ଚୌକି ତଳେ ଭୂକମ୍ପ

ଇସ୍‌ଲାମାବାଦ,୪ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ ଶାହ ସୁରି ରବିବାର ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସମ୍ବିଧାନ ଅନୁଚ୍ଛେଦ ୫ର ଉଲ୍ଲଂଘନ କହି ଖାରଜ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବକୁ କେବଳ ଏଡ଼ାଇବାରେ ସଫଳ ହୋଇଛନ୍ତି ତାହା ନୁହେଁ, ବରଂ ବିରୋଧୀଙ୍କ ଏହି ଉଦ୍ୟମକୁ ବିଦେଶୀ ଷଡ଼ଯନ୍ତ୍ରର ରୂପ ଦେବାରେ ସକ୍ଷମ ହୋଇଛନ୍ତି। ଫଳରେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଚଳାଇଥିବା ଉଦ୍ୟମ ସାମୟିକ ଭାବେ ବିଫଳ ହୋଇଛି। ତେବେ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଦୂର ହୋଇନାହିଁ। ବିରୋଧୀ ମେଣ୍ଟର ହୁଙ୍କାରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଇମ୍ରାନ୍‌ଙ୍କଠାରୁ ପ୍ରଧାନମନ୍ତ୍ରୀ ଚୌକିକୁ ଛଡ଼ାଇନେବା ଅସମ୍ଭବ ନୁହେଁ ବୋଲି ପାକିସ୍ତାନୀ ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦୃଷ୍ଟିରେ ରଖି ରାଜଧାନୀ ଇସ୍‌ଲାମାବାଦରେ ୧୪୪ ଧାରା ଜାରି କରାଯାଇଥିଲା, ଯାହାକି ବଳବତ୍ତର ରଖାଯାଇଛି। ରାସ୍ତାଗୁଡ଼ିକୁ ବନ୍ଦ କରିବା ପାଇଁ ଶିପିଂ କଣ୍ଟେନରରେ ବାରିକେଡ୍‌ ତିଆରି କରାଯାଇଛି। ପାର୍ଲାମେଣ୍ଟ ବାହାରେ ଉଭୟ ଶାସକ ପାକିସ୍ତାନ-ତେହରିକ୍‌-ଇ-ଇନ୍‌ସାଫ୍‌ ପାର୍ଟି (ପିଟିଆଇ) ସମର୍ଥକ ଓ ବିରୋଧୀ ମେଣ୍ଟ ପକ୍ଷରୁ ବିକ୍ଷୋଭ କରାଯାଇଛି। ବିରୋଧୀ ଦଳ ନେତା ଶେହବାଜ୍‌ ଶରିଫ୍‌ ଅନାସ୍ଥା ଭୋଟ ରୋକିବାକୁ ଦେଶଦ୍ରୋହ ଆଖ୍ୟା ଦେଇଛନ୍ତି। ସମ୍ବିଧାନର ଖୋଲା ଉଲ୍ଲଂଘନର ପରିଣାମ ଭଲ ହେବ ନାହିଁ ବୋଲି ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ୍‌ ଟୁଇଟ୍‌ କରିଛନ୍ତି। ସୁପ୍ରିମକୋର୍ଟ ସମ୍ବିଧାନ ଅନୁସାରେ କାର୍ଯ୍ୟ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପାର୍ଲାମେଣ୍ଟ ବାହାରେ ଧାରଣାରେ ବସିଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି କହିଛନ୍ତି, ଆମେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ। ଲଢ଼େଇ ଜାରି ରଖିବୁ। ସେହିପରି ଇମ୍ରାନ୍‌ ସର୍ବାଧିକ ୧୫ ଦିନ କ୍ଷମତାରେ ରହିପାରିବେ ବୋଲି ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ମତ ଦେଇଛନ୍ତି।
ଇମ୍ରାନ୍‌ଙ୍କ ବିପକ୍ଷରେ ଅର୍ଥନୀତି ସଜାଡ଼ିବାରେ ଅକ୍ଷମତା ଓ ଦୁର୍ନୀତି ଉପରେ ନିୟନ୍ତ୍ରଣ ନ ଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ଏହାର ଜବାବରେ ଇମ୍ରାନ୍‌ କହିଛନ୍ତି, କିଛି ପ୍ରମାଣ ନ ଦେଖାଇ ତାଙ୍କୁ ଗାଦିଚ୍ୟୁତ କରିବା ଲାଗି ଆମେରିକା ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ରରେ ବିରୋଧୀ ସାମିଲ ଅଛନ୍ତି। ସେନାର ଲୋକସମ୍ପର୍କ ବିଭାଗ ମୁଖ୍ୟ ମେଜର ଜେନେରାଲ ବାବର ଇଫ୍‌ତିକାରଙ୍କ ମତରେ ଏହା ଏକ ରାଜନୈତିକ ପ୍ରକ୍ରିୟା ହୋଇଥିବାରୁ ଏଥିରେ ସେନାର କିଛି କରିବାର ନାହିଁ। ଇତିମଧ୍ୟରେ ସୁପ୍ରିମକୋର୍ଟ ସରକାରୀ ସଂସ୍ଥାଗୁଡ଼ିକ ଉପରେ କୌଣସି ପ୍ରକାର ଅସାମ୍ବିଧାନିକ ପଦକ୍ଷେପ ନ ନେବାକୁ କଟକଣା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ସୋମବାର ଉଭୟ ଶାସକ ଓ ବିରୋଧୀଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ଦେଇପାରନ୍ତି। ତେଣୁ ସୁପ୍ରିମକୋର୍ଟ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

 

ପାକିସ୍ତାନ ସଙ୍କଟ ଘଟଣାକ୍ରମ

୧୯୯୬: କ୍ରିକେଟର ଇମ୍ରାନ୍‌ ଖାନ୍‌ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ନାମରେ ଏକ ରାଜନୈତିକ ଦଳ ଗଠନ କଲେ, ଯାହାର ତାତ୍ପର୍ଯ୍ୟ ହେଉଛି ନ୍ୟାୟ ପାଇଁ ଆନ୍ଦୋଳନ।
୨୦୦୨: ଇମ୍ରାନ୍‌ ନ୍ୟାଶନାଲ ଅସେମ୍ବ୍ଲିକୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଲେ।
୨୦୧୩: ନ୍ୟାଶନାଲ ଆସେମ୍ବ୍ଲିକୁ ଇମ୍ରାନ୍‌ ପୁନଃ ନିର୍ବାଚିତ।
୨୦୧୮: ସାଧାରଣ ନିର୍ବାଚନରେ ପିଟିଆଇକୁ ସଫଳତା ମିଳିବାରୁ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହେଲେ।
୨୦୨୧ ମାର୍ଚ୍ଚ ୩: ବିରୋଧୀ ଦଳ ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନି ପାକିସ୍ତାନ ଅର୍ଥମନ୍ତ୍ରୀ ଅବ୍‌ଦୁଲ୍‌ ହାଫିଜ୍‌ ଶେଖ୍‌ଙ୍କୁ ସିନେଟ୍‌ ନିର୍ବାଚନରେ ହରାଇଲେ।
୨୦୨୧ ମାର୍ଚ୍ଚ ୬: ଅର୍ଥମନ୍ତ୍ରୀଙ୍କ ପରାଜୟକୁ ନେଇ ନ୍ୟାଶନାଲ ଆସେମ୍ବ୍ଲିରେ ଆଗତ ଅନାସ୍ଥା ଭୋଟରେ ଇମ୍ରାନ୍‌ ଜିତିଲେ।
୨୦୨୨ ମାର୍ଚ୍ଚ ୮: ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବା ଦର୍ଶାଇ ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ।
ମାର୍ଚ୍ଚ ୧୯: ପିଟିଆଇର ବିଦ୍ରୋହୀ ଏମ୍‌ପିମାନଙ୍କୁ ଇମ୍ରାନ୍‌ଙ୍କ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଗଲା।
ମାର୍ଚ୍ଚ ୨୦: ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ଲାଗି ମାର୍ଚ୍ଚ ୨୫ରେ ନ୍ୟାଶନାଲ ଆସେମ୍ବ୍ଲିର ଅଧିବେଶନ ପାଇଁ ବାଚସ୍ପତିଙ୍କ ସମନ।
ମାର୍ଚ୍ଚ ୨୩: ୩ ସହଯୋଗୀ ସରକାର ବିରୋଧରେ ଭୋଟ ଦେବା ନେଇ ସଙ୍କେତ ଦେବା ପରେ ଇମ୍ରାନ୍‌ ଇସ୍ତଫା ଦେବାକୁ ମନାକଲେ।
ମାର୍ଚ୍ଚ ୨୫: ବିନା ଅନାସ୍ଥା ପ୍ରସ୍ତାବରେ ନ୍ୟାଶନାଲ ଆସେମ୍ବ୍ଲି ଅଧିବେଶନ ସ୍ଥଗିତ କରାଗଲା।
ମାର୍ଚ୍ଚ ୨୭: ଇମ୍ରାନ୍‌ ଏକ ବିଶାଳ ରାଲିକୁ ସମ୍ବୋଧନ କରି ତାଙ୍କ ସରକାର ହଟାଇବା ପାଇଁ ବିରୋଧୀ ଶକ୍ତିଙ୍କ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଲେ।
ମାର୍ଚ୍ଚ ୨୮: ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ ଶରିଫ୍‌ ପାର୍ଲାମେଣ୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ।
ମାର୍ଚ୍ଚ ୩୦: ଅନାସ୍ଥା ଭୋଟ ପୂର୍ବରୁ ସହଯୋଗୀମାନେ ହାତ ଛାଡ଼ିଦେବା ପରେ ଇମ୍ରାନ୍‌ ସରକାର ସଂଖ୍ୟାଲଘୁରେ ପରିଣତ ହେଲେ।
ମାର୍ଚ୍ଚ ୩୧: ପୁନର୍ବାର ଅନାସ୍ଥା ଉପରେ ବିତର୍କ ପାଇଁ ପାର୍ଲାମେଣ୍ଟ ଅଧିବେଶନ ଡକାଗଲା।
ଏପ୍ରିଲ ୧: ଇମ୍ରାନ୍‌ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ବ୍ୟକ୍ତ କଲେ। କହିଲେ, ସେ ଭୟଭୀତ ନୁହନ୍ତି। ଶେଷ ପର୍ଯ୍ୟନ୍ତ ଏକ ସ୍ବାଧୀନ ଓ ଗଣତାନ୍ତ୍ରିକ ପାକିସ୍ତାନ ପାଇଁ ଲଢ଼େଇ ଜାରି ରଖିବେ।
ଏପ୍ରିଲ ୩: ଉପବାଚସ୍ପତି କାସିମ୍‌ ସୁରି ଅନାସ୍ଥା ପ୍ରସ୍ତାବକୁ ଖାରଜ କଲେ। ଇମ୍ରାନ୍‌ଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ନ୍ୟାଶନାଲ ଆସେମ୍ବ୍ଲିକୁ ଭଙ୍ଗ କଲେ।

ଷଡ଼ଯନ୍ତ୍ର ପଛରେ ଆମେରିକା କୂଟନୀତିଜ୍ଞ ଲୁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ତାଙ୍କ ବିରୋଧରେ ହୋଇଥିବା ‘ବିଦେଶୀ ଷଡ଼ଯନ୍ତ୍ର’ରେ ଆମେରିକାର ବରିଷ୍ଠ କୂଟନୀତିଜ୍ଞ ଡୋନାଲ୍ଡ ଲୁଙ୍କ ସମ୍ପୃକ୍ତି ଆଭିଯୋଗ ଆଣିଛନ୍ତି। ପିଟିଆଇ ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଅଣାଯିବାରେ ବିଦେଶୀ ଷଡ଼ଯନ୍ତ୍ର କାମ କରିଛି। ଏହି ବିଷୟ ଜାତୀୟ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଆମେରିକା ପରରାଷ୍ଟ୍ର ବିଭାଗର ଦକ୍ଷିଣ ଏସିଆ ବ୍ୟାପାର ମୁଖ୍ୟ ତାଙ୍କ ସରକାର ପତନ ଷଡ଼ଯନ୍ତ୍ରରେ ଜଡ଼ିତ। ଆଭ୍ୟନ୍ତରୀଣ ରାଜନୀତିରେ ବିଦେଶୀ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଦେଶବାସୀ ଏହାକୁ ବିରୋଧ କରନ୍ତୁ। ଇମ୍ରାନ୍‌ଙ୍କ ଏଭଳି ଦାବିକୁ ଆମେରିକା ଖଣ୍ଡନ କରିଥିବେଳେ ବିରୋଧୀ ଉପହାସ କରିଛନ୍ତି।

ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହୋଇ ରହିନାହାନ୍ତି: କ୍ୟାବିନେଟ ଡିଭିଜନ୍‌

ନ୍ୟାଶନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଆଉ ପ୍ରଧାନମନ୍ତ୍ରୀ ହୋଇ ରହିନାହାନ୍ତି ବୋଲି ଦେଶର କ୍ୟାବିନେଟ ଡିଭିଜନ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ସମ୍ବିଧାନର ଅନୁଚ୍ଛେଦ ୨୨୪ ଅନୁସାରେ ଥରେ ନୋଟିଫିକେଶନ୍‌ ଜାରି ହେବା ପରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ଇମ୍ରାନ୍‌ ସର୍ବାଧିକ ୧୫ ଦିନ ପାଇଁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ରହିପାରିବେ।

ଜଣେ କାମଚଳା ପ୍ରଧାନମନ୍ତ୍ରୀଙ୍କୁ କିପରି ନିଯୁକ୍ତି ଦିଆଯିବ ସେନେଇ ସ୍ପଷ୍ଟତା ନାହିଁ। କାରଣ କାମଚଳା ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଉଥିବା ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ମଧ୍ୟ ପାର୍ଲାମେଣ୍ଟ ଭଙ୍ଗ ପରେ ନିଜ ପଦ ହରାଇଛନ୍ତି।

ଇମ୍ରାନ୍‌ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାମ ଚଳାନ୍ତି ତେବେ ଏକ ନିର୍ବାଚିତ ସରକାର ମୁଖ୍ୟଙ୍କ ଭଳି ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ।

ରେକର୍ଡ ମାଗିଲେ ସୁପ୍ରିମକୋର୍ଟ

ହାଇ ପଲିଟିକାଲ ଡ୍ରାମାର ଅସଲ ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବ। ଏହା ପୂର୍ବରୁ ୫ ଜଣିଆ ଖଣ୍ଡପୀଠ ନ୍ୟାଶନାଲ ଆସେମ୍ବ୍ଲିର ରେକର୍ଡ ମଗାଇଛନ୍ତି। ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ୍‌, ବାର୍‌ କାଉନ୍‌ସିଲ, ପ୍ରତିରକ୍ଷା ସଚିବ, ଗୃହ ସଚିବ, ପଞ୍ଜାବର ଆଡ୍‌ଭୋକେଟ ଜେନେରାଲ ଏବଂ ସମସ୍ତ ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଟର୍ନି ଜେନେରାଲ ଖାଲିଦ୍‌ ଜାଓ୍ବେଦ୍‌ ଖାନ୍‌ଙ୍କୁ ମଧ୍ୟ ନୋଟିସ୍‌ କରାଯାଇଛି। ଏହି ପଦକ୍ଷେପ ଉପରେ ସ୍ଥଗିତାଦେଶ ଜାରି ପାଇଁ ପ୍ରାର୍ଥନାକୁ ସୁପ୍ରିମକୋର୍ଟ ମନା କରିବା ସହ ପାର୍ଲାମେଣ୍ଟ ଭଙ୍ଗ ବେଳର ରେକର୍ଡ ସୋମବାର ସୁଦ୍ଧା ଦାଖଲ ନିର୍ଦ୍ଦେଶ ଦେଇଛନ୍ତି।

 

ଇମ୍ରାନ୍‌ ଖାନ୍‌ ମିନି ଟ୍ରମ୍ପ୍‌

ଟୁଇଟର୍‌ରେ ଇମ୍ରାନ୍‌ ଖାନ୍‌ଙ୍କୁ ମିନି ଟ୍ରମ୍ପ୍‌ ଭାବେ ଅଭିହିତ କରିଛନ୍ତି ତାଙ୍କ ପୂର୍ବତନ ସ୍ତ୍ରୀ ରେହମ୍‌ ଖାନ୍‌। ଏହି ମିନି ଟ୍ରମ୍ପ୍‌ ଲୋକଙ୍କୁ ହିଂସା ପାଇଁ ଉସୁକାଇବାରୁ କ୍ଷାନ୍ତ ରୁହନ୍ତୁ। ଘରେ ନିଅଁା ଲଗାଇବା ତାଙ୍କ ସ୍ବାର୍ଥପରତା ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri