ଡଚ୍‌ ନୋବେଲ ବିଜୟିନୀ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଗତ ଶତାବ୍ଦୀର ଶେଷ ଦଶନ୍ଧିରୁ ସବୁଠାରୁ ବଡ଼ ଆହ୍ବାନ ରହିଆସିଛି। ଏବେ ସେଥିରୁ କିଭଳି ତ୍ରାହି ମିଳିବ ସେଥିଲାଗି ବୈଜ୍ଞାନିକ, ଗବେଷକ, ପରିବେଶବିତ୍‌, ସାମାଜିକ କର୍ମୀ ଅନବରତ କାର୍ଯ୍ୟ କରୁଛନ୍ତି। ପୃଥିବୀ ପୃଷ୍ଠରେ ଆତଯାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପରିବେଶ ସୁରକ୍ଷା ଓ ଜଳବାୟୁଜନିତ ନ୍ୟାୟ (କ୍ଲାଇମେଟ୍‌ ଜଷ୍ଟିସ୍‌) ଦିଗରେ ଅବଦାନ ନ ରହିଲେ ସ୍ଥିତି ଆଗକୁ ଭୀଷଣ ରୂପ ଧାରଣ କରିବ ବୋଲି ଏବେଠାରୁ ସଙ୍କେତ ମିଳିସାରିଲାଣି। ବୈଜ୍ଞାନିକ ଉପାୟରେ ପରିବେଶକୁ ରକ୍ଷା କରାଯାଇପାରିଲେ ମଣିଷକୁଳ ଅଧିକ ସମୟ ବଞ୍ଚତ୍ବାର ରାହା ପାଇପାରିବ। ଭାରତ ଜନ୍ମିତ ନେଦରଲାଣ୍ଡ୍‌ସର ଆମଷ୍ଟରଡାମ୍ସରେ ରହୁଥିବା ପ୍ରଫେସର ଜୟିତା ଗୁପ୍ତା ପରିବେଶ ସୁରକ୍ଷାର ସୀମା ସରହଦ ଓ ଜଳବାୟୁ ନ୍ୟାୟ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସ୍ପିନୋଜା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହାକୁ ନେଦରଲାଣ୍ଡ୍‌ସର ସର୍ବଶ୍ରେଷ୍ଠ ବୈଜ୍ଞାନିକ ମାନ୍ୟତାପ୍ରାପ୍ତ ସମ୍ମାନ ଭାବେ ଗଣନା କରାଯାଇଥାଏ। ଏହି ପୁରସ୍କାର ‘ଡଚ୍‌ ନୋବେଲ’ ଭାବେ ଗଣାଯାଉଥିବାରୁ ଏହାର ଏକ ସ୍ବାତନ୍ତ୍ର୍ୟ ରହିଛି। ୧୨ ଜୁନ୍‌ରେ ଜୟିତା ୫୯ତମ ଜନ୍ମଦିବସ ପାଳନ କରିବା ପୂର୍ବରୁ ଏହି ପୁରସ୍କାର ଘୋଷଣା ତାଙ୍କୁ ପୁଲକିତ କରିଛି। ଆସନ୍ତା ୪ ଅକ୍ଟୋବରରେ ତାଙ୍କୁ ବିଧିବଦ୍ଧ ଭାବେ ଏହା ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୧.୫ ମିଲିୟନ ୟୁରୋ ମିଳିବ ବୋଲି ଜଣାପଡ଼ିଛି। ସେ ଜୀବାଶ୍ମ ଇନ୍ଧନର ବିକଳ୍ପ ବିକଶିତ କରିବା ଏବଂ ଆର୍ଥ ସିଷ୍ଟମ ବାଉଣ୍ଡରିଜ୍‌ ଭିତରେ ନିରନ୍ତର ତିଷ୍ଠି ରହିବା ପାଇଁ ଆବଶ୍ୟକ ପାଣ୍ଠି ଲାଗି ଉକ୍ତ ଅର୍ଥରାଶି ବିନିଯୋଗ କରିବେ ବୋଲି କହିଛନ୍ତି। ଫଳରେ ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନର ମୁକାବିଲା କରାଯାଇପାରିବ ବୋଲି ଜୟିତା ମତ ଦେଇଛନ୍ତି।
ଜୟିତା ଗୁପ୍ତା ୧୨ ଜାନୁୟାରୀ ୧୯୬୪ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ କାଣ୍ଟନମେଣ୍ଟ ଅଧୀନ ଲୋରେଟୋ କନ୍‌ଭେଣ୍ଟ ସ୍କୁଲ ଓ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରେ ସେ ଅଧ୍ୟୟନ କରିଥିଲେ। ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ସେ ଅର୍ଥନୀତି ନେଇ ପାଠ ପଢ଼ିଥିଲେ। ସେହିପରି ଅହମଦାବାଦସ୍ଥିତ ସାର୍‌ ଏଲ୍‌. ଏ. ଶାହା ଆଇନ ମହାବିଦ୍ୟାଳୟ ଓ ପରେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ସାମଗ୍ରିକ କୃତି ଦେଖିଲେ ସେ ବହୁ ଗବେଷଣାଧର୍ମୀ ଲେଖା ପ୍ରକାଶ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୪୦ ଜଣ ଲେଖକଙ୍କ ସହ ମିଶି ସେ ‘ଆର୍ଥ ସିଷ୍ଟମ୍‌ ବାଉଣ୍ଡରିଜ୍‌’ ରଚନା କରିଛନ୍ତି। ଏଥିରେ ମଣିଷର ସୁରକ୍ଷା ଦିଗରେ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସହିତ ଗ୍ରହର ସ୍ଥାୟିତ୍ୱ କିଭଳି ରହିବ, ତାହା ଉପରେ ବର୍ଣ୍ଣନା କରାଯାଇଛି। ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଯେଭଳି ଆବଶ୍ୟକ ଜଳ, ଖାଦ୍ୟ, ବାସସ୍ଥାନ ଓ ଉପଯୁକ୍ତ ଭିତ୍ତିଭୂମି ଭଳି ମୌଳିକ ସୁବିଧା ପାଇପାରିବେ ସେହି ଦିଗରେ ଜୟିତାଙ୍କ ଗବେଷଣା ଜାରି ରହିଛି। ଗତ ସପ୍ତାହରେ ନେଚର ପତ୍ରିକାରେ ମଣିଷ ସମ୍ମୁଖୀନ ହେଉଥିବା ପରିବେଶଜନିତ ସମସ୍ୟାରୁ କିଭଳି ନିସ୍ତାର ମିଳିବ, ତାହା ଉପରେ ଲେଖା ପ୍ରକାଶ କରି ନୂଆ ଚିନ୍ତାଧାରା ଦେବାରେ ସେ ସକ୍ଷମ ହୋଇଛନ୍ତି। ପରିବେଶର ସୁରକ୍ଷା ଓ ମାନବ ସମାଜ ତିଷ୍ଠି ରହିବା ଲାଗି କେଉଁ ପ୍ରକାର ପଦକ୍ଷେପ ନେଲେ ତାହା ସହଜରେ ସଫଳତା ଆଣିପାରିବ, ସେହି ଦିଗରେ ଅହରହ ଗବେଷଣାମନସ୍କ ଥିବାରୁ ତାଙ୍କୁ ଗତବର୍ଷ ୟୁନିଭର୍ସିଟି ଅଫ୍‌ ଲିଡ୍‌ସ ତରଫରୁ ପିଏର୍ସେ ସେଲର୍ସ ପ୍ରାଇଜ୍‌ ମିଳିଥିଲା। ଅକ୍ଟୋବରରେ ଡଚ୍‌ ନୋବେଲ ପାଇବା ଲାଗି ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନଜନିତ ଉଭା ହେଉଥିବା ବିପଦରୁ ରକ୍ଷା ପାଇବା ଲାଗି ସେ ତାଙ୍କ ଗବେଷଣାକୁ ଆହୁରି ତୀକ୍ଷ୍ଣ କରିବେ। ଏହି ଅବସରରେ ସେ ଭାରତର ସ୍କୁଲ ଓ କଲେଜରେ ପଢ଼ିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି। ପରିବେଶକୁ ନ୍ୟାୟ ଦେବା ସଂକ୍ରାନ୍ତରେ ଚାଲିଥିବା ତାଙ୍କ ଅଭିଯାନରେ ସେ ଭାରତର ସାମାଜିକ ଓ ପରିବେଶଜନିତ ପ୍ରସଙ୍ଗକୁ ସ୍ଥାନ ଦେଇଥିବା ପ୍ରକାଶ କରିଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri