ଭୂକମ୍ପ ମୃତ୍ୟୁ ୩୭ ହଜାର ଟପିଲା

ଆଡିୟାମାନ (ତୁର୍କୀ),୧୪।୨ : ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପକୁ ୧୭୪ ଘଣ୍ଟାରୁ ଅଧିକ ସମୟ ବିତିଥିବାବେଳେ ଏବେ ବି ଭଗ୍ନାବଶେଷ ତଳୁ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି। ଇତିମଧ୍ୟରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। କେବଳ ତୁର୍କୀରେ ମୃତ୍ୟୁସଂଖ୍ୟା ୩୧,୬୪୩ରେ ପହଞ୍ଚିବାବେଳେ ସିରିଆରେ ୫,୭୧୪ ଜଣଙ୍କ ଜୀବନ ଯାଇଛି। ଭଗ୍ନାବଶେଷ ତଳୁ ଅଧିକ ମୃତଦେହ ମିଳୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି। ଭୂକମ୍ପରୁ ବର୍ତ୍ତିଯାଇଥିବା ଲୋକମାନେ ଶୂନ ଡିଗ୍ରୀ ତାପମାତ୍ରାରେ ଏବେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଭୂକମ୍ପ ବିପର୍ଯ୍ୟୟ ଅଞ୍ଚଳରୁ ବିପନ୍ନମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସେମାନଙ୍କ ନିଖୋଜ ଆତ୍ମୀୟଙ୍କୁ ଫେରିପାଇବା ଆଶାରେ ଭଙ୍ଗା ଘରେ ଅପେକ୍ଷା କରି ରହିଛନ୍ତି। ପ୍ରଥମ ଭୂକମ୍ପର ୧୭୪ ଘଣ୍ଟା ପରେ ସୋମବାର ଉଦ୍ଧାରକାରୀମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଗାଜିଆଣ୍ଟେପ୍‌ ପ୍ରଦେଶର ଏକ ୫ ମହଲା ବିଲ୍ଡିଂର ଭଗ୍ନାବଶେଷ ତଳୁ ବାହାର କରିଛନ୍ତି। ସେହିପରି ଅନ୍ୟ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଆଦିୟାମେନ୍‌ ପ୍ରଦେଶରୁ ଉଦ୍ଧାର କରାଯାଇଛି। ସିରିଆକୁ ବିଶେଷ ସହାୟତା ମିଳୁ ନ ଥିବାବେଳେ ସେଠାର ବିପନ୍ନମାନେ ରିଲିଫ ପାଇବା ପାଇଁ ସଂଘର୍ଷ ଚଳାଇଛନ୍ତି।
ଭୂକମ୍ପର ସପ୍ତାହେ ପରେ ମଧ୍ୟ ଅନେକ ବାସହରା ଲୋକେ ରାସ୍ତାରେ ପଡ଼ିରହିଛନ୍ତି। କେତେଜଣ ସେମାନଙ୍କ ଆତ୍ମୀୟମାନଙ୍କୁ ଫେରିପାଇବା ଲାଗି ଭୁଶୁଡ଼ି ପଡ଼ିଥିବା ଘର ଆଗରେ ଅପେକ୍ଷା କରି ରହିଛନ୍ତି। ଭୂକମ୍ପ କେନ୍ଦ୍ରସ୍ଥଳଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ମାଲାତ୍ୟା ପ୍ରଦେଶର ପୋଲାଟ ଗ୍ରାମରେ ଗୋଟିଏ ବି ଘର ବର୍ତ୍ତିନାହିଁ। ସ୍ଥାନୀୟ ଲୋକେ ଭଙ୍ଗା ଘର ମଧ୍ୟରୁ ରେଫ୍ରିଜରେଟର, ଓ୍ବାଶିଂ ମେଶିନ୍‌ ଆଦି ଆସବାବପତ୍ର ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଯଥେଷ୍ଟ ଟେଣ୍ଟ ଯୋଗାଇ ଦିଆଯାଇ ନ ଥିବାରୁ ଗୋଟିଏ ଗୋଟିଏ ଟେଣ୍ଟରେ ୩ରୁ ୪ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri