ ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସରେ ବିକ୍ରି କରିଥିଲେ। ଆମେରିକୀୟ ଅଧିକାରୀଙ୍କ ଦ୍ୱାରା ଗିରଫ ହେବାବେଳକୁ ସୁଭାଷଙ୍କ ପାଖରେ ୧୦୭ ମିଲିୟନ ଡଲାରରୁ ଅଧିକ ଟଙ୍କାର ଭାରତୀୟ କଳାକୃତି ଥିଲା। ଏହା ଥିଲା ଆମେରିକାର ଇତିହାସରେ ସବୁଠାରୁ ବଡ଼ ମୂର୍ତ୍ତି ତସ୍କରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri