Posted inଖେଳ

ପୁଣି ଅଲିମ୍ପିକ୍ସରେ ଦୌଡ଼ିବେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୩୦।୬: ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ମହିଳା ବିଭାଗର ଉଭୟ ୧୦୦ ମିଟର ଓ ୨୦୦ ମି. ଦୌଡ଼ ଇଭେଣ୍ଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଅଲିମ୍ପିକ୍ସ ପାଇଁ ଧାର୍ଯ୍ୟ କ୍ୱାଲିଫାଇଂ ଟାଇମିଂ ହାସଲ କରିବାରେ ବିଫଳ ହୋଇଥିବା ଓଡ଼ିଆ ଝିଅ ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ କୋଟାରେ ଯୋଗ୍ୟତା ହାସଲ କରିଛନ୍ତି।

୧୦୦ ମି.ରେ ବଳକା ଥିବା ୨୨ ଓ ୨୦୦ ମି. ଦୌଡ଼ରେ ଖାଲି ଥିବା ୧୫ଟି ପ୍ରତିଦ୍ୱନ୍ଦ୍ୱୀଙ୍କ ସ୍ଥାନ ବିଶ୍ୱ ର଼୍ୟାଙ୍କିଙ୍ଗ୍ସ ମାଧ୍ୟମରେ ପୂରଣ ହୋଇଛି। ବିଶ୍ୱର ୧୦୦ ମି. ଦୌଡ଼ରେ ଦୂତୀ ୪୪ତମ ର଼୍ୟାଙ୍କ ହାସଲ କରିଥିବା ବେଳେ ୨୦୦ ମି. ବର୍ଗରେ ୫୧ତମ ସ୍ଥାନରେ ଅଛନ୍ତି।

୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଦୂତୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ରେସରେ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ। ଚଳିତ ୬୦ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଚତୁର୍ଥ ସ୍ଥାନରେ ରହି ନିରାଶ ହୋଇଥିଲା ଦୂତୀ। ଗତ ସପ୍ତାହରେ ମହିଳା ୧୦୦ ମି. ଦୌଡ଼ରେ ଓଡ଼ିଆ ଧାବିକା ସୃଷ୍ଟି କରିଥିଲେ ନୂଆ ଜାତୀୟ ରେକର୍ଡ। ପଟିଆଲା ଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି (ଆଇଜିପି)ରେ ସେ ୧୧.୧୭ ସେକେଣ୍ଡ ଟାଇମିଂ ହାସଲ କରିଥିଲେ, ଯାହାକି ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂଠାରୁ ୦.୦୨ ସେକେଣ୍ଡ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri