Posted inଖେଳ

ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ନବମ କ୍ରୀଡ଼ାବିତ୍‌ଭାବେ ଶନିବାର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। କରୋନା ଭାଇରସ ସଂକ୍ରମଣ କାରଣରୁ ଏଥର ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇପାରି ନ ଥିଲା। ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ରହି କ୍ରୀଡ଼ାବିତ୍‌ମାନେ ରାଜୀବ ଗାନ୍ଧୀ ଖେଳରନତ୍, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାର ଗ୍ରହଣ କରିଥିଲେ। କୋଲକାତାରେ ଏକାଧିକ କ୍ରୀଡ଼ାବିତ୍‌ ପୁରସ୍କାର ପାଇଥିବାରୁ ଜାତୀୟ ରେକର୍ଡଧାରିଣୀ ଓଡ଼ିଶାର ଦୂତୀ ଚାନ୍ଦ ସେଠାରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଦୂତୀ କୋଲକାତାରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ”ଅର୍ଜୁନ ପୁରସ୍କାର ପାଇବାପରେ ଆଗକୁ ଥିବା ପ୍ରତିଯୋଗିତାଗୁଡ଼ିକରେ ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ ଚାପ ବଢ଼ିଛି। ଅନେକ ଉତ୍ସାହ ମଧ୍ୟ ମିଳିଛି। ଏହା ହେଉଛି ଏକ ବଡ଼ ସ୍ବୀକୃତି। ଆଗାମୀ ଦିନରେ ବଡ଼ ପ୍ରତିଯୋଗିତାଗୁଡ଼ିକରେ ପଦକ ଜିତି ଦେଶକୁ ଗର୍ବିତ କରିବାର ଦାୟିତ୍ୱ ବଢ଼ିଲା। ମୁଁ ଭାରତର ସମ୍ପତ୍ତି ହୋଇଥିବାରୁ ଏହାର ସମ୍ମାନ ରଖିବା ମଧ୍ୟ ମୋର କର୍ତ୍ତବ୍ୟ“ ବୋଲି ୧୦୦ ମିଟରରେ ଜାତୀୟ ରେକର୍ଡଧାରିଣୀ ଏହି ତାରକା ଆଥଲେଟ ପ୍ରକାଶ କରିଛନ୍ତି।
୨୦୧୮ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ହାସଲ କରିଥିବା ଦୂତୀଙ୍କ ମତରେ ଅର୍ଜୁନ ପୁରସ୍କାର ପାଇବା ପଥ ଅନେକ କଷ୍ଟକର। ଜଣେ କ୍ରୀଡ଼ାବିତ୍‌ କ୍ରମାଗତ ୨-୩ ବର୍ଷ ଭଲ ପ୍ରଦର୍ଶନ ଦେଲେ ଯାଇ ଏଥିପାଇଁ ହକ୍‌ଦାର ହୋଇଥାଏ। ଏସିଆନ ଗେମ୍ସ ସଫଳତା ସହିତ ପାଖାପଖି ୪ଟି ଏସିଆନ ଚାମ୍ପିୟନଶିପ୍‌ରେ ପଦକ ହାସଲ ଯୋଗୁ ଏହି ପୁରସ୍କାର ପାଇବା ସମ୍ଭବ ହୋଇପାରିଛି। ପ୍ରଥମ ଭାରତୀୟ ମହିଳା ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇବା ମଧ୍ୟ ବହୁତ ବଡ଼ ଉପଲବ୍ଧି ଥିଲା। ମିନତି ମହାପାତ୍ର ଓ ରଚିତା (ପଣ୍ଡା)ମିସ୍ତ୍ରୀଙ୍କ ପରେ ରାଜ୍ୟର ତୃତୀୟ ଟ୍ରାକ୍‌ ଆଥଲେଟ୍‌ଭାବେ ସେ ଏହି ପୁରସ୍କାର ପାଇଥିବାରୁ ବହୁ ଗର୍ବ ଅନୁଭବ କରୁଛି। ”ଏହା ଏକ ନିଆରା ଅନୁଭବ ଥିଲା। କୋଭିଡ୍‌-୧୯ କଟକଣା କାରଣରୁ ଅନ୍‌ଲାଇନ୍‌ରେ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପାଇବି ବୋଲି ପୂର୍ବରୁ ମୋର ସ୍ବପ୍ନ ଥିଲା। ତାହା ସାକାର ହୋଇଛି। ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ ଆଉଟିକେ ଭଲ ଲାଗିଥାନ୍ତା। ମାତ୍ର ଦୁଃଖ ନାହିଁ, କାରଣ ଏପରି ଏକ ସମ୍ମାନ ପାଇଥିବାରୁ ମୁଁ ଗର୍ବିତ “ବୋଲି ଏହି ଅଲିମ୍ପିଆନ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ଦୂତୀ ନିଜ ମା’, ବାପା, ବଡ଼ ଭଉଣୀ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ ସରକାର ଏବଂ କୋଚ୍‌ମାନଙ୍କୁ ଶ୍ରେୟ ଦେଇଛନ୍ତି। ଏବେ କୋଭିଡ୍‌-୧୯ ପାଇଁ ସବୁ ଆଥଲେଟିକ୍ସ ପ୍ରତିଯୋଗିତା ବନ୍ଦ ରହିଛି। ତେଣୁ ଆସନ୍ତା ବର୍ଷ ଜାପାନର ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ଏହି କ୍ରୀଡ଼ା ମହାକୁମ୍ଭରେ ପଦକ ହାସଲ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଦୂତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri