ଯାତ୍ରାରୁ ରୋଜଗାର

ଡ. ପ୍ରମୋଦ କୁମାର ପଣ୍ଡା

ଉତ୍କଳ ହେଉଛି ଉତ୍କୃଷ୍ଟ କଳାର ଦେଶ। କେଉଁ ଆଦିମ କାଳରୁ ଆମ ରାଜ୍ୟରେ କଳା ସଂସ୍କୃତିକୁ ଉଚ୍ଚସ୍ଥାନ ଦିଆଯାଇ ଆସୁଛି। ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ମଧ୍ୟ ଓଡ଼ିଶାର ନାଟ୍ୟ କଥା ଉଲ୍ଲେଖ ଅଛି। ସେଥିପାଇଁ ଭାରତର ଏହି ଭୂଖଣ୍ଡ ଏକ ଶାସ୍ତ୍ରୀୟ ଭାଷା, ଶାସ୍ତ୍ରୀୟ ନୃତ୍ୟ ଏବଂ ଶାସ୍ତ୍ରୀୟ ଗାନ (ଓଡ଼ିଶୀ ଗାନ ଶାସ୍ତ୍ରୀୟତା ପାଇଁ ବିଚାରାଧୀନ ଅଛି) ସମଗ୍ର ବିଶ୍ୱକୁ ଉପହାର ସ୍ବରୂପ ଦାନ କରିଛି। ଆମ ଲୋକନୃତ୍ୟ, ଲୋକ ଗୀତ, ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ, ଚଉତିଶା, ଓଡ଼ିଶୀ ନୃତ୍ୟ, ଆମ କାବ୍ୟରେ ପ୍ରକୃତି ବର୍ଣ୍ଣନା; ଆମର ନାଟକ, ରଙ୍ଗମଞ୍ଚ ପ୍ରଭୃତିରେ ପ୍ରାଚୀନ ଓ ପ୍ରବହମାନ କଳାର ଝଲକ ସ୍ପଷ୍ଟ ବାରିହୋଇପଡ଼େ। ସିନେମା ବା ଚଳଚ୍ଚିତ୍ରର ବହୁ ପୂର୍ବରୁ ଆମ ରାଜ୍ୟରେ ପାଲା, ଦାସକାଠିଆ, ଘୋଡ଼ା ନାଚ, ଡ୍ରାମା ଇତ୍ୟାଦିର ଖୁବ୍‌ ପ୍ରଚଳନ ଥିଲା। ଯାତ୍ରାର ଅଭ୍ୟୁଦୟ ଓ ପ୍ରଚାର ପ୍ରସାର ଦ୍ୱାରା ଏହା ଚଳଚ୍ଚିତ୍ରର ଏକ ବିକଳ୍ପ ଭାବେ ଠିଆ ହେଲା। ଯାତ୍ରା ଓଡ଼ିଶାର ଘରେ ଘରେ ଆଦୃତିଲାଭ କରିଥିଲା। ଫଳରେ ଯାତ୍ରାର ହଜାର ହଜାର କଳାକାର ଏବଂ ତାଙ୍କ ସହଯୋଗୀ ରୋଜଗାର ପାଇବାରେ ସକ୍ଷମ ହେଉଥିଲେ। ପରବର୍ତ୍ତୀ ସମୟରେ ଯାତ୍ରା ଦଳରେ ବିଭିନ୍ନ ପରିବର୍ତ୍ତନ ପରିଲକ୍ଷିତ ହେଲା। ଯାତ୍ରାକୁ ଅଧିକ ଯୁବାଭିମୁଖୀ କରିବା ପାଇଁ ଏଥିରେ ଆଧୁନିକତାର ମିଶ୍ରଣ ହେଲା। ଫଳରେ ଯାତ୍ରାଟି ଯୁବା ଗୋଷ୍ଠୀଙ୍କର ଆଦୃତି ଲାଭ କଲେ ମଧ୍ୟ ପରିବାରର ସମସ୍ତଙ୍କର ମନୋରଞ୍ଜନ କଲାଭଳି ମାଧ୍ୟମ ହୋଇପାରୁ ନାହିଁ। ତଥାପି ଯାତ୍ରା ଦେଖିବା ନିଶା ଲୋକଙ୍କଠାରୁ ଦୂରେଇ ଯାଇନାହିଁ।
ସମଗ୍ର ଉତ୍ତର ଭାରତ ବା ହିନ୍ଦୀ ଭାଷା ବୁଝୁଥିବା କ୍ଷେତ୍ରରେ ଜନ ସଂଖ୍ୟାର ସିଂହଭାଗ ଲୋକ ବାସ କରନ୍ତି। ସେମାନଙ୍କ ରାଜ୍ୟରେ ଛୋଟ ମୋଟ ନୃତ୍ୟ ଗୀତ କାର୍ଯ୍ୟକ୍ରମ ବା କଓ୍ବାଲି କିମ୍ବା ରାମଲୀଳା ଆଦିକୁ ବାଦ୍‌ଦେଲେ ଓଡ଼ିଶାର ଯାତ୍ରା ପାର୍ଟି ଭଳି ସେମିତି କିଛି ସମ୍ପୂର୍ଣ୍ଣ ମନୋରଞ୍ଜନର ବଡ଼ ମାଧ୍ୟମ ନ ଥାଏ। ଓଡ଼ିଶାରେ ଆଉ ଏକ ଲାଭ ହେଉଛି ଏଠାରେ ସବୁ ଗାୟକ, ସଂଳାପକ ହିନ୍ଦୀ ଭାଷାରେ ଅତି ସହଜରେ ଗାଇ ପାରନ୍ତି ଓ କହିପାରନ୍ତି। କାରଣ ହିନ୍ଦୀ, ଓଡ଼ିଆ ଓ ସଂସ୍କୃତ ସବୁ ସାମଞ୍ଜସ୍ୟ ଥିବା ଭାଷା ସମୂହ। ଆମେ ଯଦି ଓଡ଼ିଆ ନାଟକଗୁଡ଼ିକୁ ହିନ୍ଦୀ ଭାଷାରେ ଅଭ୍ୟାସ କରି ଅଭିନୟ କରିବା, ତା’ ହେଲେ ଏହା ହିନ୍ଦୀ ଅଞ୍ଚଳରେ ଜନାଦୃତି ପାଇପାରିବ। ତା’ଛଡ଼ା ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାର ବହୁଳ ଆଦୃତି ଦେଖିବାକୁ ମିଳିବ, କାରଣ ସେଠାରେ ଏପରି ଯାତ୍ରା ଜଗତ ନାହିଁ। ସେମାନେ ଏହାକୁ ଅତ୍ୟନ୍ତ ପସନ୍ଦ କରିବେ ଓ ଦେଖିବେ। ଏହା ଦ୍ୱାରା ଆମ କଳା ସଂସ୍କୃତିର ପ୍ରଚାର ହେବା ସହିତ ଓଡ଼ିଆ କଳାକାରମାନଙ୍କୁ ପ୍ରଚୁର ରୋଜଗାର ମଧ୍ୟ ମିଳିପାରିବ। ଏହାକୁ ଅସମ୍ଭବ କିମ୍ବା ଦୁଃସାହସ ବୋଲି ଭାବିବା ଠିକ୍‌ ହେବ ନାହିଁ। କାରଣ ଅତୀତରେ ଆମ ଓଡ଼ିଆ ପୁଅ ବାଲି, ଭିଏତନାମ୍‌, ଜାଭା, ସୁମାତ୍ରା ପ୍ରଭୃତି ସ୍ଥାନକୁ ଯାଇ ଆମ କଳା ସଂସ୍କୃତି, ଭାସ୍କର୍ଯ୍ୟ ପ୍ରଭୃତିକୁ ପ୍ରଚାର ପ୍ରସାର କରିବାରେ ସଫଳ ହୋଇଥିଲେ। ଏବେ ବି ଦେଶର ବିଭିନ୍ନ ଭାଗ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ବିଷୟରେ ଅଜ୍ଞ। ଲେଖକ ନିଜେ ଭାରତର ବିଭିନ୍ନ ରାଜ୍ୟରେ ସେବା ପ୍ରଦାନର ଅନୁଭୂତିରୁ ଏହା ଜାଣିବାକୁ ପାଇଛି। ସେମାନେ ଆମକୁ ଏକ ଗରିବ, ଶ୍ରମିକ ଯୋଗାଣ ରାଜ୍ୟ ଭାବେ ଜାଣିଛନ୍ତି।
ସେମାନେ ଆମକୁ ମାନସିକ ସ୍ତରରେ ଗ୍ରହଣ କରିପାରୁ ନାହାନ୍ତି। ଓଡ଼ିଶାର ରସଗୋଲାର ବୌଦ୍ଧିକ ଅଧିକାର ସୁରକ୍ଷା ସମୟରେ ଉଭୟ ଦିଲ୍ଲୀ ଓ ଚେନ୍ନାଇ ପେଟେଣ୍ଟ ଅଫିସ୍‌ରେ ଏହି ଲେଖକଙ୍କୁ, ଅନ୍ୟମାନଙ୍କର ଓଡ଼ିଶା ଉପରେ ଥିବା ଧାରଣାକୁ ବଦଳାଇବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା ଓ ଶେଷରେ ଜୟଯୁକ୍ତ ମଧ୍ୟ ହୋଇଥିଲେ। ତେଣୁ ଆସନ୍ତୁ ସମସ୍ତେ ମିଶି ଓଡ଼ିଆ ଐତିହ୍ୟ, କଳା ଓ ସଂସ୍କୃତିକୁ ଓଡ଼ିଶା ବାହାରକୁ ନେବାକୁ ଚେଷ୍ଟା କରିବା। ଓଡ଼ିଆ ଯାତ୍ରାର ହିନ୍ଦୀ ସଂସ୍କରଣ ହେଲେ ନିଶ୍ଚିତ ରୂପେ ଆମ କଳା ସଂସ୍କୃତିକୁ ପ୍ରଚାର କରିବା ସହିତ ପ୍ରଚୁର ଅର୍ଥ ମଧ୍ୟ ରୋଜଗାର କରିବାରେ ଓଡ଼ିଆମାନେ ସକ୍ଷମ ହେବେ। ଆସନ୍ତୁ ସରକାରୀ କିମ୍ବା ବେସରକାରୀ ମାଧ୍ୟମରେ ଯାତ୍ରା ପାର୍ଟିକୁ ଏଥିପାଇଁ ଉତ୍ସାହିତ କରିବା। ଆବଶ୍ୟକ ପଡ଼ିଲେ ଛୋଟ ମୋଟ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବା। ଅନ୍ୟ ରାଜ୍ୟରେ ଧୀରେ ଧୀରେ ଯାତ୍ରା ଆଦର ଲାଭ କରିବ ଓ ଉତ୍କଳୀୟ କଳା ସଂସ୍କୃତିର ପ୍ରଚାର ପ୍ରସାର ହେବ।
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri