ମାଟିଆଗୁଣ୍ଡି ପୋକ ଆତଙ୍କ

ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର ଜିଲାର କୋରେଇ ବ୍ଲକ ୩ ପଞ୍ଚାୟତର ପ୍ରାୟ ୫ ଖଣ୍ଡ ଗାଁରେ ମାଟିଆଗୁଣ୍ଡି ପୋକ ଆତଙ୍କ ଦେଖାଦେଇଛି। ଗୋଟିଏ ପଟେ ବିହନ ଯୋଗାଣରେ କୃଷି ବିଭାଗର ଅପାରଗତା ଏବଂ ସାରର କଳାବଜାର ଚାଷୀମାନଙ୍କୁ ତଳିତଳାନ୍ତ କରୁଥିବାବେଳେ ପ୍ରାୟ ୪୦ ଜଣ ଚାଷୀଙ୍କ ୫୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ମାଟିଆଗୁଣ୍ଡି ପୋକ ଦ୍ୱାରା ନଷ୍ଟ ହୋଇଛି। ଏଥିଯୋଗୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ସାଦକପୁର, ହଲଦିଗଡିଆ ଓ ଚାରଦା ପଞ୍ଚାୟତର ଶାଳକଣା, ଖିଲିବଙ୍ଗା, ବନ୍ତଳା, ବ୍ରାହ୍ମଣ୍ଡା ଆଦି ଗାଁ ମାଟିଆଗୁଣ୍ଡି ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିନକୁ ଦିନ ଏହା ଆଖପାଖ ଗାଁଙ୍କୁ ସଂକ୍ରମିତ ହେବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ମାଟିଆଗୁଣ୍ଡି ପୋକ ଗୋଟାଏ ଫସଲ କ୍ଷେତକୁ ଚଢିଗଲା ପରେ ପାଖ କ୍ଷେତକୁ ଡେଇଁ ପୁଣି ବ୍ୟାପକ ଫସଲ ନଷ୍ଟ କରି ଚାଲିଛନ୍ତି।
ସପ୍ତାହକ ମଧ୍ୟରେ ଏହି ପୋକ ଦ୍ୱାରା ଏତେମାତ୍ରାରେ ଫସଲ ହାନୀ ହୋଇଛି ଯେ, ତାହା ଦେଖିବା ଲୋକ ହିଁ ବିଶ୍ୱାସ କରିବ । ଧାନ ଗଛ ମୂଲରେ ପୋକ ଲାଗି ଗଛକୁ ଶୋଷି ପକାଉଛି। ତାହା କ୍ରମଶଃ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଉଥିବା ଦେଖିବାକୁ ମିଳିଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ କୃଷି ବିଭାଗ ପକ୍ଷରୁ ଯେଉଁ ଔଷଧ ଯୋଗାଇ ଦିଆଯାଉଛି ତାହା ଠିକ ଭାବେ ଫଳପ୍ରଦ ହେଉନାହିଁ। ଏହାସହ ଔଷଧ ପାଇଁ ୫୦% ରହାତି ରହିଥିଲେ ହେଁ ପ୍ରଥମେ ପୁରା ଦାମ ଦେବାକୁ ପଡୁଛି। ପରେ ଚାଷୀଙ୍କ ଆକାଉଣ୍ଟରେ ରିହାତି ଟଙ୍କା ଫେରସ୍ତ ହେବ ବୋଲି କୃଷି ବିଭାଗ କହୁଥିବାବେଳେ କେତେକାଂଶରେ ଚାଷୀମାନେ ତାହା ପାଉ ନ ଥିବା ଅଭିଯୋଗ ହୋଇଛି। ମାଟିଆଗୁଣ୍ଡି ପୋକରେ କ୍ଷତିଗ୍ରସ୍ତ ଚାଷୀ ମନୋରଞ୍ଜନ ଦାସ, ସୁବାସ ବେହେରା, ବିଷ୍ଣୁ ବେହେରା, ସନାତନ ମଲିକ, ଯୋଗେନ୍ଦ୍ର ସାହୁ ପ୍ରମୁଖ ଏ ସମ୍ପର୍କରେ କହିଛନ୍ତି, ମାଟିଆଗୁଣ୍ଡି ପୋକ ଲାଗି କ୍ଷେତରେ ସବୁ ଧାନ ଶୁଖି ଯାଇଛି । ଏମିତି ସ୍ଥିତିରେ କେମିତି ବଞ୍ଚିବୁ ଏବଂ ଧାର କରଜ ଶୁଝିବୁ। ସବୁଠୁ ଦୁଃଖର ବିଷୟ କେତେକ ଗ୍ରାମ୍ୟ କୃଷି ଅଧିକାରୀଙ୍କ ପାଖରେ ଏ ସଂକ୍ରାନ୍ତୀୟ ଖବର ରହିଥିଲେ ହେଁ ସେମାନଙ୍କ ବିଳମ୍ବ ପଦକ୍ଷେପ ଯୋଗୁ ଚାଷୀ ସର୍ବସ୍ବାନ୍ତ ହେଉଛନ୍ତି। କୃଷି ବିଭାଗ ପକ୍ଷରୁ ୫୦ ପ୍ରତିଶତ ରିହାତିରେ କୀଟନାଶକ ବିତରଣ କରାଯାଇଥିବାବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ । ଚାଷୀମାନେ ନିଜ କ୍ଷେତରେ କୀଟନାଶକ ସିଞ୍ଚନ କଲେ ପୋକ ଅନ୍ୟ କ୍ଷେତକୁ ଚାଲିଯାଉଛନ୍ତି। ୨ରୁ ୩ଦିନ ପରେ ପୁଣି କ୍ଷେତରେ ଲାଗୁଛନ୍ତି । ପୋକ କ୍ଷେତରେ ଚାଷକୁ ସମୂଳେ ନଷ୍ଟ କରିଥିବାବେଳେ ବଜାରରେ କୀଟନାଶକ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ପ୍ରେୟର ମେଶିନ ଓ କୀଟନାଶକ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ କରିବା ନେଇ ଚାଷୀ ଉପାୟଶୂନ୍ୟ ହୋଇପଡିଥିବାବେଳେ ଏ ଦିଗରେ କୃଷି ବିଭାଗର ତତ୍ପରତା ଅଭାବ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୁରୁବାର ଗ୍ରାମ୍ୟ କୃଷି ଅଧିକାରୀ ପ୍ରଶାନ୍ତ ବେହେରା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ନୀରିକ୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri