କଅଁଳ ବୟସରେ ପେଟ ଚିନ୍ତା

ଭଞ୍ଜନଗର,୩ା୩(ଡି.ଏନ.ଏ) ରୋଗରେ ପଡ଼ି ମା’ ଚାଲିଗଲା ପରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ବାପା ଠିକ୍‌ ଭାବେ ପଚାରିଲେନି। ମା’ ଛେଉଣ୍ଡ ଏହି ପିଲାମାନେ ଏବେ ଆଈଙ୍କ ପାଖରେ ଅଛନ୍ତି। ଆଈ ଜାଳେଣି କାଠ ବିକି ପରିବାର ଚଳାଉଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବଡ଼ ନାତୁଣିକୁ ମଧ୍ୟ ଉଉଣୀ ଭାଇ ଓ ଆଈଙ୍କ ପେଟ ପୋଷିବା ଚିନ୍ତା ଘାରିଛି। ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଜଗନ୍ନାଥପ୍ରସାଦ ବ୍ଲକ ନିମପଦରର ଲକ୍ଷ୍ମୀ ନାୟକଙ୍କ କୌଣସି ଏକ ରୋଗରେ ବର୍ଷକ ତଳେ ମୃତ୍ୟୁ ଘଟିଛି। ୩ ପିଲାଙ୍କୁ ବାପା ଠିକ୍‌ ଭାବେ ପଚାରି ନ ଥିଲେ। ତେଣୁ ଲକ୍ଷ୍ମୀଙ୍କ ମା’ ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିର ପଙ୍କଜ ନାଇକ ନାତି ନାତୁଣିଙ୍କୁ ଘରକୁ ନେଇ ଆସିଥିଲେ। ବିଧବା ପଙ୍କଜ ଜାଳେଣି କାଠ ବିକି ଏବେ ପରିବାର ଚଳାଇବା ସହ ନାତି ନାତୁଣୀଙ୍କ କଥା ମଧ୍ୟ ବୁଝୁଛନ୍ତି । ଆଈଙ୍କୁ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ କରିବା ପାଇଁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବଡ଼ନାତୁଣି ନନ୍ଦିନୀ ମଝିରେ ମଝିରେ ଜଙ୍ଗଲକୁ କାଠ ପାଇଁ ଯାଉଛନ୍ତି। ନନ୍ଦିନୀ କାଠ ମୁଣ୍ଡାଇ ଭଞ୍ଜନଗର-ଆସିକା ଜାତୀୟ ରାଜପଥରେ ଆସୁଥିବା ବେଳେ ଜଣେ ସାମାଜିକ କର୍ମୀ ତାଙ୍କ ଫଟୋ ଉଠାଇ ସେ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏହି ଫଟୋ ଭାଇରାଲ ସହ ବିଭିନ୍ନ ମନ୍ତବ୍ୟ ଆସିଥିଲା। ଏ ନେଇ ନନ୍ଦିନୀଙ୍କ ଆଈ ପଙ୍କଜଙ୍କୁ ପଚାରିବାରେ ସେ କହିଛନ୍ତି, ଝିଅ ମୃତ୍ୟୁ ପରେ ଜ୍ୱାଇଁ ପିଲାମାନଙ୍କୁ ନ ପଚରିବାରୁ ସେମାନଙ୍କୁ ଆଣି ଘରେ ରଖିଛି। ଗତ ମାସରେ ଝିଅର ଶ୍ରାଦ୍ଧ ପାଇଁ ତାଙ୍କ ଘରକୁ ଯାଇ ସମସ୍ତ କାମ କରି ପୁଣି ନାତି ନାତୁଣିକୁ ଧରି ଗାଁକୁ ଆସିଲି। ଜଙ୍ଗଲକୁ କାଠ ପାଇଁ ଯିବାବେଳେ ଘରେ ନାତି ନାତୁଣିକୁ ଛାଡ଼ି ଯାଉଛି । ବଡ଼ ନାତୁଣି ବେଳେ ବେଳ ଜଙ୍ଗଲକୁ ଯାଇ କାଠ ଆଣୁଛି । ବିଧବା ଭତ୍ତା ଓ ଅନ୍ୟ ସରକାରୀ ସୁବିଧା ପାଉଥିଲେ ବି ତାହା ଅଣ୍ଟୁନି ବୋଲି ପଙ୍କଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଯୁବକ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସୋମବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri