Posted inଖେଳ

ଆଇପିଏଲ୍‌ରେ ବଡ଼ ରେକର୍ଡ କଲେ ଏହି ବୋଲର୍‌

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ୩୮ ବର୍ଷୀୟ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଉଇକେଟ ନେଇଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଦୀପକ ହୁଡାଙ୍କୁ ଆଉଟ୍‌ କରି ସେ ଏହି ସଫଳତା ହାସଲ କରିଛନ୍ତି। ଆଇପିଏଲରେ ସର୍ବାଧିକ ଉଇକେଟ୍‌ ନେବା ଦୃଷ୍ଟିରୁ ବ୍ରାଭୋ ଲାସିଥ ମାଲିଙ୍ଗାଙ୍କୁ ପଛରେ ପକାଇ ଦେଇଛନ୍ତି। ମାଲିଙ୍ଗା ୧୭୦ ଉଇକେଟ ନେଇଥିବାବେଳେ ବ୍ରାଭୋ ୧୭୧ ଉଇକେଟ ନେଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇର ଦଳ ୨୦୦ରୁ ଅଧିକ ସ୍କୋର କରିବା ସତ୍ତ୍ୱେ ହାରି ଯାଇଥିଲା।
ଡ୍ବେନ ବ୍ରାଭୋ ଏପର୍ଯ୍ୟନ୍ତ ଆଇପିଏଲରେ ୧୫୩ ମ୍ୟାଚ ଖେଳିଛନ୍ତି ଏବଂ ଏହି ସମୟ ମଧ୍ୟରେ ୪୯୩.୩ ଓଭର ବୋଲିଂ କରିଛନ୍ତି । ସେ ଦୁଇଟି ପ୍ରଥମ ଓଭର କରିଛନ୍ତି ଏବଂ ୪୧୧୬ ରନ ଦେଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ନାମରେ ୧୭୧ ଉଇକେଟ ରହିଛି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୨ ରନ ଦେଇ ଚାରିଟି ଉଇକେଟ ନେଇଛନ୍ତି। ବ୍ରାଭୋ ଦୁଇଥର ଗୋଟିଏ ଇନିଂସରେ ଚାରିଟି ଉଇକେଟ ନେଇଛନ୍ତି। ବ୍ରାଭୋ ଆଇପିଏଲରେ ୮.୩୪ ରନ ଖର୍ଚ୍ଚ କରିଛନ୍ତି। ବ୍ରାଭୋ ପରେ ଆଇପିଏଲରେ ଉଇକେଟ ନେବାରେ ଲାସିଥ ମାଲିଙ୍ଗା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଅମିତ ମିଶ୍ର ତୃତୀୟ, ପୀୟୁଷ ଚାୱଲା ଚତୁର୍ଥ ଏବଂ ହରଭଜନ ସିଂ ପଞ୍ଚମ ସ୍ଥାନରେ ଅଛନ୍ତି।

ଆଇପିଏଲରେ ସର୍ବାଧିକ ଊଇକେଟ ନେଇଥିବା ବୋଲର୍‌

ଡ୍ବେନ ବ୍ରାଭୋ ୧୫୩ ମ୍ୟାଚ୍‌ ୧୭୧ ଉଇକେଟ୍‌

ଲାସିଥ ମାଲିଙ୍ଗା ୧୨୨ ମ୍ୟାଚ୍‌ ୧୭୦ ଉଇକେଟ୍‌

ଅମିତ ମିଶ୍ର ୧୫୪ ମ୍ୟାଚ୍‌ ୧୬୬ ଉଇକେଟ୍‌

ପୀୟୁଷ ଚାୱଲା ୧୬୫ ମ୍ୟାଚ୍‌ ୧୫୭ ଉଇକେଟ୍‌

ହରଭଜନ ସିଂ ୧୬୩ ମ୍ୟାଚ୍‌ ୧୫୦ ଉଇକେଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?