Posted inଫୁରସତ

ଇ- ଅପ୍‌ଡେଟ୍‌ ନିଶା

ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହିବାର ନିଶା ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେଉଁ ସବୁ ଦିଗ ପ୍ରତି ସତର୍କ ରହିଲେ ସୁରକ୍ଷିତ ଭାବେ ସୋସିଆଲ୍‌ ମିଡିଆ ବ୍ୟବହାର କରିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ସାଜୁଛି ସ୍ବାସ୍ଥ୍ୟ ସମସ୍ୟାର
ପ୍ରମୁଖ କାରଣ:
ଘଣ୍ଟା ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ବ୍ୟବହାର କରିବା ଯୋଗୁ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଶାରୀରିକ ପରିଶ୍ରମ ହ୍ରାସ ପାଉଛି। ଫଳରେ ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମି, ହୃଦ୍‌ ସମସ୍ୟା, ଆଖିତଳ କଳାପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା ଆଦି ସମସ୍ୟା ଦେଖାଦେଉଛି।
ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌କୁ ଦେଖିବା ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ହେଉଛି। ଅଧିକ ସମୟ ଇୟରଫୋନ୍‌ ବ୍ୟବହାର ଯୋଗୁ ଶ୍ରବଣ ଶକ୍ତି ହ୍ରାସ ହେବା ସହ କାହା କାହାଠାରେ ଅଡିଓ ସେନ୍ସୋରି ନର୍ଭସ ସିଷ୍ଟମ ନଷ୍ଟ ହୋଇଯିବା ଦ୍ୱାରା ଶ୍ରବଣ ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହେବାର ବି ଆଶଙ୍କା ରହିଛି।
ଛଡ଼ା ଏସବୁର ବହୁଳ ବ୍ୟବହାର ଯୋଗୁ ସ୍ମରଣ ଶକ୍ତି ମଧ୍ୟ ପ୍ରଭାବିତ ହେଉଛି ଓ ବିଭିନ୍ନ ମାନସିକ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଏମିତିକି କେତେକଙ୍କଠାରେ ଇଣ୍ଟରନେଟ୍‌ ଆଡିକ୍ସନ ସିଣ୍ଡ୍ରୋମ ମଧ୍ୟ ଦେଖାଦେଉଛି। ଫଳରେ କିଛି ସମୟ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ରାଗିବା, ଚିଡ଼ିବାଠାରୁ ଆରମ୍ଭ କରି କ୍ରୋଧରେ ବିଭିନ୍ନ ଭୁଲ କାମ କରୁଥିବାର ଦେଖିବାକୁ ମିଳୁଛି।
ଏହାକୁ ବ୍ୟବହାର କରିବା ଲାଗି ଦୈନିକ ଅଳ୍ପ ସମୟ ଦିଅନ୍ତୁ। ସୁସ୍ଥ ରହିବା ଲାଗି ଖାଦ୍ୟପେୟ, ଠିକ୍‌ ଭାବେ ଶୋଇବା ଏବଂ ଶାରୀରିକ ବ୍ୟାୟାମ କରିବା ପ୍ରତି ଗୁରୁତ୍ୱ ଦିଅନ୍ତୁ।
ସାର୍ବଜନୀନ ହେଉଛି ବ୍ୟକ୍ତିଗତ ତଥ୍ୟ:
ଅପ୍‌ଡେଟ୍‌ ରହିବା ଲାଗି ସବୁବେଳେ ନିଜର ଦୈନନ୍ଦିନ କାର୍ଯ୍ୟ ଯେପରି କ’ଣ କିଣିଲେ, କ’ଣ ପିନ୍ଧିଲେ, କେଉଁ ଆଡ଼େ ବୁଲିବାକୁ ଗଲେ ତାହାର ଫଟୋ, ଭିଡିଓ ଅପ୍‌ଲୋଡ୍‌ କରିବା ନିଶାରେ ଅନେକେ ସେମାନଙ୍କ ପର୍ସନାଲ ଡାଟା ସାର୍ବଜନୀନ ହେଉଥିବା କଥା ଭୁଲିଯାଉଛନ୍ତି। ଫଳରେ ପରବର୍ତ୍ତୀ ସମୟରେ ଅନେକେ ଏଥିପାଇଁ ବ୍ଲାକ୍‌ମେଲିଂ, ଚୋରି, ଡକାୟତି ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ନଜିର ରହିଛି। ତେଣୁ ନିଜର ବ୍ୟକ୍ତିଗତ ତଥ୍ୟ ଯେପରି ସର୍ବସମ୍ମୁଖକୁ ନ ଯାଉ କିମ୍ବା କୌଣସି ଅସାମାଜିକ ବ୍ୟକ୍ତି ଏହାର ଅପବ୍ୟବହାର ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
କାଳ ହେଉଛି ସେଲ୍‌ଫି ଓ ରିଲ୍ସ ନିଶା:
କାହାର କେତେ ଭଲ ସେଲ୍‌ଫି ଓ ରିଲ୍ସ କରୁଛି, ତା’କୁ ନେଇ ଏବେ ସୋସିଆଲ୍‌ ମିଡିଆରେ କମ୍ପିଟିଶନ୍‌ ଜୋର୍‌। ଆଉ ନିଜ ସେଲ୍‌ଫି ଓ ରିଲ୍ସ ସବୁଠୁ ଡିଫରେଣ୍ଟ କରିବା ଆଳରେ କିଏ ଚଳନ୍ତା ଟ୍ରେନ୍‌ ଆଗରେ ତ କିଏ ସମୁଦ୍ର, ପାହାଡ଼ି ଝରଣା ଆଦି ବିପଦପୂର୍ଣ୍ଣ ସ୍ଥାନରେ ଠିଆ ହୋଇ ଫଟୋ ଓ ଭିଡ଼ିଓ ନେଉଛନ୍ତି। ହେଲେ ଏଥିପାଇଁ ଅନେକଙ୍କ ପ୍ରାଣହାନି ହେବାର ଘଟଣା ବଢୁଥିବାର ଦେଖିବାକୁ ମିଳୁଛି। ତେଣୁ ଏସବୁ ଦିଗ ପ୍ରତି ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ।
ବଢୁଛି ଅପରାଧ: ସୋସିଆଲ୍‌ ମିଡିଆରେ ଫେକ୍‌ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧ ଘଟାଉଥିବାର ନଜିର ରହିଛି। ତେଣୁ ଏହାକୁ ବ୍ୟବହାର କରୁଥିଲେ ଅଜଣାଙ୍କ ଉପରେ ବିଶ୍ୱାସ କରି ନିଜର ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ । କେହି ଅଳ୍ପ ଦିନ ମଧ୍ୟରେ ଖୁବ୍‌ ବିଶ୍ୱସ୍ତ ହୋଇ ଟଙ୍କା ମାଗିଲେ ନିଜର ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍ସ ଦେଇଦେବା ଭଳି ଭୁଲ ଆଦୌ କରନ୍ତୁ ନାହିଁ। ସର୍ବୋପରି ବର୍ତ୍ତମାନ ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରୁ ବନ୍ଧୁତା, ଚାଟିଂ, ପ୍ରେମ ପୁଣି ଡେଟିଂ ଏବଂ ପରେ ପ୍ରତାରଣା, ଫଟୋ, ଭିଡିଓ ଆଦିକୁ ନେଇ ବ୍ଲାକ୍‌ମେଲିଂ ଏବଂ ଶେଷରେ ଝଗଡ଼ା ଓ ଆତ୍ମହତ୍ୟା କିମ୍ବା ହତ୍ୟା ପର୍ଯ୍ୟନ୍ତ ଘଟଣା ବି ଦେଖିବାକୁ ମିଳୁଛି। ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri