Posted inଜାତୀୟ

ମାଗଣା ସୁବିଧାରୁ ଅର୍ଥନୀତି ଦୁର୍ବଳ

ନୂଆଦିଲ୍ଲୀ,୧୨।୮:ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ମାଗଣା ସୁବିଧାର ପ୍ରତିଶ୍ରୁତି ଦେବା ଓ ବଣ୍ଟନ କରିବା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭୋଟ ଆଶାରେ ଲୋକଙ୍କୁ ମାଗଣା ସୁବିଧା ଦେଉଥିବା ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା କରିବା ପାଇଁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ନିର୍ବାଚନୀ ଇସ୍ତାହାରଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯାଉ ଏବଂ ମାଗଣା ସୁବିଧା ପ୍ରଦାନ ଯୋଗୁ ହେଉଥିବା ଆର୍ଥତ୍କ କ୍ଷତି ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଉ ବୋଲି ଉପାଧ୍ୟାୟ ପିଟିଶନରେ ଅଦାଲତଙ୍କୁ ଅନୁରୋଧ କରିଥିଲେ।
ନିର୍ବାଚନ ପୂର୍ବରୁ ମାଗଣା ସୁବିଧା ଘୋଷଣାକୁ ନିୟନ୍ତ୍ରଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ସୁପ୍ର୍ରିମକୋର୍ଟ ନିଷ୍ପତ୍ତି ନେଇଥିବା ବେଳେ ନିର୍ବାଚନ କମିଶନ(ଇସି) ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଉକ୍ତ କମିଟିରେ ସାମିଲ ହେବାକୁ ଇସି ବିରୋଧ କରିଛି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ବିଶେଷଜ୍ଞ କମିଟିରେ ସାମିଲ ହେବା ଠିକ୍‌ ହୋଇ ନ ପାରେ। ବିଶେଷ କରି କମିଟିରେ ଯଦି ମନ୍ତ୍ରଣାଳୟ ଏବଂ ସରକାରୀ ସଂସ୍ଥାରୁ ସଦସ୍ୟ ରହୁଥାନ୍ତି, ତେବେ ସେଥିରେ ଇସି ସାମିଲ ହୋଇପାରିବ ନାହିଁ। ଏଭଳି ହେଲେ ନିର୍ବାଚନ ପରିଚାଳନା ପ୍ରଭାବିତ ହେବ ବୋଲି ଇସି ପକ୍ଷରୁ ଏକ ସତ୍ୟପାଠ ଜରିଆରେ ଜଣାଇ ଦିଆଯାଇଛି। ନିର୍ବାଚନ ବେଳେ ମାଗଣା ସୁବିଧା ପ୍ରଦାନ ଯୋଗୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ବିଭିନ୍ନ ରାଜ୍ୟ ଉପରେ ୫୯,୮୯,୩୬୦ କୋଟି ଟଙ୍କାର ଋଣ ବୋଝ ପଡ଼ିଛି। ସରକାରଙ୍କ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ପିଆଇଏଲ୍‌ ଆବେଦନକାରୀ ଅଦାଲତଙ୍କୁ କହିଛନ୍ତି। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଋଣ ପରିମାଣ ସର୍ବାଧିକ ୬,୬୨,୮୯୧ କୋଟି ଏବଂ ୫,୩୬,୮୯୧ କୋଟି ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟ ଜିଡିପି ଋଣ ଅନୁପାତରେ ପଞ୍ଜାବ ଆଗରେ ରହିଛି। ଏହାର ଋଣ ପରିମାଣ ୨,୪୯,୧୮୭ କୋଟି ହୋଇଥିବାବେଳେ ଋଣ ଜିଏସ୍‌ଡିପି ଅନୁପାତ ୫୩:୩ରେ ପହଞ୍ଚତ୍ଥିବା ଆବେଦନକାରୀ ଉପାଧ୍ୟାୟ ସିଜେଆଇଙ୍କ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri