୧୫ ସୁଦ୍ଧା ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେଶିନ

ଭୁବନେଶ୍ୱର,୧।୭: ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛି ଏକମୋ ମେଶିନ। ଜୁଲାଇ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏପରି କି ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେଶିନ ଆସିବ ବୋଲି ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଗୁରୁବାର ଏହି ସୂଚନା ଦେଇଛନ୍ତି।

ଏକମୋ ମେଶିନ ନ ଥିବାରୁ ରୋଗୀ ହଇରାଣ ହେଉଥିଲେ। ଏପରି କି କରୋନା ମହାମାରୀରେ ଏକମୋ ଚିକିତ୍ସାର ଆବଶ୍ୟକତା ହେଉଥିବାରୁ ବହୁ ରୋଗୀଙ୍କୁ ଏୟାରଲିପ୍ଟିଂ କରାଯାଇ ବାହାରକୁ ରାଜ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସେବା ବ୍ୟୟବହୁଳ ହେଉଥିବାରୁ ରୋଗୀଙ୍କ ସମ୍ପର୍କୀୟ ଆର୍ଥିକ ସହୟତା ପାଇଁ ନେହୁରା ହେଉଥିଲେ। ଏକମୋ ଚିକିତ୍ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍‌ସରେ ଏହି ସେବା କାର୍ଯ୍ୟକାରୀ ହେବ ବୋଲି ଏମ୍‌ସ ଅଧୀକ୍ଷକ ପୂର୍ବରୁ ସୂଚନା ଦେଇଥିଲେ ।