ଖାଇବା ତେଲ ମହଙ୍ଗା, ବଢୁଛି ଭେଜାଲ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ତେଲ ଭେଜାଲ, ଘିଅ ଭେଜାଲ, ମସଲା ଭେଜାଲ, କୋଲ୍ଡଡ୍ରିଙ୍କ୍ସ ଭେଜାଲ। ଅପମିଶ୍ରଣକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜଗତପୁରଠାରୁ ଆରମ୍ଭ କରି ଚନ୍ଦକା, ଜଟଣୀ ଶିଳ୍ପାଞ୍ଚଳରେ ହଜାର କୁଇଣ୍ଟାଲ ତେଲ ଭେଜାଲ ହେଉଛି। କାହାରିକୁ ଦଣ୍ଡବିଧାନ ନାହିଁ। ରାଜ୍ୟରେ ଖାଉଟି ସୁରକ୍ଷା ଫୋରମ ସ୍ଥାଣୁ ପାଲଟିଯାଇଛି। ସରକାର କିଛି ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ କଳାବଜାରୀ, ଭେଜାଲ ବଢ଼ିଚାଲିଛି। ତେଲ ଦର ବୃଦ୍ଧି, ଭେଜାଲ ଓ କଳାବଜାରୀକୁ ନେଇ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଦ୍ୱାରା ଆଗତ ଖାଇବା ତେଲ…. ଜନତା ହନ୍ତସନ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ।
ମଙ୍ଗଳବାର ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ତାରା କହିଲେ ଯେ ୨୨ ବର୍ଷ ଶାସନ କାଳରେ ସରକାର ଲୋକଙ୍କୁ ଟିକେ ଭଲ ଖାଇବା ତେଲ ଦେଇପାରିଲେ ନାହିଁ। ସୋରିଷ, ସୂଯର୍ର୍‌ୟମୁଖୀ, ରାଶି ତେଲ ଉପତ୍ାଦନ ୭୦ ପ୍ରତିଶତ କମିଗଲାଣି। ଚାରିଆଡ଼େ ଭେଜାଲ। ପ୍ରତ୍ୟେକ ଦିନ ଖବରକାଗଜରେ ବାହାରୁଛି ଘିଅ, ତେଲ ଭେଜାଲ। ତେଲ ଦର ବଢ଼ିବା ଯୋଗୁ ଗରିବ ଖଟିଖିଆ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଗାଁ ଗହଳିରେ ସୋରିଷ ପେଡ଼ା ହେଉଥିଲା। ଲୋକମାନେ ଭଲ ତେଲ ଟିକେ ପାଉଥିଲେ। ସରକାର ତେଲ ଦର ନିୟନ୍ତ୍ରଣ କରିବା ସହ ଭେଜାଲ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ତେଲ, ଡାଲି ସବୁ ଭେଜାଲ। ଭେଜାଲ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ହେବା ଉଚିତ। ରାଜ୍ୟରେ ତେଲ ଉତ୍ପାଦନ ହେବା ଦରକାର। ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ଅଣ୍ଡା, ମାଛ ଆସିବ ଆନ୍ଧ୍ରରୁ, ପିଆଜ ଆସିବ ନାସିକରୁ। ଆମ ରାଜ୍ୟ କେବେ ସ୍ବାବଲମ୍ବୀ ହେବ। ରାଜ୍ୟରେ ଭେଜାଲ ରାଜ୍ୟ ସରକାରଙ୍କ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପରିଣତ ହୋଇଗଲାଣି। ରାଜ୍ୟରେ କେତେ ଖାଇବା ତେଲ ଦରକାର ରାଜ୍ୟ ସରକାର ଆକଳନ କରିନାହାନ୍ତି। ରାଜ୍ୟରେ ଧାନ ଉତ୍ପାଦନ ଅଧିକ ହେଉଛି। ଭଲ କଥା। କୁଣ୍ଡାରୁ ତେଲ ଉତ୍ପାଦନ କରାଯାଉଛି। ରାଜ୍ୟରେ ଧାନ ଅଧିକ ହେଉଥିବାରୁ କୁଣ୍ଡା ମଧ୍ୟ ଅଧିକ ହେଉଥିବ। କୁଣ୍ଡାରୁ ତେଲ ବାହାର କରିବା ପାଇଁ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାହିଦାଠାରୁ ଯୋଗାଣ କମ୍‌ ହେଉଛି ବୋଲି ଦର ବଢ଼ଛି। କଳାବଜାରୀଙ୍କ ସହ ରାଜ୍ୟ ସରକାରଙ୍କ ଭିତିରିଆ ସମ୍ପର୍କ ରହିଛି। ଯେଉଁମାନଙ୍କୁ ଧରାଯାଉଛି ସେମାନଙ୍କୁ ଦଣ୍ଡ ହେଉ ନ ଥିବାରୁ ଭେଜାଲ କାରବାର ବଢ଼ି ଚାଲିଛି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ସରକାର ନିଜେ କହିଛନ୍ତି ଯେ ଗତ ୨ ବର୍ଷ ହେବ ରାଜ୍ୟରେ ଭେଜାଲ କାରବାର ବଢ଼ିଛି। ଜିଲାର ଖାଉଟି ସୁରକ୍ଷା ଫୋରମ ସ୍ଥାଣୁ ହୋଇଯାଇଛି। କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱରରେ ଅପମିଶ୍ରଣ ବଢୁଛି। ରାଜ୍ୟରେ ସରକାର ଖାଇବା ତେଲର ଉତ୍ପାଦନ ବଢ଼ାଇବାକୁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି କହିଲେ ଯେ କେନ୍ଦ୍ର ସରକାର ଟିକସ ଲଗାଇବାରୁ ଦରଦାମ ବଢୁଛି। ଖାଇବା ତେଲ ଉପରୁ ଟିକସକୁ ହଟାଇବା ଦରକାର। ଆଗରୁ ରାଜ୍ୟରେ ସୂର୍ଯ୍ୟମୁଖୀ, ସୋରିଷ, ରାଶି ଉତ୍ପାଦନ ହେଉଥିଲା। ତାହା ଧୀରେ ଧୀରେ କମିଗଲାଣି। ସରକାର ତୈଳବୀଜ ଫସଲ ଅଧିକ ଉତ୍ପାଦନ ପାଇଁ ବ୍ୟବସ୍ଥା କରିବେ କି। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର କହିଲେ, କେନ୍ଦ୍ର ସରକାର ତେଲ ଉପରେ ଜିଜିଆ କର ଲଗାଇଛନ୍ତି। ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଅପମିଶ୍ରଣକୁ ରୋକିବା ଲାଗି ଧରପଗଡ଼କୁ ଜୋରଦାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବିଜେଡି ସଭ୍ୟ ପ୍ରମୋଦ ମଲ୍ଲିକ, ଭାଗୀରଥି ସେଠୀ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ଖାଇବା ତେଲ ବଢ଼ିଥିବା କଥା କହିଲେ। ଜଳବାୟୁ ପରିବର୍ତ୍ତନ ହେଉଛି। ଚାଷୀମାନେ ତୈଳବୀଜ ଚାଷ କରିବାକୁ ସରକାର ଅଧିକ ପ୍ରୋତ୍ସାହନ ଦେବା ଦରକାର। ଖାଇବା ତେଲ ବାହାର ରାଜ୍ୟରୁ ଆମଦାନୀ ହେଉଛି। ଓଡ଼ିଶାରେ ଉତ୍ପାଦନ ନାହିଁ। ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଥିଲେ। ଶେଷରେ ଉପବାଚସ୍ପତି ରଜନୀକାନ୍ତ ସିଂ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri