ସବୁଠି ପହଞ୍ଚତ୍ପାରୁନି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସ୍ମାର୍ଟସିଟିବାସୀଙ୍କୁ ସ୍ମାର୍ଟ ଜୀବନଶୈଳୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିମଳ ରକ୍ଷା ଉପରେ ଗୁରୁତ୍ୱ ଦେଉଛି। ସହରକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ସହ କୋଣ ଅନୁକୋଣରୁ ବର୍ଜ୍ୟ ପରିଚାଳନା ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ ହେଉଛି। ମାତ୍ର କିଛିଦିନର ବ୍ୟବଧାନ ପରେ ସେହି ଯୋଜନା ଆଉ କାର୍ଯ୍ୟକାରୀ ହେଉନାହିଁ। ଘରୁ ବାହାରୁଥିବା ଇ-ବର୍ଜ୍ୟର ପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା ହୋଇଥିଲା। ପ୍ରତି ଘରୁ ଓଦା-ଶୁଖିଲା ଅଳିଆ ପୃଥକ ଭାବେ ସଂଗ୍ରହ କରୁଥିବା ସଫେଇ କର୍ମୀ ପ୍ରତି ଶନିବାର ଇ-ବର୍ଜ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ ଜୁଲାଇ ୨୪ରେ ଏହି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଅଭିଯାନ ମହାନଗର ନିଗମାଞ୍ଚଳର କିଛି ଓ୍ବାର୍ଡରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସବୁ ଓ୍ବାର୍ଡରେ ପହଞ୍ଚତ୍ପାରି ନାହିଁ। ବର୍ତ୍ତମାନ ଏହି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ନିଷ୍କ୍ରିୟ ହୋଇପଡ଼ିଛି। ଘରୁ ବାହାରୁଥିବା ଇ-ଖେଳଣା, ବ୍ୟାଟେରି ଚାଳିତ ଖେଳଣା, ଅନାବଶ୍ୟକ ବିଭିନ୍ନ ଇଲେକ୍ଟ୍ରିକାଲ ସାମଗ୍ରୀ, ଅବ୍ୟବହୃତ ମୋବାଇଲ୍‌, ଚାର୍ଜର, କମ୍ପ୍ୟୁଟର ଆଦି ସାମଗ୍ରୀ ଲୋକମାନେ ସାଧାରଣତଃ ନ ଫୋପାଡ଼ି ଘରେ ରଖିଥାନ୍ତି। ତେବେ ଏହି ଅଭିଯାନ ଦ୍ୱାରା ସହରରୁ ବାହାରୁଥିବା ଏହି ବର୍ଜ୍ୟ ପରିଚାଳନା ସରଳ ହୋଇପାରିବ ବୋଲି ଆଶା କରାଯାଉଥିଲା। ତେବେ ଏହି ଅଭିଯାନ ଠିକ୍‌ ଭାବେ ସବୁ ଓ୍ବାର୍ଡରେ ପହଞ୍ଚତ୍ ନ ଥିବାରୁ ଏବେ ଶନିବାର ମଧ୍ୟ ଅନ୍ୟ ଦିନ ପରି କେବଳ ଓଦା-ଶୁଖିଲା ଆବର୍ଜନା ସଂଗ୍ରହ କରାଯାଉଛି। ରାଜଧାନୀବାସୀ ଏହି ସବୁ ଇ- ଆବର୍ଜନାକୁ ଶୁଖିଲା ବର୍ଜ୍ୟ ସହ ଦେଉଛନ୍ତି। ଫଳସ୍ବରୂପ ପୂର୍ବଭଳି ଆବର୍ଜନା ମଧ୍ୟରୁ ଇ-ଆବର୍ଜନା ପୃଥକ କରିବାରେ ଅଧିକ ସମ୍ବଳ ବିନିଯୋଗ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଇ-ବର୍ଜ୍ୟରେ ଅନେକ ରସାୟନ ରହୁଥିବାରୁ ଏହା ପରିବେଶ ପାଇଁ ଅନ୍ୟ ଆବର୍ଜନା ତୁଳନାରେ ଅଧିକ ହାନିକାରକ। ସେହିପରି ବେଶି ଦିନ ଘରେ ଅବ୍ୟବହୃତ ଇ-ବର୍ଜ୍ୟ ରହିବା ଦ୍ୱାରା ମଧ୍ୟ ଅନେକ ବିପଦର ଆଶଙ୍କା ରହିଥାଏ। ତେଣୁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସବୁ ମହଲରେ ସ୍ବାଗତ କରାଯିବା ସହ ଏହାଦ୍ୱାରା ରାଜଧାନୀବାସୀ ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ପୋଷ୍ଟର ଲଗାଇ ଓ୍ବାର୍ଡ ଓ୍ବାର୍ଡ ବୁଲି ଯେପରି ସଚେତନ କରାଯାଉଥିଲା ସେଇ ଅନୁରୂପ ଯୋଜନା କାର୍ଯ୍ୟକାରୀ ନ ହେବା ପରେ ସହରବାସୀଙ୍କୁ ବିଏମ୍‌ସି ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ଇ-ବର୍ଜ୍ୟକୁ ଦେଇ ବିଭିନ୍ନ କଳାକୃତି ନିର୍ମାଣ କରି ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବା ପ୍ରସଙ୍ଗ ନେଇ ବିଏମ୍‌ସି ପକ୍ଷରୁ କୌଣସି ସୂଚନା ନାହିଁ। ଅନ୍ୟପଟେ ବିଏମ୍‌ସି ଡେପୁଟି କମିଶନର(ପରିମଳ) ଶୁଭେନ୍ଦୁ ସାହୁ ଶନିବାର ଇ-ବର୍ଜ୍ୟ ସଂଗ୍ରହ କରାଯାଉ ନ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରତି ଶନିବାର ବିଏମ୍‌ସି ପକ୍ଷରୁ ଇ-ବର୍ଜ୍ୟ ସଂଗ୍ରହ କରାଯାଉଛି। ବିଏମ୍‌ସିର ଗାଡ଼ି ସେଗୁଡିକୁ ସଂଗ୍ରହ କରି ନିକଟସ୍ଥ ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌ରେ ପକାଉଛି। ସେଠାରୁ ଟେଣ୍ଡର ପ୍ରକ୍ରିୟାରେ ସ୍ଥିରୀକୃତ ହୋଇଥିବା ପାର୍ଟି ବା ସ୍କ୍ରାପ୍‌ ସଂସ୍ଥା ସେଗୁଡିକୁ ସଂଗ୍ରହ କରି ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri