ଜାଣନ୍ତି ଅନ୍ୟ ବାସନ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଏସବୁ ଲାଭ

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ ହୋଇଯାଏ। କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ।

ପିତ୍ତଳ ବାସନକୁସନ ରାନ୍ଧିବା ପାଇଁ ବ୍ୟବହୃତ ହୁଏ। ମାତ୍ର ଏଥିରେ ଖାଦ୍ୟର ପୁଷ୍ଟିକର ଅଂଶ ନଷ୍ଟ ହୋଇଥାଏ। କିନ୍ତୁ ଖାଦ୍ୟ ଯଦି ମାଟିପାତ୍ରରେ ରନ୍ଧାଯିବ ଏବଂ ଏହି ପାତ୍ରରେ ଖିଆଯିବ ଏହା ୧୦ ଗୁଣ ପୁଷ୍ଟିକର ହୋଇଥାଏ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ।

ଏହାବ୍ୟତୀତ ଷ୍ଟିଲ୍‌ ଏବଂ ଆଲୁମିନିୟମ ବାସନରେ ରାନ୍ଧିବା ସମୟରେ ତେଲ ଅଧିକ ବ୍ୟବହୃତ ହୁଏ। ଯାହା ଦ୍ୱାରା ଖାଦ୍ୟ ଏବଂ ମସଲା ତଳ ଭାଗରେ ଲାଗି ଥାଏ, କିନ୍ତୁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧିଲେ ଏହା ଲାଗି ନ ଥାଏ। ଏମିତି ବି କମ୍‌ ତେଲ ମସଲା ସ୍ବାସ୍ଥ୍ୟ ପକ୍ଷେ ହିତକର।

ଅନ୍ୟ ବାସନରେ ଖାଦ୍ୟ ପଦାର୍ଥ ରଖିଲେ ଏହା ଶୀଘ୍ର ଥଣ୍ଡା ହୋଇଯାଇଥାଏ। ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ବାଦରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ମାତ୍ର ଏକ ମାଟିପାତ୍ରରେ ଖାଦ୍ୟ ରାନ୍ଧିଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ରହେ।

ମାଟିହାଣ୍ଡି ମାଂସ ହେଉ କି ବିରିୟାନି ଆପଣ ଯଦି ଖାଇଥିବେ ଏହାର ସ୍ବାଦ ନିଶ୍ଚିତ ଜାଣିଥିବେ। ଆଜି ବି ଅନେକ ଗ୍ରାମରେ ମାଟିପାତ୍ରରେ ଖାଦ୍ୟ ରନ୍ଧା ଯାଇ ଖିଆଯାଏ। ସ୍ବାଦ ଏବଂ ସୁଗନ୍ଧକୁ ବଞ୍ଚାଇବା ପାଇଁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧି ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ଘରେ ଦେଖାଦେଉଛି କି ଧନର ଅଭାବ.. ତୁରନ୍ତ ପରିତ୍ୟାଗ କରନ୍ତୁ ଏସବୁ ଅଭ୍ୟାସ

ନୀତିଶାସ୍ତ୍ରର ମହାନ ପଣ୍ଡିତ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ‘ଚାଣକ୍ୟ ନୀତି’ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଛନ୍ତି। କେଉଁଟି କରିବା ଠିକ୍‌,...

ପାଲକ ଟିକି

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ପାଳଙ୍ଗ ଶାଗ, ଅଧା କପ୍‌ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍‌...

ନିଆରା ଖଗୋଳ ବିଜ୍ଞାନୀ

ସୁପ୍ରସିଦ୍ଧ ଖଗୋଳ ବିଜ୍ଞାନୀ ଭାବରେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ ସେ। କାନାଡ଼ା ରାଜଧାନୀ ଓଟାଓ୍ବାଠାରେ ଚଳିତ ବର୍ଷ ଜୁଲାଇରେ ନୋବେଲ ପୁରସ୍କାରର ସମକକ୍ଷ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏସବୁ ଜିନିଷ, ଅଭାବରେ ବୁଡ଼ିବେ… 

ଦାନକୁ ସନାତନ ଧର୍ମର ସର୍ବୋତ୍ତମ ଗୁଣ ଭାବେ ବର୍ଣ୍ଣନା କରାଯାଇଛି। ହେଲେ ବୁଝି ବିଚାରି ଦାନ ନ କଲେ ନିଜର କ୍ଷତି ହୋଇପାରେ। ପୁରାଣରେ ମଧ୍ୟ...

ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ...

ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା

ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି...

Advertisement
Archives

Model This Week