Posted inଜାତୀୟ

ଉତ୍ତର ଦେଉନାହାନ୍ତି ଇସି

ନୂଆଦିଲ୍ଲୀ,୧୩ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଏବଂ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ମେଶିନର କାର୍ଯ୍ୟରେ ନିରପେକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ବହୁ ବିଶିଷ୍ଟ ନାଗରିକ ନିର୍ବାଚନ କମିଶନ(ଇସି)ଙ୍କୁ ଉତ୍ତର ମାଗୁଛନ୍ତି। ତେବେ ଇସି ଉତ୍ତର ନ ଦେବାକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଆଇନର ବ୍ୟାପକ ଉଲ୍ଲଂଘନ ବୋଲି ସିଆଇସି କହିବା ସହ ଏଥିପାଇଁ ଲିଖିତ ସ୍ପଷ୍ଟୀକରଣ ଦେବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଭିଏମ୍‌, ଭିଭିପିଏଟି ଏବଂ ଭୋଟ ଗଣନା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ପୂର୍ବତନ ଆଇଏଏସ୍‌ ଅଫିସର ଏମ୍‌.ଜି. ଦେବସହାୟମ୍‌ ଓ ଅନ୍ୟମାନେ ପ୍ରଶ୍ନ କରିଥିଲେ। ଏନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜଣାଇବା ପାଇଁ ସେମାନେ ୨୦୨୨ ନଭେମ୍ବର ୨୨ରେ ସୂଚନା ଅଧିକାର ଆଇନ ବଳରେ ନିର୍ବାଚନ କମିଶନଙ୍କୁ ଆବେଦନ କରିଥିଲେ। ଉକ୍ତ ଆବେଦନ ପତ୍ରକୁ କାହା ପାଖକୁ ଏବଂ କେଉଁ ସରକାରୀ ଅଧିକାରୀଙ୍କ ପାଖକୁ ପଠାଯାଇଛି, ଉକ୍ତ ପ୍ରସଙ୍ଗରେ କୌଣସି ବୈଠକ ହୋଇଛି କି ନାହିଁ ଏବଂ ସମସ୍ତ ଆନୁଷଙ୍ଗିକ ଫାଇଲ ସମ୍ପର୍କରେ ଜାଣିବା ପାଇଁ ଦେବସହାୟମ ଚାହିଁଥିଲେ। ତେବେ ୩୦ ଦିନର ବାଧ୍ୟତାମୂଳକ ସମୟସୀମା ମଧ୍ୟରେ ଇସି କୌଣସି ଉତ୍ତର ଦେଲେ ନାହିଁ। ଦେବସହାୟମ୍‌ଙ୍କ ପ୍ରଥମ ଆବେଦନର ଶୁଣାଣି କରାଗଲା ନାହିଁ। ଫଳରେ ସେ ସିଆଇସିଙ୍କ ଦ୍ୱାରସ୍ଥ ହୋଇ ଇସି ଉତ୍ତର
ଉତ୍ତର ଦେଉନାହାନ୍ତି …
ଦେଉ ନ ଥିବା ଜଣାଇଥିଲେ। ଦେବସହାୟମ୍‌ଙ୍କୁ କ’ଣ ପାଇଁ ଉତ୍ତର ଦିଆଯାଇ ନାହିଁ ବୋଲି ମୁଖ୍ୟ ସୂଚନା ଆୟୁକ୍ତ ହୀରାଲାଲ୍‌ ସମରିୟା ପଚାରିବାରୁ ଇସିଙ୍କ କେନ୍ଦ୍ରୀୟ ଜନସୂଚନା ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ସିଆଇସି ନିର୍ବାଚନ କମିଶନଙ୍କ ତତ୍କାଳୀନ ପିଆଇଓଙ୍କ ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆର୍‌ଟିଆଇ ଆଇନର ଉଲ୍ଲଂଘନ ନେଇ ଲିଖିତ ସ୍ପଷ୍ଟୀକରଣ ମାଗିଥିଲେ। ଆର୍‌ଟିଆଇ ଆବେଦନ ଉପରେ ୩୦ ଦିନ ମଧ୍ୟରେ ଉତ୍ତର ପ୍ରଦାନ କରିବା ନିମନ୍ତେ ସମରିୟା ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବଳ ଦେବସହାୟମ ନୁହନ୍ତି,ବିଶିଷ୍ଟ ପ୍ରଯୁକ୍ତି ପେସାଦାର, ଶିକ୍ଷାବିତ୍‌, ଆଇଆଇଟି ଏବଂ ଆଇଆଇଏମ୍‌ଗୁଡ଼ିକର ପ୍ରଫେସର, ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଫିସରମାନେ ଇଭିଏମ୍‌ ଏବଂ ଭିଭିପିଏଟିର ବିଶ୍ୱସନୀୟତାକୁ ନେଇ ନିର୍ବାଚନ କମିଶନଙ୍କୁ ଅନେକ ପ୍ରଶ୍ନର ଜବାବ ମାଗିଥିଲେ ମଧ୍ୟ ଉତ୍ତର ଦିଆ ନଯିବାକୁ ନେଇ ସିଆଇସି ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?