‘ଅଦ୍ୱିକା ଆପ୍‌’ ମାଧ୍ୟମରେ ଜୀବନକୌଶଳ ଶିକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ):ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ‘ଅଦ୍ୱିକା ଆପ୍‌’। ବୁଧବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉନ୍ମୋଚନ କରିଛନ୍ତି। ୨୦୨୦ ଅକ୍ଟୋବରରେ ଆରମ୍ଭ ହୋଇଥିବା ଅଦ୍ୱିକା କାର୍ଯ୍ୟକ୍ରମ ଅଦ୍ୟାବଧି ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପହଞ୍ଚତ୍ପାରିଛି। ୧୨ ଲକ୍ଷ କିଶୋରୀକିଶୋରଙ୍କ ଦକ୍ଷତା, ଶିକ୍ଷା, ଜୀବନକୌଶଳ ଆଦିରେ ଉନ୍ନତି ଅଣାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି। ସେମାନେ ଏହି ବୈଷୟିକ ଜ୍ଞାନ କୌଶଳ ସମେତ ଆପ୍‌ ମାଧ୍ୟମରେ ଜୀବନ କୌଶଳ ସମ୍ପର୍କରେ ଶିକ୍ଷା ଲାଭ କରିବା ସହିତ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ ଓ ସୁଦୃଢ଼ କରାଯିବ। କିଶୋରୀକିଶୋରଙ୍କ ନେତୃତ୍ବ ବିକାଶ ପାଇଁ ବିବିଧ କାର୍ଯ୍ୟକ୍ରମ କରାଯିବ। ବିଭାଗ ଓ ଆମ ସମସ୍ତଙ୍କ ସହଯୋଗରେ ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ କରିବାରେ ସଫଳ ହୋଇପାରିବା ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, କିଶୋରୀକିଶୋରମାନେ ହେଉଛନ୍ତି ସମାଜର ସର୍ବୋତ୍କୃଷ୍ଟ ସମ୍ବଳ। ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଭାଗ ବଦ୍ଧ ପରିକର। ଅଦ୍ୱିକା କାର୍ଯ୍ୟକ୍ରମ ଜରିଆରେ ୨୦୨୧-୨୨ ବର୍ଷରେ ୧୭୩୭ଟି ବାଲ୍ୟବିବାହକୁ ରୋକାଯିବା ସହ ପାଖାପାଖି ୧୨ ହଜାର ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଯାଇଛି। ଅଦ୍ୟାବଧି ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ୧୭ରୁ ୧୯ ବର୍ଷର ୧୩,୬୧୪ଜଣ କିଶୋରୀକିଶୋରଙ୍କୁ ଦୀନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଓ କୌଶଳ ବିକାଶ ମିଶନରେ ସାମିଲ କରାଯାଇ ସେମାନଙ୍କ ଦକ୍ଷତା ଓ କୌଶଳ ବିକଶିତ କରାଯାଇ ସ୍ବାବଲମ୍ବୀ କରାଯାଇପାରିଥିବା ସୂଚନା ଦିଆଯାଇଛି।କ ଏହି ଆପ୍‌କୁ ୟୁନିସେଫ୍‌, ୟୁୱାହ ଓ ମାଇକ୍ରୋସଫ୍ଟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟକ୍ରମରେ ୟୁନିସେଫ୍‌ ଭାରତର ୟୁୱାହ ମୁଖ୍ୟ ଧୂୱାରାଖା ଶ୍ରୀରାମ, ମାଇକ୍ରୋସଫ୍ଟ ଫିଲାନ୍‌ଥ୍ରୋପିସ୍‌ର ନିର୍ଦ୍ଦେଶକ ମଞ୍ଜୁ ଦାସମାନା ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲାର ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ କିଶୋରୀକିଶୋର ଯୋଗଦେଇ ଅନୁଭୂତି ଉପସ୍ଥାପନ କରିଥିଲେ। ଏହି ଆପ୍‌ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri