କମୁଛି ରାଜକୋଷ: ଚିନ୍ତାରେ ବାଇଡେନ ସରକାର…

ଓ୍ବାଶିଂଟନ,୧୧।୨ : ବଢୁଥିବା ରାଜକୋଷର ଆର୍ଥିକ ନିଅଣ୍ଟକୁ ମୁକାବିଲା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାରଙ୍କ ପାଇଁ ଋଣ ସୀମା ବୃଦ୍ଧି ନେଇ କଂଗ୍ରେସ (ସଂସଦ) ରେ ଚାଲିଥିବା ବିବାଦ ମଧ୍ୟରେ ବାଇଡେନ ପ୍ରଶାସନ ଏହି ଦିଗରେ ପଦକ୍ଷେପ ନେଇଛନ୍ତି।

ଆମେରିକା ସରକାରଙ୍କ ଉପରେ ଋଣ ୩୧ ଟ୍ରିଲିୟନ ଡଲାରରୁ ଅଧିକ ହୋଇଛି। ବ୍ୟବସାୟ ଜାରି ରଖିବାକୁ ସେ ଅଧିକ ଋଣ ନେବାକୁ ସରକାର ବାଧ୍ୟ ହେଉଛନ୍ତି। କିନ୍ତୁ ଋଣ ସୀମା ବଢ଼ାଇବାକୁ ପ୍ରସ୍ତାବ ଉପରେ ପ୍ରସ୍ତାବକୁ ରିପବ୍ଲିକାନ ପାର୍ଟି ରୋକି ରଖିଛି। ପାର୍ଟି କହିଛି ସରକାର ପ୍ରଥମେ ନିଅଣ୍ଟ ହ୍ରାସ ପାଇଁ ପଦକ୍ଷେପ ନେବା ଉଚିତ।

ୱେବସାଇଟ ଆକ୍ସିଓସ ଡଟ୍‌ କମର ଏକ ବିଶେଷ ରିପୋର୍ଟ ଅନୁଯାୟୀ, ନିଅଣ୍ଟ ହ୍ରାସ କରିବା ବର୍ତ୍ତମାନ ଏକ ରାଜନନୈତିକ ପ୍ରସଙ୍ଗ ହୋଇଛି। ରିପବ୍ଲିକାନ ପାର୍ଟି ଏଥିପାଇଁ କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ ହ୍ରାସ କରିବାକୁ ଦାବି କରୁଥିବାବେଳେ ବାଇଡେନ ପ୍ରଶାସନ ଅଧିକ ଟିକସ ଲଗାଇ ନିଅଣ୍ଟ ହ୍ରାସ କରିବାକୁ ଯୋଜନା ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆକ୍ସିଓସ ଡଟ କମ ଅନୁଯାୟୀ, ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଏହି ଯୋଜନାକୁ ଏକ ସ୍ବତନ୍ତ୍ର ପ୍ରସଙ୍ଗ କରିବାକୁ ଚିନ୍ତା କରୁଛି।

କୁହାଯାଉଛି ଯେ ଏହି ଯୋଜନା ଅନୁଯାୟୀ ବିଲିୟନେୟାର ଏବଂ ବଡ କମ୍ପାନୀ ଉପରେ ବିଭିନ୍ନ ପ୍ରକାରର ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ। ଏହି ପ୍ରସ୍ତାବଗୁଡ଼ିକ ଚଳିତ ବର୍ଷ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅନ୍ତର୍ଭୂକ୍ତ କରାଯିବ। ଏଥିସହ ବଜେଟରେ ଦାବି କରାଯିବ ଯେ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ବାଇଡେନ ପ୍ରଶାସନ ଦ୍ୱାରା ପାରିତ ହୋଇଥିବା ମୁଦ୍ରାସ୍ଫୀତି ହ୍ରାସ ଆଇନ ଆର୍ଥିକ ନିଅଣ୍ଟକୁ ୨୩୮ ବିଲିୟନ ଡ଼ଲାରରେ ହ୍ରାସ କରିବ।

ଆମେରିକାର ପରବର୍ତ୍ତୀ ବଜେଟ ମାର୍ଚ୍ଚ ୯ ରେ ଉପସ୍ଥାପିତ ହେବ। ଏପ୍ରିଲ ୧୫ ସୁଦ୍ଧା କଂଗ୍ରେସ ଏହାକୁ ଅନୁମୋଦନ କରିବ ବୋଲି ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ପ୍ରତିନିଧି ସଭାରେ ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ସେଠାରେ ବଜେଟ ପ୍ରସ୍ତାବ ଲଟକି ରହିବା ସମ୍ଭବ। ସେହି ପରିସ୍ଥିତିରେ ସରକାରୀ କାର୍ଯ୍ୟରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ।

ବର୍ତ୍ତମାନ ଖର୍ଚ୍ଚ ହ୍ରାସକୁ ପ୍ରାଥମିକତା ଦିଆଯାଇଛି। କିନ୍ତୁ ଖର୍ଚ୍ଚ କିପରି ହ୍ରାସ କରାଯିବ ସେନେଇ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri