ଇସିଜି କହୁଛି ମୃତ, ଚର୍ଚ୍ଚାରେ ଏୟାରଲିଫ୍ଟ

ଭୁବନେଶ୍ୱର(ବ୍ୟୁରୋ)/ସମ୍ବଲପୁର ଅଫିସ,୬।୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗତ ୨୯ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ଉପରକୁ ପୋଲିସ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିଥିଲା। ଘଟଣାଟି ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଘଟିଥିଲା। ସେଠାରୁ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ଆପୋଲୋରେ ତାଙ୍କୁ ଅପରାହ୍ନ ପ୍ରାୟ ୩ଟା ୧୫ରେ ଭର୍ତ୍ତି କରାଯାଇ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସୂଚନା ଦିଆଯାଇଥିଲା। ପରେ ରାତି ପ୍ରାୟ ୭ଟା ୪୦ମିନିଟ୍‌ରେ ନବଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ନବଙ୍କ ମୃତ୍ୟୁ ସମୟକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ନବଙ୍କ ମୃତ୍ୟୁ ଭୁବନେଶ୍ୱର ନୁହେଁ, ବରଂ ଘଟଣାସ୍ଥଳରେ ହିଁ ହୋଇଛି। ତେଣୁ ଏୟାରଲିଫ୍‌ କରି ଭୁବନେଶ୍ୱର ନିଆଯିବା, ଅସ୍ତ୍ରୋପଚାର କରାଯିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ସମାନ କଥାକୁ ଦୋହରାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲା ହସ୍ପିଟାଲରେ ହୋଇଥିବା ନବ ଦାସଙ୍କ ଇସିଜି ରିପୋର୍ଟ ଏହି ଚର୍ଚ୍ଚାକୁ ଅଧିକ ଦୃଢ଼ କରିଛି। ଗୁଳିମାଡ଼ ପରେ ନବଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଅପରାହ୍ନ ୧ଟା ୨୯ମିନିଟ୍‌ରେ ନବଙ୍କର ଇସିଜି କରିଥିଲେ। ତାହାର ରିପୋର୍ଟ ଏବେ ହସ୍ତଗତ ହୋଇଛି। ସେଥିରେ ନବ ଦାସଙ୍କ ନାମ ସହ ବୟସ ୬୧ବର୍ଷ ବୋଲି ଉଲ୍ଲେଖ ରହିଛି। ଇସିଜି କରାଯିବାର ସମୟ ଏବଂ ତାରିଖ ମଧ୍ୟ ଦର୍ଶାଯାଇଛି। ଜଣେ ଡାକ୍ତରଙ୍କ କହିବା ଅନୁସାରେ ଇସିଜି ରିପୋର୍ଟରେ ଯେଉଁ ତଥ୍ୟଗୁଡ଼ିକ ଉଲ୍ଲେଖ ରହିଛି, ତାହା ଜଣେ ବ୍ୟକ୍ତିଙ୍କ ମୃତ ପରେ ବାହାରିଥାଏ। ହାର୍ଟବିଟ୍‌ ବନ୍ଦ ହୋଇଯାଇଥିବା ମଧ୍ୟ ରିପୋର୍ଟରୁ ଜଣାପଡୁଥିବା ଡାକ୍ତର ଜଣକ କହିଛନ୍ତି। ଅନ୍ୟପକ୍ଷରେ ନବ ଦାସଙ୍କୁ ଭୁବନେଶ୍ୱର ନେବା ନିମନ୍ତେ ଏୟାର ଆମ୍ବୁଲାନ୍ସର ଆବଶ୍ୟକତା ନ ଥିବାରୁ ପ୍ରଥମ ରିକ୍ୟୁଜିଶନକୁ କୁଆଡ଼େ ରଦ୍ଦ କରାଯାଇଥିଲା। ଦ୍ୱିତୀୟ ରିକ୍ୟୁଜିଶନ ପରେ ଏୟାରଲିଫ୍ଟ କରାଯାଇଥିବା ଆଲୋଚନା ହେଉଛି। ଡାକ୍ତରଙ୍କ କହିବା ମୁତାବକ ଯଦି ଇସିଜି କରାଯିବା ବେଳେ ନବଙ୍କ ମୃତ୍ୟୁ ଘଟିଥିଲା, ତେବେ ଏହାପରେ କିଏ ଏବଂ କାହିଁକି ତାଙ୍କୁ ଭୁବନେଶ୍ୱର ନେବା ପାଇଁ ପରାମର୍ଶ ଦେଇଥିଲେ ତାହା ତଦନ୍ତ ସାକ୍ଷେପ।
ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରାଯିବା ସହ ୮ଦିନ ଧରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଥିଲେ ମଧ୍ୟ ହତ୍ୟା ପଛର କାରଣ କୁହାଯାଉନାହିଁ। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିକଟରେ କହିଥିଲେ, ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। କିନ୍ତୁ ଗୋପାଳ କାହିଁକି ଗୁଳି କଲେ, ସେନେଇ ବୋଥ୍ରା ଏପର୍ଯ୍ୟନ୍ତ କିଛି କହୁନାହାନ୍ତି। ଏସବୁରୁ ସନ୍ଦେହ ବଢ଼ୁଥିବାରୁ ନାନା ଚର୍ଚ୍ଚା ମଧ୍ୟ ହୋଇ ଆସୁଛି। ବିଶେଷକରି ମନ୍ତ୍ରୀ ଦାସଙ୍କ ହତ୍ୟା ପଛରେ ଏକ ସୁଚିନ୍ତିତ ଯୋଜନା ଥିବା ପ୍ରଥମ ଦିନରୁ ହିଁ ଆଲୋଚନା ଜୋର ଧରିଛି। ସେହିପରି କର୍ପୋରେଟ ତଥା ବ୍ୟବସାୟିକ ଶତ୍ରୁତାରୁ ଏହି ଘଟଣାର ରୂପ ଦିଆଯାଇଥିବା ଏବଂ ଏଥିରେ ବହୁ ପ୍ରଭାବଶାଳୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି। ଏଥିଯୋଗୁ ତଦନ୍ତ ବିଳମ୍ବ ଓ ବାଟମଣା ହେଉଥିବା ମଧ୍ୟ କୁହାଯାଉଛି। ଘଟଣା ଅତ୍ୟନ୍ତ ରହସ୍ୟଜନକ ଥିବାବେଳେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ‘ଘଟଣା ସମ୍ପର୍କରେ ଶ୍ରୀଜଗନ୍ନାଥ ଜାଣିଥିବେ’ ମନ୍ତବ୍ୟ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚାରେ। ଏହି ମନ୍ତବ୍ୟରୁ ସାଧାରଣରେ ଆଲୋଚନା ହେଉଛି ଯେ, ଅଭିଯୁକ୍ତଙ୍କୁ ହେପାଜତରେ ରଖି ପୋଲିସ ଏତେ ଅସହାୟ କାହିଁକି ହୋଇପଡ଼ିଛି। ନବ ଦାସଙ୍କ ମୃତ୍ୟୁ ସମୟ, ସ୍ଥାନ, ଏୟାରଲିଫ୍ଟ, କ୍ରାଇମ୍‌ବ୍ରାଞ୍ଚର ମୌନ ବ୍ରତ ଏବଂ ଡିଜିପିଙ୍କ ଭଗବାନ ଭରସା ମନ୍ତବ୍ୟ ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri