ଆର୍ଥିକ ଅଭିବୃଦ୍ଧି ଆଶା ଉଜ୍ଜୀବିତ

ଯୋଡ଼ା,୨୦।୧୧(ଡି.ଏନ.ଏ): ପୂର୍ବରୁ ଲାଗୁ ହୋଇଥିବା ଲୁହାପଥର ରପ୍ତାନି କର ଯୋଗୁଁ ଦେଶରେ ରପ୍ତାନି କମିଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରପ୍ତାନି କରକୁ ହ୍ରାସ କରିଛନ୍ତି। ଶୁକ୍ରବାର ରାତିରେ କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କର ହ୍ରାସ ପରେ ଦେଶରେ ରୁଗ୍‌ଣ ହୋଇ ପଡ଼ିଥିବା ଶିଳ୍ପ ପୁନଃ ଚାଲିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଆର୍ଥିକ ଅଭିବୃଦ୍ଧିର ସମ୍ଭାବନା ମଧ୍ୟ ଉଜ୍ଜୀବିତ୍‌ ହୋଇଛି।
ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ ସୂଚନା ମୁତାବକ, ଶତକଡ଼ା ୫୮ ପ୍ରତିଶତ ଲୁହାପଥରର ମାନ (ଗ୍ରେଡ୍‌)ରୁ କମ୍‌ ଥିବା ଲୁହାପଥର ଲମ୍ପସ, ଫାଇନ୍ସ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ । ୫୮ପ୍ରତିଶତ ଓ ତଦୂଦ୍ଧର୍‌ବ ଥିବା ଗ୍ରେଡ୍‌ ଲୁହାପଥର ଉପରେ ଶତକଡ଼ା ୩୦ ପ୍ରତିଶତ ଲାଗୁ କରାଯାଇଛି। ସେହିପରି ପିଗ୍‌ ଆଇରନ, ଆଇରନ ଓର ପିଲେଟ, ଷ୍ଟିଲ୍‌ ପ୍ରଡକ୍ଟ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ। ଚଳିତ ବର୍ଷ ମେ ମାସଠାରୁ ଶତକଡ଼ା ୫୮ଗ୍ରେଡ୍‌ରୁ କମ୍‌ ଥିବା ଲୁହାପଥର ଉପରେ ଶତକଡ଼ା ୫୦ ପ୍ରତିଶତ ରପ୍ତାନି କର ଲାଗୁ କରାଯାଇଥିଲା। ଏହାଦ୍ବାରା ଭାରତରୁ ଲୁହାପଥର ରପ୍ତାନିରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ଏହା ଦ୍ୱାରା ଘରୋଇ ବଜାରରେ ଷ୍ଟିଲ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଥିଲା।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରେ ୧.୫ ମିଲିୟନ ଟନ୍‌ ରପ୍ତାନି ହୋଇଥିବା ବେଳେ ଚଳିତ ବର୍ଷ ୨୦୨୨ରେ ଏହା ହ୍ରାସ ପାଇ ୩ ଲକ୍ଷ ୬୦ ହଜାର ମେଟ୍ରିକ୍‌ ହୋଇଛି। ରପ୍ତାନି କର ବୃଦ୍ଧି ଯୋଗୁଁ ପିଲେଟ୍‌ ରପ୍ତାନି ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଦେଶରେ ପିଲେଟ୍‌ ଶିଳ୍ପ ସଙ୍କଟରେ ପଡ଼ିଥିଲା। ଅଧିକାଂଶ ପିଲେଟ କାରଖାନା ବନ୍ଦ ହେବାକୁ ବସିଥିଲା। ଶିଳ୍ପ ସଂଘଗୁଡ଼ିକ ରପ୍ତାନି କର ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରେ ଦାବି କରି ଆସୁଥିଲେ। ଲୁହାପଥରର ରପ୍ତାନି ହ୍ରାସ ପରେ ମୂଲ୍ୟ ଅହେତୁକ ଭାବେ ହ୍ରାସ ଘଟିଥିଲା। ଫଳରେ ସରକାରଙ୍କ ରାଜସ୍ବ ଆଦାୟ ଉପରେ ବ୍ୟାପକ ପ୍ରଭାବ ପଡ଼ିଥିଲା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବା ପରେ ବିଭିନ୍ନ ଖଣିରେ ଲୁହାପଥର କାରବାରକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୁହାପଥର ଗ୍ରେଡ୍‌କୁ ହେରଫେର କରି ଅଧିକ ଗ୍ରେଡ୍‌ର ଲୁହାପଥରକୁ ୫୮ପ୍ରତିଶତ ଗ୍ରେଡ୍‌ରୁ କମ୍‌ ଦର୍ଶାଇ ରପ୍ତାନି କରି ଅନିୟମିତତା କରିବାର ଆଶଙ୍କା ରହିଥିବା ଖଣି ବିଶାରଦମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri