Posted inଖେଳ

ଆଇପିଏଲ୍‌ରେ ବଡ଼ ରେକର୍ଡ କଲେ ଏହି ବୋଲର୍‌

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ୩୮ ବର୍ଷୀୟ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଉଇକେଟ ନେଇଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଦୀପକ ହୁଡାଙ୍କୁ ଆଉଟ୍‌ କରି ସେ ଏହି ସଫଳତା ହାସଲ କରିଛନ୍ତି। ଆଇପିଏଲରେ ସର୍ବାଧିକ ଉଇକେଟ୍‌ ନେବା ଦୃଷ୍ଟିରୁ ବ୍ରାଭୋ ଲାସିଥ ମାଲିଙ୍ଗାଙ୍କୁ ପଛରେ ପକାଇ ଦେଇଛନ୍ତି। ମାଲିଙ୍ଗା ୧୭୦ ଉଇକେଟ ନେଇଥିବାବେଳେ ବ୍ରାଭୋ ୧୭୧ ଉଇକେଟ ନେଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇର ଦଳ ୨୦୦ରୁ ଅଧିକ ସ୍କୋର କରିବା ସତ୍ତ୍ୱେ ହାରି ଯାଇଥିଲା।
ଡ୍ବେନ ବ୍ରାଭୋ ଏପର୍ଯ୍ୟନ୍ତ ଆଇପିଏଲରେ ୧୫୩ ମ୍ୟାଚ ଖେଳିଛନ୍ତି ଏବଂ ଏହି ସମୟ ମଧ୍ୟରେ ୪୯୩.୩ ଓଭର ବୋଲିଂ କରିଛନ୍ତି । ସେ ଦୁଇଟି ପ୍ରଥମ ଓଭର କରିଛନ୍ତି ଏବଂ ୪୧୧୬ ରନ ଦେଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ନାମରେ ୧୭୧ ଉଇକେଟ ରହିଛି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୨ ରନ ଦେଇ ଚାରିଟି ଉଇକେଟ ନେଇଛନ୍ତି। ବ୍ରାଭୋ ଦୁଇଥର ଗୋଟିଏ ଇନିଂସରେ ଚାରିଟି ଉଇକେଟ ନେଇଛନ୍ତି। ବ୍ରାଭୋ ଆଇପିଏଲରେ ୮.୩୪ ରନ ଖର୍ଚ୍ଚ କରିଛନ୍ତି। ବ୍ରାଭୋ ପରେ ଆଇପିଏଲରେ ଉଇକେଟ ନେବାରେ ଲାସିଥ ମାଲିଙ୍ଗା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଅମିତ ମିଶ୍ର ତୃତୀୟ, ପୀୟୁଷ ଚାୱଲା ଚତୁର୍ଥ ଏବଂ ହରଭଜନ ସିଂ ପଞ୍ଚମ ସ୍ଥାନରେ ଅଛନ୍ତି।

ଆଇପିଏଲରେ ସର୍ବାଧିକ ଊଇକେଟ ନେଇଥିବା ବୋଲର୍‌

ଡ୍ବେନ ବ୍ରାଭୋ ୧୫୩ ମ୍ୟାଚ୍‌ ୧୭୧ ଉଇକେଟ୍‌

ଲାସିଥ ମାଲିଙ୍ଗା ୧୨୨ ମ୍ୟାଚ୍‌ ୧୭୦ ଉଇକେଟ୍‌

ଅମିତ ମିଶ୍ର ୧୫୪ ମ୍ୟାଚ୍‌ ୧୬୬ ଉଇକେଟ୍‌

ପୀୟୁଷ ଚାୱଲା ୧୬୫ ମ୍ୟାଚ୍‌ ୧୫୭ ଉଇକେଟ୍‌

ହରଭଜନ ସିଂ ୧୬୩ ମ୍ୟାଚ୍‌ ୧୫୦ ଉଇକେଟ୍‌


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri