ତିନିମାସ ହେଲା ଇସିଜି ମେଶିନ ଅଚଳ: ରୋଗୀ ହନ୍ତସନ୍ତ

 ବଡ଼ଗାଁ,୧୪।୧୦(ଅଶୋକ ଷଡଙ୍ଗୀ): ଡ଼ାକ୍ତରଖାନାରେ ରୋଗୀ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିଲାବେଳେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ହେଲେ ଅବ୍ୟବସ୍ଥା କାରଣରୁ ଏହା ରୋଗୀଙ୍କ କାମରେ ନ ଆସି ଦୀର୍ଘମାସ ଓ ବର୍ଷ ପର୍ଯ୍ୟନ୍ତ ଅଚଳ ହୋଇ ରହିଛି। ତଥାପି ଏସବୁର ସୁବ୍ୟବସ୍ଥା କରାଯାଇ ପାରୁନାହିଁ। ଫଳରେ ରୋଗୀ  ସହରକୁ ଯାଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଏଭଳି ସମସ୍ୟା ଦେଖାଦେଇଛି ସୁନ୍ଦରଗଡ଼ ଜିଲା ବଡ଼ଗାଁସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ତିନିମାସ ପୂର୍ବେ ବଡ଼ଗାଁ ଡ଼ାକ୍ତରଖାନାକୁ ମିଳିଥିବା ଇସିଜି ମେଶିନ ମାତ୍ର କିଛିଦିନ ଚାଲିବା ପରେ ଅଚଳ ହୋଇଯାଇଥିଲା। ହେଲେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ବିପିଏମଙ୍କୁ ଜଣାଇ ନ ଥିଲେ।
ମଙ୍ଗଳବାର ସକାଳେ କେତେକ ଗ୍ରାମବାସୀଙ୍କଠାରୁ ଇସିଜି ମେସିନ କାମ କରୁ ନ ଥିବା ସୁଚନାପାଇ ଆମ ପ୍ରତିନିଧିଡ଼ାକ୍ତରଖାନାକୁ ଯାଇ କର୍ମଚାରୀ ମାନଙ୍କୁ ପଚରିବୁଝିବାରୁ ସେମାନେ ଇସିଜି ମେସିନ ଖରାପ ଥିବା କହିଥିଲେ। ତେବେ ଏ ନେଇ ବିପିଏସ ଗୀତାଞ୍ଜଳି ରାଉତରାୟଙ୍କୁ ପଚାରିବାରୁ  ମେଶିନ ଅଚଳ ଥିବା ତାଙ୍କୁ କିମ୍ବା ସିଏଚସି ଅଧିକାରୀଙ୍କୁ କର୍ମଚାରୀମାନେ ଜଣାଇ ନ ଥିଲେ। ଆସନ୍ତାକାଲି ମେଶିନ ଠିକ କରିବା ପାଇଁ ମେକାନିକ ଆସିବେ ବୋଲି କହିଛନ୍ତି।
ଏହା ସହ ମେଶିନ ଖରାପ ଥିବା ସତ୍ତ୍ୱେ କାହିଁକି ଏତେଦିନ ଜଣାଇ ନ ଥିଲେ ଏକ୍ସପ୍ଲାନେଶନ ମଗାଯାଇଛି ବୋଲି କହିଛନ୍ତି। ତେବେ ବଡ଼ଗାଁ ଡ଼ାକ୍ତରଖାନାରେ ଥିବା ପୁରାଣ ଏକ୍ସରେ ମେଶିନକୁ ବଦଳାଇ ଦେଢ଼ ବର୍ଷ ହେଲା ନୂଆଁ ମେଶିନ ଆସିଥିଲେ ମଧ୍ୟ ଟେକନିଶିଆନ ଅଭାବରୁ  ବ୍ୟବହାର କରାଯାଇପାରୁନାହିଁ। ଏହିସବୁ ସମସ୍ୟା ଉପରେ ରୋଗୀ କଲ୍ୟାଣ ସମିତିରେ ବାରମ୍ବାର କୁହାଯାଉଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା କୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?