Posted inଖେଳ

ଇକୋର୍ସା, ଭୁବନେଶ୍ୱର ‘ଏ’ ବିଜୟୀ

ଭୁବନେଶ୍ୱର, ୨୭।୫,(କ୍ରୀଡ଼ା ପ୍ରତିନିଧି):କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୨ ଦିନିଆ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଆରମ୍ଭ ହୋଇଥିବା ୪ ମ୍ୟାଚରୁ ୨ଟିରୁ ଫଳାଫଳ ମିଳିଛି। ଏଥିରେ ଇକୋର୍ସା ଓ ଭୁବନେଶ୍ୱର ‘ଏ’ ଦଳ ବିଜୟୀ ହୋଇଛି। ମଳୟ ଜେନା ଓ ଅଙ୍କିତ ଯାଦବ ୫ ଉଇକେଟ ସଫଳତା ପାଇଥିବାବେଳେ ବିନାୟକ ସାହୁ (୧୬୨) ଶତକ ହାସଲ କରିଥିଲେ।
ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସା ୧୦ ଉଇକେଟରେ ସମ୍ବଲପୁରକୁ ପରାସ୍ତ କରିଛି। ସମ୍ବଲପୁର ଦଳ ୯୮ ରନକରି ଅଲ୍‌ଆଉଟ ହୋଇଥିଲା। ବିପକ୍ଷ ଦଳର ମଳୟ ଜେନା ଓ ଅଙ୍କିତ ଯାଦବ ୫ଟି ଲେଖାଏ ଉଇକେଟ ବାଣ୍ଟି ନେଇଥିଲେ। ବିଜୟ ଲକ୍ଷ୍ୟକୁ ଇକୋର୍ସା କୌଣସି ଉଇକେଟ ନ ହରାଇ ମାତ୍ର ୧୩.୩ ଓଭରରେ ହାସଲ କରି ନେଇଥିଲା। ସୁଜିତ ଲେଙ୍କା ୬୯ ଓ ଗିରିଜା ରାଉତ ୨୬ ରନରେ ଅପରାଜିତ ରହିଥିଲେ। ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ପଡ଼ିଆରେ ଭୁବନେଶ୍ୱର ‘ଏ’ ୧ ଉଇକେଟରେ ଢେଙ୍କାନାଳକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୪୪.୧ ଓଭରରେ ୧୫୩ ରନକରି ଅଲ୍‌ଆଉଟ ହୋଇଥିଲା। ଦଳ ପକ୍ଷରୁ କାହ୍ନା ଭୂତିଆ ୫୩ ଓ ମହମ୍ମଦ ସୁଲେମାନ ୫୦ ରନ କରିଥିଲେ। ପ୍ରତିପକ୍ଷ ଦଳର ମିନାଲ ପରିଡ଼ା ଓ ଅଂଶୁମାନ ବେଜ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ। ଭୁବନେଶ୍ୱର ‘ଏ’ ୪୦.୧ ଓଭରରେ ୯ ଉଇକେଟ ହରାଇ ୧୫୪ ରନ କରିଥିଲା। ଦଳ ପକ୍ଷରୁ ମାନସ ନାୟକ ସର୍ବାଧିକ ୪୨ ରନ କରିଥିଲେ। ଢେଙ୍କାନାଳର ବିକାଶ ରାଉତ ୩ଟି ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିଥିବା କଟକ-ଏ ୭୩.୩ ଓଭରରେ ୨୩୨ ରନକରି ଅଲ୍‌ଆଉଟ ହୋଇଥିଲା। ରାମଚନ୍ଦ୍ର ବେହେରା ୬୦ ଓ ସାଇଦୀପ ୫୨ ରନ କରିଥିଲେ। ବିପକ୍ଷ ଦଳର ପପୁ ରାୟ ଓ ନିରଞ୍ଜନ ଗୌଡ଼ା ୩ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦିବସ ଖେଳ ଶେଷ ବେଳକୁ ରେଷ୍ଟ ଅଫ୍‌ ଓଡ଼ିଶା-ସି ଦଳ ୧୪ ଓଭରରେ ୨ ଉଇକେଟ ହରାଇ ୬୭ ରନ କରିଛି। ଫଳରେ ଏହି ଦଳ ୮ ଉଇକେଟ ହାତରେ ଥାଇ ୧୬୫ ରନ ପଛରେ ରହିଛି। ଡ୍ରିମ୍ସ ପଡ଼ିଆରେ ଝାରସୁଗୁଡ଼ା ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରେଷ୍ଟ ଅଫ୍‌ ଓଡ଼ିଶା-ଡି ୯୦ ଓଭରରେ ୬ ଉଇକେଟ ହରାଇ ୩୭୯ ରନ କରିଛି। ଦଳ ପକ୍ଷରୁ ବିନାୟକ ସାହୁ ୧୬୨, କିଷାନ ରାଠ ୯୧ ଓ ଅମିତ ସାହୁ ୫୦ ରନ କରିଥିଲେ। ଝାରସୁଗୁଡ଼ା ପକ୍ଷରୁ ରାଜ କେ. ପଟେଲ ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?