Categories: ଖେଳ

ବିବିସି ପୁରସ୍କାର ଦୌଡ଼ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୯ା୨(ପି.ଟି.)-ଚଳିତବର୍ଷର ବିବିିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିସ କରାଯାଇଛି। ତନ୍ମଧ୍ୟରେ ଏସିଆନ ଗେମ୍ସ ୧୦୦ମିଟର ରୌପ୍ୟ ବିଜୟିନୀ ଓଡ଼ିଶାର ଦୂତୀ ଚାନ୍ଦଙ୍କ ନାମ ରହିଛି। ଅନ୍ୟମାନେ ହେଲେ ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲ, ଚେସ୍‌ ତାରକା କୋନେରୁ ହମ୍ପି, ଶୁଟର ମନୁ ଭାକର, ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ରେସ୍‌ଲର ଭିିନେଶ ଫୋଗତ। ବିବିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ଗତବର୍ଷଠାରୁ ଦିଆଯାଇ ଆସୁଛି। ୪୦ଜଣିଆ ଜୁରି ପ୍ୟାନେଲ ଖେଳାଳିମାନଙ୍କ ନାମ ସୁପାରିସ କରିଛନ୍ତି। ପବ୍ଲିକ ଭୋଟିଂ ଦ୍ୱାରା ବିଜେତା ବଛା ହେବେ। ପ୍ରଶଂସକମାନେ ସେମାନଙ୍କ ଫେଭରାଇଟ୍‌ ଷ୍ଟାରଙ୍କ ସପକ୍ଷରେ ଭୋଟ ଦେଇପାରିବେ। ବିବିସିି ପକ୍ଷରୁ ଏଥିଲାଗି ୬ଟି ଭାଷାର ପ୍ଲାଟଫର୍ମ ବ୍ୟବସ୍ଥା କରାଯାଇଛି। ଫେବୃୟାରୀ ୨୪ ପର୍ଯ୍ୟନ୍ତ ଭୋଟିଂ ଚାଲିବ। ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଆୟୋଜକଗଣ ଏଥର ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’ ଏକ ନୂଆ କାଟେଗୋରି ପ୍ରଚଳନ କରିଛନ୍ତି। ଭୋଟିଂ ପରିବର୍ତ୍ତେ ଜୁରି ବିଜେତାଙ୍କୁ ବାଛିବେ।

Share