ମାଟିଆଗୁଣ୍ଡି ପୋକ ଆତଙ୍କ

ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର ଜିଲାର କୋରେଇ ବ୍ଲକ ୩ ପଞ୍ଚାୟତର ପ୍ରାୟ ୫ ଖଣ୍ଡ ଗାଁରେ ମାଟିଆଗୁଣ୍ଡି ପୋକ ଆତଙ୍କ ଦେଖାଦେଇଛି। ଗୋଟିଏ ପଟେ ବିହନ ଯୋଗାଣରେ କୃଷି ବିଭାଗର ଅପାରଗତା ଏବଂ ସାରର କଳାବଜାର ଚାଷୀମାନଙ୍କୁ ତଳିତଳାନ୍ତ କରୁଥିବାବେଳେ ପ୍ରାୟ ୪୦ ଜଣ ଚାଷୀଙ୍କ ୫୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ମାଟିଆଗୁଣ୍ଡି ପୋକ ଦ୍ୱାରା ନଷ୍ଟ ହୋଇଛି। ଏଥିଯୋଗୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ସାଦକପୁର, ହଲଦିଗଡିଆ ଓ ଚାରଦା ପଞ୍ଚାୟତର ଶାଳକଣା, ଖିଲିବଙ୍ଗା, ବନ୍ତଳା, ବ୍ରାହ୍ମଣ୍ଡା ଆଦି ଗାଁ ମାଟିଆଗୁଣ୍ଡି ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିନକୁ ଦିନ ଏହା ଆଖପାଖ ଗାଁଙ୍କୁ ସଂକ୍ରମିତ ହେବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ମାଟିଆଗୁଣ୍ଡି ପୋକ ଗୋଟାଏ ଫସଲ କ୍ଷେତକୁ ଚଢିଗଲା ପରେ ପାଖ କ୍ଷେତକୁ ଡେଇଁ ପୁଣି ବ୍ୟାପକ ଫସଲ ନଷ୍ଟ କରି ଚାଲିଛନ୍ତି।
ସପ୍ତାହକ ମଧ୍ୟରେ ଏହି ପୋକ ଦ୍ୱାରା ଏତେମାତ୍ରାରେ ଫସଲ ହାନୀ ହୋଇଛି ଯେ, ତାହା ଦେଖିବା ଲୋକ ହିଁ ବିଶ୍ୱାସ କରିବ । ଧାନ ଗଛ ମୂଲରେ ପୋକ ଲାଗି ଗଛକୁ ଶୋଷି ପକାଉଛି। ତାହା କ୍ରମଶଃ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଉଥିବା ଦେଖିବାକୁ ମିଳିଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ କୃଷି ବିଭାଗ ପକ୍ଷରୁ ଯେଉଁ ଔଷଧ ଯୋଗାଇ ଦିଆଯାଉଛି ତାହା ଠିକ ଭାବେ ଫଳପ୍ରଦ ହେଉନାହିଁ। ଏହାସହ ଔଷଧ ପାଇଁ ୫୦% ରହାତି ରହିଥିଲେ ହେଁ ପ୍ରଥମେ ପୁରା ଦାମ ଦେବାକୁ ପଡୁଛି। ପରେ ଚାଷୀଙ୍କ ଆକାଉଣ୍ଟରେ ରିହାତି ଟଙ୍କା ଫେରସ୍ତ ହେବ ବୋଲି କୃଷି ବିଭାଗ କହୁଥିବାବେଳେ କେତେକାଂଶରେ ଚାଷୀମାନେ ତାହା ପାଉ ନ ଥିବା ଅଭିଯୋଗ ହୋଇଛି। ମାଟିଆଗୁଣ୍ଡି ପୋକରେ କ୍ଷତିଗ୍ରସ୍ତ ଚାଷୀ ମନୋରଞ୍ଜନ ଦାସ, ସୁବାସ ବେହେରା, ବିଷ୍ଣୁ ବେହେରା, ସନାତନ ମଲିକ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଏ ସମ୍ପର୍କରେ କହିଛନ୍ତି, ମାଟିଆଗୁଣ୍ଡି ପୋକ ଲାଗି କ୍ଷେତରେ ସବୁ ଧାନ ଶୁଖି ଯାଇଛି । ଏମିତି ସ୍ଥିତିରେ କେମିତି ବଞ୍ଚିବୁ ଏବଂ ଧାର କରଜ ଶୁଝିବୁ। ସବୁଠୁ ଦୁଃଖର ବିଷୟ କେତେକ ଗ୍ରାମ୍ୟ କୃଷି ଅଧିକାରୀଙ୍କ ପାଖରେ ଏ ସଂକ୍ରାନ୍ତୀୟ ଖବର ରହିଥିଲେ ହେଁ ସେମାନଙ୍କ ବିଳମ୍ବ ପଦକ୍ଷେପ ଯୋଗୁ ଚାଷୀ ସର୍ବସ୍ବାନ୍ତ ହେଉଛନ୍ତି। କୃଷି ବିଭାଗ ପକ୍ଷରୁ ୫୦ ପ୍ରତିଶତ ରିହାତିରେ କୀଟନାଶକ ବିତରଣ କରାଯାଇଥିବାବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ । ଚାଷୀମାନେ ନିଜ କ୍ଷେତରେ କୀଟନାଶକ ସିଞ୍ଚନ କଲେ ପୋକ ଅନ୍ୟ କ୍ଷେତକୁ ଚାଲିଯାଉଛନ୍ତି। ୨ରୁ ୩ଦିନ ପରେ ପୁଣି କ୍ଷେତରେ ଲାଗୁଛନ୍ତି । ପୋକ କ୍ଷେତରେ ଚାଷକୁ ସମୂଳେ ନଷ୍ଟ କରିଥିବାବେଳେ ବଜାରରେ କୀଟନାଶକ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ପ୍ରେୟର ମେଶିନ ଓ କୀଟନାଶକ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ କରିବା ନେଇ ଚାଷୀ ଉପାୟଶୂନ୍ୟ ହୋଇପଡିଥିବାବେଳେ ଏ ଦିଗରେ କୃଷି ବିଭାଗର ତତ୍ପରତା ଅଭାବ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୁରୁବାର ଗ୍ରାମ୍ୟ କୃଷି ଅଧିକାରୀ ପ୍ରଶାନ୍ତ ବେହେରା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ନୀରିକ୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri