ପରିବେଶ ଅନୁକୂଳ ଅନ୍ତିମ ସଂସ୍କାର

ମାନେକା ଗାନ୍ଧୀ

ଯେଉଁଦିନ କୋଭିଡ୍‌ ଟେଷ୍ଟିଂ ଟିମ୍‌ ମୋର ପଜିଟିଭ୍‌ ଥିବା ଘୋଷଣା କଲା, ଠିକ୍‌ ତା’ପରେ ମୋତେ ମୃତ୍ୟୁ ଚିନ୍ତା ଘାରିଲା। ମୋ ଜାଣିବାରେ ଅନେକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି। ଦୁଇ ଜଣ କୋଭିଡ୍‌-୧୯ରେ ପୀଡ଼ିତଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ମୁଁ ଫୋନ୍‌ କଲାବେଳେ ତାଙ୍କ ଜୀବନ ବି ଚାଲିଗଲା। ଆଉ ଜଣଙ୍କ ପାଇଁ ହସ୍ପିଟାଲ ମାଲିକଙ୍କୁ ନେହୁରା ହେବା ପରେ ତାଙ୍କୁ ଆଡ୍‌ମିଶନ କରାଯାଇଥିଲା। ଦେଖିତ୍ତ୍ବାକୁ ଗଲେ ପ୍ରତ୍ୟେକ ଦିନ ସକାଳେ ମୋର ଜଣେ ପରିଚିତ ସ୍ମୃତି ପାଲଟି ଯାଉଛନ୍ତି। ଏଣୁ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ମୁଁ ମୋ ଶରୀର ସହ କ’ଣ କରିବି ବୋଲି ଭାବୁଥିତ୍ଲି। ଯଦି ମୋର କୋଭିଡ୍‌ ଯୋଗୁ ମୃତ୍ୟୁ ଘଟେ,ତେବେ ଅଧିକ କିଛି କରାଯାଇପାରିବ ନାହିଁ। ସେମାନେ ଆସିବେ ଏବଂ ମୋ ମୃତଦେହକୁ ନେଇ ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ପୋଡାହେବାକୁ ଥିବା ଶବଗଦାକୁ ଫିଙ୍ଗିଦେବେ । କିନ୍ତୁ ମୁଁ ଜଳିବାକୁ ଚାହେଁ ନାହଁି। ମୁଁ ଅଭିନେତା ଲ୍ୟୁକ୍‌ ପେରୀଙ୍କ ଭଳି ଯିବାକୁ ଚାହେଁ। ମୋ ବଗିଚାରେ ମୋତେ ପୋତି ଦେବା ଲାଗି ବହୁ ବର୍ଷ ହେବ ମୋ ପରିବାର ନିକଟରେ ମଁୁ ଦାବି ରଖିଆସୁଛି। ମୋ ବଗିଚା ଏ ପୃଥିବୀର ଏକ ଅଂଶ । ଏହାକୁ ମୁଁ ଏକ ଚମକତ୍ାର ଜଙ୍ଗଲରେ ପରିଣତ କରିଛି ,ଯେଉଁଠି ରାଜୁତି କରୁଛି ନୀରବତା । ପ୍ରତିଦିନ ସକାଳେ ମୁଁ ଉଠି ଝରକା ଖୋଲି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରେ। ଦିନ ରାତି ମୁଁ ହଜାର ହଜାର ପକ୍ଷୀଙ୍କ ବ୍ୟସ୍ତତାକୁ ନିରୀକ୍ଷଣ କରେ। ଋତୁ ପରିବର୍ତ୍ତନ ଧାରାରେ ଗଛର ଫଳଧାରଣକୁ ବି ସେଠାରେ ଲକ୍ଷ୍ୟ କରେ। ମୁଁ ଏହି ଜଙ୍ଗଲରେ ସମାଧି ନେବାକୁ ଚାହେଁ। ଏହି ଭୂସ୍ବର୍ଗକୁ ମଁୁ ଗଢିଛି, ଯେଉଁଠି ସବୁ ଗଛ ବଞ୍ଚିଛି । ମୁଁ ସଂଲେପିତ ହେବାକୁ ଚାହେଁନି। ମୁଁ ମଧ୍ୟ ଭୟଙ୍କର ତଥା କଳାଧୂଆଁପୂର୍ଣ୍ଣ ସରକାରୀ ଶବହାହ ଗୃହରେ ଦାହ ହେବାକୁ ଇଚ୍ଛା କରେ ନାହିଁ। ମୁଁ ଯଦି ଜାଣିବି ଯେ, ମୋତେ କାଠରେ ପୋଡ଼ାଯିବ ତେବେ ମୁଁ ଅତ୍ୟଧିକ ଲଜ୍ଜିତ ହେବି। କିନ୍ତୁ ମୁଁ କେମିତି କବରନେବି? ଏକ ପୁରୁଣା ଧଳା ଚାଦର ଗୁଡାଇ ହୋଇ ଲୁଣ ଭିତରେ ରହି କବର ନେବାକୁ ଚାହେଁ ନାହିଁ। ମୁଁ ଅଭିନେତା ଲ୍ୟୁକ୍‌ ପେରୀଙ୍କ ଭଳି କବର ନେବାକୁ ଚାହେଁ। ପେରୀଙ୍କର ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପୂର୍ବରୁ ମୁଁ ତାଙ୍କୁ କେବେ ବି ଜାଣି ନ ଥିଲି। କିନ୍ତୁ ତାଙ୍କ କବର ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହେଲି। ସେ ତାଙ୍କ ଫାର୍ମରେ କବର ନେଲେ। ପ୍ରାକୃତିକ ଉପାୟରେ ଶୀଘ୍ର ବିଘଟନ ହେବା ଭଳି ମସ୍‌ରୁମରୁ ପ୍ରସ୍ତୁତ ପୋଷାକ ପିନ୍ଧାଯାଇ ଓ ମାଇସେଲିୟମ(କବକଜାଲ)ରେ ନିର୍ମିତ କଫିନ୍‌ରେ ତାଙ୍କୁ ରଖାଯାଇ କବର ଦିଆଯାଇଥିଲା। ଏହା ବିଷାକ୍ତ ମାଟିକୁ ପ୍ରଦୂଷିତ ହେବାକୁ ଦିଏ ନାହିଁ , ବରଂ ଉର୍ବରତା ବୃଦ୍ଧିିକରେ। ଏହି କବର ପଦ୍ଧତି ବିଷାକ୍ତ ଉପାଦାନକୁ ନିଷ୍ପ୍ରଭ କରିବା ସହ ଗଛକୁ ବଢ଼ିିବାରେ ସାହାଯ୍ୟ କରିଥାଏ।
ମସ୍‌ରୁମ୍‌ ବା ଫଙ୍ଗସ୍‌ରୁ ପ୍ରସ୍ତୁତ ପୋଷାକ ଏବଂ ମାଇସେଲିୟମ କଫିନ ଆମେରିକାର କୋଇଓ ଡଟ୍‌ କମ୍‌ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। ମୃତଦେହକୁ ପିନ୍ଧାଯାଉଥିବା ଜୈବିକ ସୂତାର ପୋଷାକ ଫଙ୍ଗସ୍‌ର ମାଇସେଲିୟମ ଏବଂ ଅନ୍ୟ ଅଣୁଜୀବୀଙ୍କ ଜୈବ ମିଶ୍ରଣରୁ ପ୍ରସ୍ତୁତ କରାଯାଇଥାଏ। ଏହା ସହଜରେ ବିଘଟିତ ହେବା ସହ ମୃତ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ ଏବଂ ନ୍ୟୁଣ୍ଟ୍ରିଣ୍ଟ ଉଦ୍ଭିଦ ଜୀବନକୁ ପରିବର୍ତ୍ତିତ ହୋଇଯାଏ। ମୋଟ ଉପରେ ମୃତ ଦେହଟି ଏକ ଜୀବନ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଇନ୍‌ଷ୍ଟାଗ୍ରାମ୍‌ରେ ଲ୍ୟୁକ୍‌ଙ୍କ ଝିଅ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପିତା ଏହି କବର ପଦ୍ଧତିର ସନ୍ଧାନ କରିଥିଲେ ଓ ଏଥିପ୍ରତି ସେ ସବୁବେଳେ ଅଧିକ ଆଗ୍ରହୀ ବି ଥିଲେ। ମୃତ୍ୟୁ ପରେ ତାଙ୍କ ପିତା ଏହି ପୋଷାକ ପିନ୍ଧି କବର ନେଇଥିଲେ ଓ ଏହା ମଧ୍ୟ ତାଙ୍କର ଶେଷ ଇଚ୍ଛା ଥିଲା। ଏ ସୁନ୍ଦର ପୃଥିବୀ ପାଇଁ ବାସ୍ତବରେ ଏଗୁଡ଼ିକ ସବୁଠୁ ସୁନ୍ଦର ଜିନିଷ ଏବଂ ଏ ବିଷୟରେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ବୋଲି ସେ କହିଥିଲେ। ଏଭଳି କବର ଦେବାର ଯୋଜନା ବା ଚିନ୍ତାଧାରା ଡଚ୍‌ ଗବେଷକ ବବ୍‌ ହେନ୍‌ଡ୍ରିକ୍ସ ଲୋକଲୋଚନକୁ ଆଣିଥିଲେ। ତାଙ୍କ କମ୍ପାନୀ ‘ଲୁପ୍‌’ରେ ଏହାକୁ ସେ ଲିଭିଂ କୋକୁନ୍‌ ବା ଜୀବିତ କୋଷ ବୋଲି କହନ୍ତି ଓ ଏହା ମାଇସେଲିୟମରେ ନିର୍ମିତ। ମାଇସେଲିୟମ ଫଙ୍ଗସ୍‌ରୁ ମିଳୁଥିବା ଏକ ସୂତା ସଦୃଶ ପଦାର୍ଥ। ପ୍ରାକୃତିକ ଉପାୟରେ ମୃତଦେହ ବିଘଟନ ପ୍ରକ୍ରିୟାକୁ ଗତିଶୀଳ କରିବା ଏହାର ଉଦ୍ଦେଶ୍ୟ। ଏହା କବର ଚତୁର୍ପାଶ୍ୱ ମାଟିର ଉର୍ବରତା ବୃଦ୍ଧି କରୁଥିବାବେଳେ ମୃତଦେହ କଫିନ୍‌ ବା କଣ୍ଟେନର ମଧ୍ୟରେ ଧୀରେ ଧୀରେ ବିଘଟିତ ହୋଇ ମାଟି ହୋଇଯାଏ। ଲିଭିଂ କୋକୁନ୍‌ ଫଙ୍ଗାଲ ମାଇସେଲିୟମକୁ ଏକ ପ୍ରକାର ଜୈବିକ ପଦାର୍ଥ ସହ ମିଶାଇ ପ୍ରସ୍ତୁତ କରାଯାଏ ଏବଂ ଏହାକୁ କବର ମଧ୍ୟରେ ରଖାଯାଏ। ମାଇସେଲିୟମ ଧୀରେ ଧୀରେ ବୃଦ୍ଧି ପାଇ କବର ଭିତରେ ଭର୍ତ୍ତି ହୋଇ କଫିନ ଆକାର ଭଳି ହୋଇଯାଏ। ଏହି ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ପ୍ରାକୃତିକ ଉପାୟରେ ସଂଗଠିତ ହୋଇଥାଏ। ଏଥିପାଇଁ ଉତ୍ତାପ, ଆଲୋକ କିମ୍ବା ଶକ୍ତିର ଆବଶ୍ୟକତା ପଡ଼ିି ନ ଥାଏ। ମୃତଦେହ ଓ କଫିନ ମାଟିରେ ପରିଣତ ହୋଇଯାଉଥିବାରୁ ଏହା ଭାରୀ ଧାତୁ, ପେଟ୍ରୋଲିୟମ ଆଧାରିତ ଇନ୍ଧନ, ଫାର୍ମାସ୍ୟୁଟିକାଲ୍‌ସ, କୀଟନାଶକ, ତୃଣନାଶକ ଆଦି ବିଷାକ୍ତ ପଦାର୍ଥକୁ ଦୂର କରିଦିଏ। ହେନ୍‌ଣ୍ଡ୍ରିକ୍ସଙ୍କ ମତରେ, ମାଇସେଲିୟମର ପରିବର୍ତ୍ତନଶୀଳ କ୍ଷମତାକୁ ଉପଯୋଗ କରି ମୃତ ଶରୀରକୁ ଜୀବନଚକ୍ରର ନିକଟତର କରାଯାଉଛି। ତାଙ୍କ କାର୍ଯ୍ୟ କେବଳ ପରାସେଟିକ୍‌ ବା ପରାଶ୍ରୟୀ ନୁହେଁ କି ଅଦୂରଦର୍ଶୀ ନୁହେଁ। ଲିଭିଂ କୋକୁନ ଲୋକଙ୍କ ମୃତଦେହକୁ ମାଟିରେ ପରିଣତ କରି ପରିବେଶ ସହ ଯୋଡ଼ିଦିଏ। ଏହା ମାଟିକୁ ପ୍ରଦୂଷଣ କରେ ନାହିଁ, ବରଂ ତାହାର ଉର୍ବରତା ବୃଦ୍ଧି କରେ । ସେ ମଧ୍ୟ କହନ୍ତି, ଭବିଷ୍ୟତରେ ଏହି ପ୍ରକ୍ରିୟାରେ କିଭଳି ଆମ ମୃତ ଶରୀରଗୁଡ଼ିକୁ ନ୍ୟୁଣ୍ଟ୍ରିଣ୍ଟ ଭାବେ ଉପଯୋଗ କରି ପ୍ରଦୂଷିତ ଅଞ୍ଚଳକୁ ଉର୍ବର ମାଟିରେ ପରିଣତ କରି ପାରିବ, ସେ ସମ୍ପର୍କରେ ମ୍ୟୁନିସିପାଲିଟିକୁ ଅବଗତ କରାଇବାକୁ ପଡିବ । ଏ କ୍ଷେତ୍ରରେ ଏହି ପ୍ରକ୍ରୟା ବେଶ୍‌ ସହାୟକ ମଧ୍ୟ ହୋଇପାରିବ।
ମୃତଦେହ ପୃଥିବୀର ମଧ୍ୟ କ୍ଷତି କରିପାରେ। କେତେକ ସମ୍ପ୍ରଦାୟରେ କବର ପୂର୍ବରୁ ମୃତଦେହ ଉପରେ କେମିକାଲ ପ୍ରଲେପ ଦିଆଯାଏ। ଏହାଦ୍ୱାରା ମୃତଦେହ ଶୋଇ ରହିବା ଭଳି ଦେଖାଯାଏ। କର୍ନେଲ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗେବଷଣାରୁ ଜଣାପଡ଼ିଛି ଯେ, କେବଳ ଆମେରିକାରେ କବର ଦେବାରେ ବର୍ଷକୁ ପାଖାପାଖି ୪.୩ ମିଲିୟନ ଗ୍ୟାଲନ ତରଳ ପ୍ରଲେପ ବ୍ୟବହାର କରାଯାଏ। ଏଥିରେ ୮୨୭,୦୬୦ ଗ୍ୟାଲନ ଫର୍ମାଲ୍‌ଡିହାଇଡ, ମିଥାନଲ, ବେଞ୍ଜିନ, ଗ୍ୟୁଟାରାଲ ଡିହାଇଡ୍‌ ଏବଂ ଫେନଲ୍‌ ମଧ୍ୟ ଉପଯୋଗ ହୋଇଥାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଆମେରିକାରେ ମୃତ ଶରୀରକୁ ଏକ ବ୍ୟୟବହୁଳ କଫିନ୍‌ରେ ରଖାଯାଉଛିି। ଏଗୁଡ଼ିକରେ ୨ ମିଲିୟନ ବୋର୍ଡ ଫୁଟ୍‌ କଠିନ କାଠ, ୧୭,୦୦୦ ଟନ୍‌ କପର ଏବଂ ବ୍ରୋଞ୍ଜ, ୬୪,୫୦୦ ଟନ୍‌ ଷ୍ଟିଲ ଲିଚେସ୍‌ ଆଇରନ, ସୀସା, ଜିଙ୍କ୍‌ ଓ କୋବାଲ୍‌ଟ ବ୍ୟବହାର ହେଉଛି, ଯାହା ସହଜରେ ପରିବେଶରେ ମିଶୁଛି। ହଜାର ହଜାର ଟନ୍‌ ବିଷାକ୍ତ ପ୍ଲାଷ୍ଟିକ ମଧ୍ୟ କବର ପ୍ରକ୍ରିୟାରେ ଲାଗୁଛି। ଫ୍ୟୁନେରାଲ ଇଣ୍ଡଷ୍ଟ୍ରି ବା ଅନ୍ତିମ ସଂସ୍କାର ସହ ଜଡିତ ଶିଳ୍ପରୁ ଆୟ ହେଉଛି ୨୦ ବିଲିୟନ ଡଲାର। ଏହି ପଦ୍ଧତିରେ କବର ଦିଆଗଲେ ଶରୀର ବିଘଟନ ହେବାକୁ ୧୦ ବର୍ଷ ଲାଗିଯାଉଛି ଓ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥ ମାଟିରେ ମିଶୁଛି।
କେତେକ ସମ୍ପ୍ରଦାୟରେ ମୃତଦେହକୁ ଦାହ କରାଯାଇଥାଏ। ଏଥିପାଇଁ ଆବଶ୍ୟକ କାଠ ଗଛ କାଟି ଯୋଗାଡ କରିବାକୁ ହୁଏ। ବିଶେଷକରି ଦାହ ଲାଗି ଆମ୍ବ ଗଛ ଅଧିକ କଟାଯାଏ। ଏମିତି ହେବ ଆଉ ୨୦ ବର୍ଷ ପରେ ଆମ୍ବଗଛ ନ ଥିବ କି ଆମ୍ବ ଖାଇବାକୁ ନ ଥିବ। ବିଦ୍ୟୁତ୍‌ଚାଳିତ ଶବଦାହ ଗୃହରେ ଅନ୍ତିିମ ସଂସ୍କାର ମଧ୍ୟ ପରିବେଶ ଅନୁକୂଳ ନୁହେଁ। ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ୧,୯୦୦ ଫାରେନ୍‌ହିଟ ତାପମାତ୍ରା ସୃଷ୍ଟି କରି ତାହାକୁ ବଜାୟ ରଖିବାକୁ ଅତ୍ୟଧିକ ଜୀବାଶ୍ମ ଇନ୍ଧନ ଆବଶ୍ୟକ ହୁଏ। ଏଥିରୁ ନିର୍ଗତ ଡାଇଅକ୍ସିନ ଏବଂ ମର୍କ୍ୟୁରୀ ପାଣି ଓ ପବନରେ ମିଶେ। ଫଳରେ ସେଥିରୁ ନାଇଟ୍ରୋଜେନ ଡାଇଅକ୍ସାଇଡ, ଡାଇଅକ୍ସିନ ଏବଂ କ୍ଷୁଦ୍ର ବିଷାକ୍ତ କଣିକା ସୃଷ୍ଟି ହୁଏ। ଏହି ସବୁ ଉପାଦାନ ଅମ୍ଳବର୍ଷାରୁ ମିଳିଥାଏ।
ମୋର ଯେତେବେଳେ ମୃତ୍ୟୁ ହେବ,ସେତେବେଳେ ପରିବେଶକୁ କ୍ଷତି ପହଞ୍ଚାଇ ଜୀବମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିବା ଲାଗି ଇଚ୍ଛା କରିବି ନାହିଁ। ଏଣୁ ଏକ ପରିବେଶ ଅନୁକୂଳ ପଦ୍ଧତି ଖୋଜିବାକୁ ପଡ଼ିବ। ଏହା ଏବେ ଆମକୁ ବିଚିତ୍ର ଲାଗିପାରେ, କିନ୍ତୁ ସମୟ କ୍ରମେ ଲୋକେ ସବୁଜ ସଂସ୍କାର ବା ପରିବେଶ ଅନୁକୂଳ ଅନ୍ତିମ ସଂସ୍କାରମୁଖୀ ହେବେ। ଭସ୍ମ କଳଶ ବିଘଟିତ ହେବ ଓ ଭସ୍ମରେ ମିଶ୍ରିତ ମଞ୍ଜିରୁ ଗଛ ମଧ୍ୟ ଉତୁରିବ। ଆମ ମୃତଦେହକୁ ପୃଥିବୀର ଯନତ୍ ନେବା ଭଳି ଉପାଦାନରେ ପରିବର୍ତ୍ତନ କରିବାକୁ ପଡ଼ିବ ଓ ଏହା କରିବା ପାଇଁ ମୋତେ ନିଷ୍ପତ୍ତି ନେବାକୁ ହେବ। ବର୍ଷ ବର୍ଷ ଧରି ମୋ ସହ ରହିଆସିଥିବା ପ୍ରାଣୀମାନେ ସ୍ବର୍ଗକୁ ଯାଇଛନ୍ତି, ଯେଉଁଠି ମୋ ସ୍ବାମୀ ରହିଛନ୍ତି। ସେମାନଙ୍କ ସମାଧି ଉପରେ ଆମେ ଗଛ ବଢାଇପାରିଛୁ । ସେମାନେ କେବଳ ସେମାନଙ୍କ ଆକାର ବଦଳାଇଛନ୍ତି। ମୋତେ ଯଦି ମୃତ୍ୟୁ ପରେ ଏଭଳି ପ୍ରକ୍ରିୟା ଆପଣାଇବାକୁ ଅନୁମତି ମିଳିବ,ତେବେ ମୁଁ ଏହା କରିବି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହାରନତ୍ର ମହାଦଶା

ରବିନାରାୟଣ ସାମଲ ଦିନ ଥିଲା, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍‌, ବୀମା ସମେତ କେତେକ କମ୍ପାନୀକୁ ସରକାର ଜାତୀୟକରଣ କରିଥିଲେ। ଦିନ ଆସିଛି, ଦେଶର...

ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା।...

ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ...

ଇଲେକ୍ଟୋରାଲ ବଣ୍ଡ୍‌: ଇସିକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଏ ଲେଖାର ପ୍ରଥମ ଭାଗ ଗତକାଲି ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମତାମତକୁ...

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ...

ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ...

କାହିଁକି କହିବି ମୁଁ ଶତାବ୍ଦୀର ଶ୍ରେଷ୍ଠ

ମୀରା ବେଉରା   ଥରେ ଜଣେ ବେପାରୀ ବେପାର କରିବା ପାଇଁ ଜେରୁଜେଲମ୍‌ରୁ ଜେରିକୋକୁ ଯାଉଥିଲା। ଦୁର୍ଭାଗ୍ୟବଶତଃ ସେ ଚୋର ଖଣ୍ଟଙ୍କ ହାବୁଡ଼ରେ ପଡ଼ିଗଲା। ସେମାନେ...

ପ୍ରଧାନମନ୍ତ୍ରୀ ମୋଦି-ବିଶ୍ୱନେତା

ଜଗତ ପ୍ରକାଶ ନଡ୍ଡା ଗଭୀର ସଙ୍କଟ ଦେଇ ଗତି କରୁଥିବା ଦେଶକୁ ନେତୃତ୍ୱ ଦେବା, ନୂଆ ଆଦର୍ଶର ରାସ୍ତା ଦେଖାଇବା ତଥା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ...

Advertisement


Archives

Model This Week