ପରିବେଶ ଉପଯୋଗୀ ଅଭିବୃଦ୍ଧି

ପଲ୍‌ ଗ୍ରୁଏନ୍‌ଓ୍ବାଲ୍ଡ

ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କିତ ଗବେଷଣାର ଏକ ଦୀର୍ଘ ତଥା ଉଲ୍ଲେଖନୀୟ ଇତିହାସ ରହିଛି। କିନ୍ତୁ ଏବେ ସ୍ଥାୟୀ ପରିବେଶ ଉପଯୋଗୀ ଅଭିବୃଦ୍ଧିର ବିତର୍କ ଆରମ୍ଭ ହୋଇଛି। ଏହା ଅର୍ଥ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଜୋର୍‌ ଦେଇଛି। ନିର୍ଦ୍ଦିଷ୍ଟ ଭାବେ ଇଂଲଣ୍ଡ ସରକାରଙ୍କ ତତ୍ତ୍ୱାବଧାନରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପାର୍ଥ ଦାଶଗୁପ୍ତାଙ୍କ ଦ୍ୱାରା ଜୈବବିବିଧତା ଅର୍ଥନୀତି ଉପରେ ଗବେଷଣା କରିଛନ୍ତି। ତାଙ୍କ ରିପୋର୍ଟ ଅଭିବୃଦ୍ଧିର ପୂର୍ବ ଢାଞ୍ଚାର ଯୁକ୍ତିଯୁକ୍ତ ସମ୍ପ୍ରସାରଣ ବ୍ୟତୀତ ପୃଥିବୀ ପୃଷ୍ଟର ବିବର୍ତ୍ତନୀୟ ପରିବର୍ତ୍ତନକୁ ଉପସ୍ଥାପନ କରିଛି। ଏହା କେତେକଙ୍କୁ ହତୋତ୍ସାହିତ କରିପାରେ, କିନ୍ତୁ ଏହା ଅଭିବୃଦ୍ଧିକୁ ଅଧିକ ସ୍ଥାୟୀ ତଥା ପରିବେଶ ଉପଯୋଗୀ ପଥରେ ଆଗେଇନେବ। ଏଥିପାଇଁ ତାଙ୍କ ତଥ୍ୟ ଓ ବିଶ୍ଳେଷଣକୁ ଉପଯୋଗ କରିବା ନିମନ୍ତେ ଅନେକଙ୍କୁ ଏହା ବଡ ସୁଯୋଗ ଦେବ। ସଂକ୍ଷେପରେ ଅଭିବୃଦ୍ଧିର ନୂଆ ଅର୍ଥନୀତି କେବେ ବି ଅର୍ଥବ୍ୟବସ୍ଥାରେ ପରିବେଶକୁ ବାହାରେ ରଖିଛି। ଏହା ଉପରେ ଗୁରୁତ୍ୱ ପ୍ରଦାନ କରିନାହିଁ। ବରଂ ଅର୍ଥବ୍ୟବସ୍ଥା ପରିବେଶ ମଧ୍ୟରେ ଏକ ପ୍ରମୁଖ ଅଂଶ ଭାବେ ରହିଛି ଏବଂ ଆମେ ଯେତେଦିନ ଧରି ଠିକ୍‌ ଭାବେ ପ୍ରକୃତିର ପରିଚାଳନା କରିବା ସେତେଦିନ ଯାଏ ଅର୍ଥବ୍ୟବସ୍ଥାରେ ସ୍ଥାୟୀ ଅଭିବୃଦ୍ଧି ଓ ସମୃଦ୍ଧି ସମ୍ଭବ ହୋଇପାରିବ। କିନ୍ତୁ ଆମେ ସୁବିଧା ଲାଗି ପରିବେଶରେ ଉପଲବ୍ଧ ସଂସାଧନର ଅପବ୍ୟବହାର କରୁଛେ। ମନେରଖିବାକୁ ହେବ ଯେ,ଏଭଳି ଏକ ସମୟ ଆସିବ ଯେତେବେଳେ କି ଏଭଳି କ୍ଷତିର ପ୍ରଭାବକୁ ରୋକିହେବନାହିଁ। ପରେ ଆଉ କେବେ ବି ଏହାକୁ ସମ୍ଭାଳି ହେବ ନାହିଁ କି ସୁଧାରି ହେବ ନାହିଁ। ଏଣୁ ଅଭିବୃଦ୍ଧି ସମ୍ପର୍କରେ ଏକ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଚାର କରାଯିବା ଦରକାର।
ବୃହତ୍‌ ଅଭିବୃଦ୍ଧି ଏବେ ଭଲ ନୁହେଁ। ବରଂ ବର୍ତ୍ତମାନ ପରିସ୍ଥିତିରେ ସ୍ଥାୟୀ ସବୁଜ ଅଭିବୃଦ୍ଧି ଭଲ। ପୂର୍ବ ଅଭିବୃଦ୍ଧି ଢାଞ୍ଚାଗୁଡ଼ିକ ଲୋକ ଓ ପାଖରେ ଥିବା ପୁଞ୍ଜିର ଉପଯୋଗ ଏବଂ ତାହାର ବୃଦ୍ଧି ଉପରେ ଗୁରୁତ୍ୱ ଦେଉଥିଲା। ଏଥିପାଇଁ ଶିକ୍ଷା ଏବଂ ପ୍ରଶିକ୍ଷଣ, କମ୍ପାନୀ, ଉପକରଣ ଓ ଭିତ୍ତିଭୂମିରେ ନିବେଶ ଏକ ଭଲ ମାଧ୍ୟମ ବୋଲି ବିବେଚନା କରାଯାଉଥିଲା, କାରଣ ଏଗୁଡ଼ିକ ଅର୍ଥବ୍ୟବସ୍ଥାକୁ ବଢାଉଥିଲେ। ପ୍ରଯୁକ୍ତିଗତ ନୂତନ ପଦ୍ଧତି ମାଧ୍ୟମରେ ଏହି ସବୁ ବିଷୟଗୁଡ଼ିକୁ ଅଧିକ ପ୍ରଭାବୀ ଢଙ୍ଗରେ ଯୋଡ଼ିବା ଦ୍ୱାରା ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଆଣିବା ଅଧିକ ଉପଯୋଗୀ ବୋଲି ଦେଖାଗଲା। କିନ୍ତୁ ସମସ୍ୟା ଥିଲା, ଏହିସବୁ ମଡେଲ ବା ଢାଞ୍ଚା କେବେ ବି ପରିବେଶ କିମ୍ବା ପ୍ରକୃତି ପୁଞ୍ଜିକୁ ସ୍ପଷ୍ଟ ଭାବେ ବିଚାରକୁ ନେଲା ନାହିଁ।
କେତେକ ଅନୁଧ୍ୟାନ ମଧ୍ୟ ଏହି ଦୃଷ୍ଟିକୋଣର ବିପରୀତ ପରିଣାମକୁ ପ୍ରକାଶ କରିଛି। ଦାଶଗୁପ୍ତାଙ୍କ ରିପୋର୍ଟ ମୁତାବକ, ୧୯୯୨ରୁ ୨୦୧୪ ମଧ୍ୟରେ ବିଶ୍ୱ ସ୍ତରରେ ମୁଣ୍ଡପିଛା ପୁଞ୍ଜି ମୋଟ ଉପରେ ଦୁଇଗୁଣ ବୃଦ୍ଧି ପାଇଥିଲାବେଳେ ମୁଣ୍ଡପିଛା ମାନବ ପୁଞ୍ଜି ୧୩% ବଢିଥିଲା। କିନ୍ତୁ ମୁଣ୍ଡପିଚ୍ଛା ପ୍ରାକୃତିକ ପୁଞ୍ଜି ୪୦% ହ୍ରାସ ପାଇଥିଲା। ନିର୍ଦ୍ଦିଷ୍ଟ ଭାବେ ଯଦି ପରିବେଶ ଅପରିବର୍ତ୍ତନୀୟ ପରିସ୍ଥିତିର ସାମ୍ନା କରୁଥାଏ ତେବେ ଅଭିବୃଦ୍ଧିକୁ ସ୍ପଷ୍ଟ ଭାବେ ସ୍ଥାୟୀ କି ପରିବେଶ ଉପଯୋଗୀ ନୁହେଁ ବୋଲି କୁହାଯିବ।
ମୁଖ୍ୟତଃ ମାର୍କେଟ ପ୍ରାଇସ୍‌ ବା ବଜାର ମୂଲ୍ୟ ନେଗେଟିଭ ଏକ୍ସଟରନାଲିଟି ବା ଆର୍ଥିକ କାର୍ଯ୍ୟକଳାପର ବଜାର ପ୍ରକ୍ରିୟା ବାହାରେ ରହିଥିବା ନକାରାମତ୍କ ପରିବେଶଗତ ପ୍ରଭାବଗୁଡ଼ିକୁ ଆୟତ୍ତ ନ କରିବା ଯୋଗୁ ଅଭିବୃଦ୍ଧି ଅସ୍ଥାୟୀ ହେଉଛି ଓ ସେହି ହାରରେ ଆଗେଇ ପାରୁନାହିଁ। ପ୍ରାଇସ୍‌ ସିଗ୍‌ନାଲ ବା ମୂଲ୍ୟ ବ୍ୟବସ୍ଥା ସମ୍ପର୍କିତ ସୂଚନା ( ଉପତ୍ାଦର ଯୋଗାଣ ପରିମାଣ କିମ୍ବା ଗୁଣବତ୍ତାର ହ୍ରାସ ବା ବୃଦ୍ଧି କରିବାକୁ ଯୋଗାଇଦେଉଥିବା ସୂଚନା)କୁ ଅନୁସରଣ କରୁଥିବା ସଂସାଧନ ଆବଣ୍ଟନ ପରିବେଶଗତ କ୍ଷତି ପାଇଁ ବାଟ କଢ଼ାଇ ନେଉଛି। ମୋଟ ଉପରେ ପାରମ୍ପରିକ ଜିଡିପି ପ୍ରାପ୍ତ ମୁଣ୍ଡପିଛା ଉପତ୍ାଦନ ବୃଦ୍ଧିକୁ ଜୀବନଶୈଳୀରେ ବିକାଶ ବୋଲି ମୂଲ୍ୟାୟନ କରେ। ସୀମିତ ବିଚାରରେ ଏହା ସତ୍ୟ ହୋଇପାରେ। ପରିବେଶ ପାଇଁ ଏକ ସମନ୍ବିତ ବିତ୍ତୀୟ ସ୍ଥିତି କିମ୍ବା ପରିବଶେଗତ କ୍ଷତି ଲାଗି ଜିଡିପିକୁ ସମାୟୋଜିତ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ପଦ୍ଧତି ରହୁନାହିଁ। ଅନେକ ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକ ବଜାର ପ୍ରକ୍ରିୟା ବାହାରେ ରହୁଥିବା ନକାରାମତ୍କ ପରିବେଶଗତ ପ୍ରଭାବକୁ ଅଣଦେଖା କରୁଛନ୍ତି।
ଏକ ଅଧିତ୍କ ସ୍ଥାୟୀ ଓ ପରିବେଶ ଉପଯୋଗୀ ଅଭିବୃଦ୍ଧି ସୃଷ୍ଟି କରିବା ପାଇଁ ଉପତ୍ାଦ ଉପରେ ଟ୍ୟାକ୍ସ ବା କର ଲଗାଇବାର ପୋଥିଗତ ଉପାୟ ପରିବେଶ ଲାଗି କ୍ଷତିକାରକ। ପରିବେଶ ଉପଯୋଗୀ ଅଭିବୃଦ୍ଧି ଲାଗି ସବୁଠୁ ସହଜ ବାଟ ହେଉଛି କାର୍ବନ ଟ୍ୟାକ୍ସ। ଏହି ଟ୍ୟାକ୍ସ ପରିମାଣ ଆର୍ଥିକ କାର୍ଯ୍ୟକଳାପରୁ ସୃଷ୍ଟି ପରିବେଶଗତ ପ୍ରଭାବ ସମେତ ସାମାଜିକ ମୂୂଲ୍ୟର ଘରୋଇ ମୂଲ୍ୟକୁ ବୃଦ୍ଧି କରିବା ଉଚିତ। ତା’ପରେ ଏହି ବିକଶିତ ମାର୍କେଟ ସିଗ୍‌ନାଲ ବା ବ୍ୟବସ୍ଥା ଅଧିକ ସ୍ଥାୟୀ ପଦ୍ଧତିରେ ସଂସାଧନ ଆବଣ୍ଟନକୁ ସାହାଯ୍ୟ କରିବ। କେବଳ ପ୍ରାଇସ୍‌ ଟେକର୍‌ ହୋଇ ଘରୋଇ କ୍ଷେତ୍ର ପରିବେଶ ଉପଯୋଗୀ ବା ସବୁଜ ପରିବର୍ତ୍ତନ ଦିଗରେ ଆଗକୁ ଯାଇ ପାରିବେ ଓ ପରିବେଶଗତ ପ୍ରଭାବକୁ ଅନୁଭବ କରି ତାହାକୁ ସୁଧାରିବା ପାଇଁ ସକ୍ରିୟ ଭୂମିିକା ନେଇ ପାରିବେ। ଏବେ ସ୍ବାୟତ୍ତ ଧନ ପାଣ୍ଠି,ବିଶ୍ୱବିଦ୍ୟାଳୟ ଦାନ ଏବଂ ବୀମା ଓ ପେନ୍‌ସନ ପାଣ୍ଠିଗୁଡ଼ିକ ସ୍ଥାୟୀ ଓ ପରିବେଶ ଉପଯୋଗୀ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଚାହଁୁଛନ୍ତି। ବର୍ତ୍ତମାନ ନିବେଶକୁ ପଥ ପ୍ରଦର୍ଶନ କରିବା ଲାଗି ପରିବେଶଗତ, ସାମାଜିକ ଏବଂ ଶାସକୀୟ ସିଦ୍ଧାନ୍ତଗୁଡ଼ିକ ସହ ଅନ୍ୟ ସବୁଜ ବିତ୍ତୀୟ ସାଧନ ଅଧିକ ଉପଲବ୍ଧ ହେଉଛି। ବଜାର କ୍ଷେତ୍ର ମଧ୍ୟ ଚଳିତ ବର୍ଷ ଛାରଖାର ହୋଇଯାଇଛି। ଏହାକୁ ଅନୁକୂଳ କରିବା ପାଇଁ ବହୁତ କିଛି କରିବାକୁ ପଡ଼ିବ ଓ ଲଗାତର ଠିକ୍‌ ଭାବେ ଏହାର ପରିଣାମ ସନ୍ଧାନ କରିବାକୁ ହେବ।
ଏକ ସମୃଦ୍ଧ ପରିବେଶ ଉପଯୋଗୀ ବିଶ୍ୱ ବିକାଶର ମୂଳ ଲକ୍ଷ୍ୟ ହେଉଛି ଗଚ୍ଛିତ ପ୍ରାକୃତିକ ପୁଞ୍ଜିର ସୁପରିଚାଳନା କରି ଅର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା। କିନ୍ତୁ ଏହା ନକାରାମତ୍କ ଧାରାରେ ରହିଛି। ଉଦାହରଣ ସ୍ବରୂପ, ଏବେ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଲାଭ ନାହିଁ। ପାରମ୍ପରିକ ଅଭିବୃଦ୍ଧି ଢାଞ୍ଚାରେ ଅଧିତ୍ତ୍କ ଉପତ୍ାଦନ ଲାଗି ଅଧିକ ଶ୍ରମିକ ଲୋଡା। କିନ୍ତୁ ଏକ ପରିବେଶ ଉପଯୋଗୀ ତଥା ସ୍ଥାୟୀ ଅଭିବୃଦ୍ଧିର ବିଶ୍ୱରେ କମ୍‌ ପ୍ରାକୃତିକ ପୁଞ୍ଜିରେ ଅଧିକ ଉପତ୍ାଦନ ସମ୍ଭବ । ଏହାର ନିଷ୍କର୍ଷ ହେଉଛି,ଲୋକସଂଖ୍ୟା କମିବା ନିଶ୍ଚିତ ଭାବେ ଉତ୍ତମ। ଏଣୁ ଜାପାନ ଏବଂ ୟୁରୋପ ନିରାଶ ଦେବା ଦରକାର ନାହିଁ। ସେମାନେ କମ୍‌ ଲୋକରେ ପ୍ରାକୃତିକ ପୁଞ୍ଜିରୁ ଅଭିବୃଦ୍ଧି କ୍ଷେତ୍ରରେ ଲାଭ ପାଇବେ। ଶୀଘ୍ର ନିବେଶ କରି ବିତ୍ତୀୟ ନିୟନ୍ତ୍ରଣ କରିବା ଏକ ଆଗୁଆ ଅର୍ଥବ୍ୟବସ୍ଥା ଢାଞ୍ଚାଭାବେ ବିବେଚନା କରାଯାଏ, କିନ୍ତୁ ଏଥିରେ ଅଭିବୃଦ୍ଧି ଆଶାଜନକ ହେବ ନାହିଁ। ଯଦି ଗଚ୍ଛିତ ସ୍ବଚ୍ଛ ପୁଞ୍ଜି ନ ବଢା ନ ଯାଏ ଓ ପରବେଶଗତ ପ୍ରଭାବ କମ୍‌ ନ କରାଯାଏ, ତେବେ ସବୁଜ ଅଭିବୃଦ୍ଧି ହାସଲ କରିବା ସମ୍ଭବ ହେବ ନାହିଁ। କିନ୍ତୁ ଦେଖାଯାଉଛି ପ୍ରଯୁକ୍ତି ନିଜେ ଏଥିତ୍ରୁ ଦୂରେଇ ରହିଛି । ଏକ ପରିବେଶ ଉପଯୋଗୀ ବିଶ୍ୱରେ ପ୍ରଯୁକ୍ତି ଆର୍ଥିକ କାର୍ଯ୍ୟକଳାପର ପରିବେଶଗତ ପ୍ରଭାବ କମ୍‌ କରିବା ଆବଶ୍ୟକ। ହେଲେ ଏବେ ବୃଦ୍ଧି ପାଉଥିତ୍ବା ନୂଆ ପ୍ରଯୁକ୍ତି ଏହାକୁ ଗ୍ରହଣ କରିବାର ସମ୍ଭାବନା ଦେଖାଯାଉନାହିଁ। ଅଭିବୃଦ୍ଧି ବଢାଇବା ଲାଗି ଦେଶଗୁଡ଼ିକ ପ୍ରଯୁକ୍ତିଗତ ପରିବର୍ତ୍ତନ କରିବା ଦରକାର, କିନ୍ତୁ ପରିବେଶଗତ କାର୍ଯ୍ୟଦକ୍ଷତାରେ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଉଚିତ।
ଅଭିବୃଦ୍ଧିର ଆହ୍ବାନକୁ ଦୋହରାଇବା କିମ୍ବା ନୂଆରୂପ ଦେବା ଅର୍ଥ ଏ ସଂକ୍ରାନ୍ତୀୟ ସୁଯୋଗ ଓ ନୀତିଗୁଡ଼ିକୁ ପରିବର୍ତ୍ତନ କରିବା। ଏବେ ସୁଦ୍ଧା ଦେଶଗୁଡ଼ିକ ଲାଗି ଅଭିବୃଦ୍ଧି , ବାଣିଜ୍ୟ, ନୂଆ ପରିବର୍ତ୍ତନ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୂଲ୍ୟବୋଧଭିତ୍ତିକ ଶୃଙ୍ଖଳକୁ ତ୍ୱରାନ୍ବିତ କରିବାକୁ ସୁଯୋଗ ରହିଛି। କିନ୍ତୁ ଅର୍ଥବ୍ୟବସ୍ଥା ପ୍ରକୃତି ବା ପରିବେଶ ସହ ରହିଛି, ଏହା ବାହାରେ ନୁହେଁ ବୋଲି ସେମାନେ ଅନୁଭବ କରିବା ଆବଶ୍ୟକ।
ଗ୍ଲୋବାଲ୍‌ ଚିଫ୍‌ ଇକୋନୋମିଷ୍ଟ,
ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ୍‌ ରେଟିଂ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri