Posted inଫୁରସତ

ପ୍ରେମରେ ଧୋକା ଦେଇଥିଲେ ପ୍ରେମିକ, ରାଗରେ ଏଭଳି କାଣ୍ଡ ଭିଆଇଲେ ପ୍ରେମିକା; ପୋଲିସ ବି ତାଜୁବ…

ନୂଆଦିଲ୍ଲୀ: କିଛି ଲୋକ ପ୍ରେମରେ ପ୍ରତାରଣାକୁ ସହଜ ଭାବେ ଗ୍ରହଣ କରି ପାରନ୍ତି ନାହିଁ। ସେମାତେ ହତାଶ ହୋଇପଡ଼ନ୍ତି। ନଚେତ କିଛି ଅବିଶ୍ୱାସନୀୟ ପଦକ୍ଷେପ ନେଇଯାଇଥାନ୍ତି। କିନ୍ତୁ ଚାଇନାରୁ ପ୍ରେମ ଆଉ ପ୍ରତାରଣାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ନିଜ ପ୍ରେମିକଙ୍କୁ ପ୍ରତାରଣାର ଜବାବ ଦେବାକୁ ଯାଇ ଏପରି କିଛି କରିଥିଲେ ଯାହାକୁ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି।

ଯୁବତୀଙ୍କ ନାମ ଲୁ। ତାଙ୍କ ପ୍ରେମିକ ଆଉ ଜଣେ ଯୁବତୀଙ୍କୁ ଡେଟ୍‌ କରୁଥିବା ନେଇ ସେ ଜାଣିବାକୁ ପାଇଥିଲେ। ଏଥିରେ ସେ ରାଗିଯାଇ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଚାହିଁଥିଲେ। ଏଥିପାଇଁ ସେ କରିଥିଲେ ଯୋଜନା। ଉକ୍ତ ଯୋଜନାରେ ଅନ୍ୟ ଜଣେ ବ୍ୟକ୍ତି ‘ଜୁ’ଙ୍କୁ ସାମିଲ କରିଥିଲେ। ପୂର୍ବ ପ୍ରେମିକ କିଆନଙ୍କ କାର୍‌କୁ ଯଦି ୨ ଦିନ ପାଇଁ ସେ ଭଡ଼ାରେ ଆଣିପାରିବେ ତେବେ ସେ ତାଙ୍କ ସହ ଡେଟ୍‌ରେ ଯିବେ ବୋଲି ଲୁ କହିଥିଲେ। ଜୁ ସେହିଭଳି କରି କାର୍‌ ଭଡ଼ାରେ ଆଣିଥିଲେ। ଏହାପରେ ରାଗରେ ଥିବା ଲୁ ସେହି କାର୍‌କୁ ଡ୍ରାଇଭ୍‌ ପାଇଁ ନେଇଥିଲେ।

ଚାଇନାରେ ଟ୍ରାଫିକ ନିୟମ ପାଳନ ନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଏ। ଏହା ଲୁ ଭଲଭାବେ ଜାଣିଥିଲେ। ସେ ଦୁଇ ଦିନରେ କାର୍‌ରେ ଏକ ଲମ୍ବା ଯାତ୍ରାରେ ବାହାରିଥିଲେ। ଏହି ସମୟରେ ସେ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ପରେ କିଆନଙ୍କ ନିକଟରେ ଜରିମାନାର ବିଲ୍‌ ପହଞ୍ଚିଥିଲା। ବିଲ୍‌ ଦେଖି ସେ ଚମକି ପଡ଼ିଥିଲେ। ଶେଷରେ ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ପ୍ରେମିକ ଜରିମାନା କିଭଳି ଦେବେ ସେଥିନିମନ୍ତେ ଲୁ ଯୋଜନା କରିଥିବା ସ୍ପଷ୍ଟ ହୋଇଥିଲା। ପ୍ରେମିକଙ୍କ ପ୍ରତାରଣାର ଏଭଳି ଉପାୟରେ ଜବାବ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri