ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି ଘଟିଥିବା ଭୂମିକମ୍ପଗୁଡ଼ିକ ପରମାଣୁ ପରୀକ୍ଷଣ ଯୋଗୁଁ ହୋଇଛି। କିନ୍ତୁ ଏହାକୁ ନେଇ ଭାରତର ଜାତୀୟ ଭୂକମ୍ପବିଜ୍ଞାନ କେନ୍ଦ୍ର (ଏନସିଏସ) ବଡ଼ ବୟାନ ଦେଇଛି।

ଏନସିଏସ ନିର୍ଦ୍ଦେଶକ ଓ. ପି. ମିଶ୍ର କହିଛନ୍ତି ଯେ, ସୋମବାର ମଧ୍ୟାହ୍ନ ୧:୨୬ରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ପୀର ଜୋଙ୍ଗାଲ ନିକଟରେ ୪.୬ ମ୍ୟାଗ୍ନିଚ୍ୟୁଡ ଶକ୍ତିର ଏକ ଭୂମିକମ୍ପ ରେକର୍ଡ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ମୁଖ୍ୟ କେନ୍ଦ୍ରୀୟ ଥ୍ରଷ୍ଟ ନାମକ ଭୂତାକ୍ତିକ ଫଲ୍ଟଲାଇନ ନିକଟରେ ଥିଲା, ଯାହା ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା।

ଏନସିଏସ ମୁଖ୍ୟ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ, ଗତ ତିନି ଦିନରେ ପାକିସ୍ତାନରେ ହୋଇଥିବା ଭୂମିକମ୍ପଗୁଡ଼ିକ ବିଭିନ୍ନ ସ୍ଥାନରେ ଘଟିଛି ଏବଂ ଏକାଧିକ ପରମାଣୁ ସ୍ଥାପନା ଏତେ ବିସ୍ତୃତ ଅଞ୍ଚଳରେ ଥାଇପାରେ ନାହିଁ। ସେ କହିଛନ୍ତି, ପାକିସ୍ତାନ ଭାରତୀୟ ଓ ଇଉରେସିଆନ ଟେକ୍ଟୋନିକ ପ୍ଲେଟ୍ର ସକ୍ରିୟ ସୀମାରେ ଅବସ୍ଥିତ, ଯେଉଁଠାରେ ବାଲୁଚିସ୍ତାନ, ଖୈବର ପାଖତୁନଖୱା ଓ ଗିଲଗିଟ-ବାଲଟିସ୍ତାନ ପରି ଅଞ୍ଚଳରେ ନିୟମିତ ଭୂମିକମ୍ପ ହୋଇଥାଏ। ସାମାଜିକ ଗଣମାଧ୍ୟମରେ କେତେକ ବ୍ୟବହାରକାରୀ ଦାବି କରିଥିଲେ ଯେ, ଏହି ଭୂମିକମ୍ପ ପାକିସ୍ତାନର ପରମାଣୁ ସ୍ଥାପନାରେ ଘଟିଥିବା ଘଟଣା କିମ୍ବା ଭାରତର ‘ଅପରେସନ ସିନ୍ଦୁର’ ସହ ଜଡ଼ିତ। ଏହାକୁ ଖଣ୍ଡନ କରି ଏନସିଏସ କହିଛି ଯେ, ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଭୂମିକମ୍ପ ଏବଂ ଏହାର ପରମାଣୁ ପରୀକ୍ଷଣ ସହ କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri